Advertisment

୧୩ରେ କଟକରେ ପଡ଼ିବ ତାଲା !

ଆଜି ସକାଳେ ମାଆଙ୍କ ପାଇଁ ବିଭିନ୍ନ ସାମାଜିକ ସଂଗଠନ ଆଣ୍ଠେଇ ପ୍ରତିବାଦ କରିଥିଲେ। ବର୍ଷାରେ ଓଦା ହୋଇ ରାସ୍ତା ଉପରେ ଆଣ୍ଠୁ ମାଡି ବସି କଟକ ବାଦାମବାଡ଼ି ଛକରେ ସାମାଜିକ ସଂଗଠନର କର୍ମୀ ମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପ୍ରଶାସନକୁ ଗୁହାରି କରିଥିଲେ। ଆସନ୍ତା ଦୁର୍ଗାପୂଜାରେ ମାଆଙ୍କ ମୂର୍ତ୍ତି ୪ ଫୁଟ୍‌ରୁ ଅଧିକ କରିବାକୁ ସେମାନେ ଦାବି କରିଥିଲେ।

author-image
Chandan Shishu
Cuttack City

Cuttack City

କଟକ: ୧୩ରେ କଟକ ବନ୍ଦ ଡାକରା। ପାର୍ବଣ ପାଇଁ ସରକାରଙ୍କ ଗାଇଡ ଲାଇନ୍‌ ବିରୋଧ କରି କଟକ ନଗର ବିଜେପି ବନ୍ଦ ଡାକରା ଦେଇଛି। ସେପଟେ ଆଜି ସକାଳେ ମାଆଙ୍କ ପାଇଁ ବିଭିନ୍ନ ସାମାଜିକ ସଂଗଠନ ଆଣ୍ଠେଇ ପ୍ରତିବାଦ କରିଥିଲେ। ବର୍ଷାରେ ଓଦା ହୋଇ ରାସ୍ତା ଉପରେ ଆଣ୍ଠୁ ମାଡି ବସି କଟକ ବାଦାମବାଡ଼ି ଛକରେ ସାମାଜିକ ସଂଗଠନର କର୍ମୀ ମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପ୍ରଶାସନକୁ ଗୁହାରି କରିଥିଲେ। ଆସନ୍ତା ଦୁର୍ଗାପୂଜାରେ ମାଆଙ୍କ ମୂର୍ତ୍ତି ୪ ଫୁଟ୍‌ରୁ ଅଧିକ କରିବାକୁ ସେମାନେ ଦାବି କରିଥିଲେ। ସରକାର ନିଜ ନିଷ୍ପତ୍ତି ପରିବର୍ତ୍ତନ କରି ଲୋକଙ୍କ ଭାବାବେଗକୁ ସମ୍ମାନ ଜଣାଇବାକୁ ନିବେଦନ କରିଥିଲେ।

Advertisment

ସେହିପରି ଦୁର୍ଗାପୂଜାରେ ସ୍ୱାଭାବିକ ଉଚ୍ଚତାର ମୂର୍ତ୍ତି ନିର୍ମାଣ ସହ କୋଭିଡ ନିୟମ ମଧ୍ୟରେ ମାଙ୍କ ଦର୍ଶନ ଲାଗି ଅନୁମତି ମାଗିଛନ୍ତି ଭୁବନେଶ୍ୱରର ବିଭିନ୍ନ ଦୁର୍ଗାପୂଜା ସମିତି। ସହିଦ ନଗର ଦୁର୍ଗାପୂଜା ମଣ୍ଡପରେ ଏକ ସାମ୍ବାଦିକ ସମ୍ମିଳନୀ କରି ଏଭଳି ଦାବି କରିଛି।  ପୂଜା କମିଟି ଗୁଡିକର ଦାବି- ମୂର୍ତ୍ତିର ଉଚ୍ଚତା ଓ ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଦର୍ଶନ ଉପରେ ସରକାର ଲାଗୁ କରିଥିବା କଟକଣା ଯଥାର୍ଥ ନୁହେଁ। ଶ୍ରୀମନ୍ଦିର ସମେତ ଅନ୍ୟ ସବୁ ମନ୍ଦିରରେ ଯେଭଳି ଭକ୍ତଙ୍କୁ ଦର୍ଶନର ସୁବିଧା ଦିଆଯାଇଛି, ଦୁର୍ଗାପୂଜାରେ ମଧ୍ୟ ସମାନ ସୁବିଧା ମିଳିବାକୁ ସେମାନେ ଦାବି କରିଛନ୍ତି। ଏହାଛଡ଼ା ପୂର୍ବବର୍ଷ ଭଳି ଏବର୍ଷ ମଧ୍ୟ ସାଧାରଣ ଭାବେ ଉଚ୍ଚ ମୂର୍ତ୍ତି ନିର୍ମାଣ ଲାଗି ସରକାର ଅନୁମତି ଦିଅନ୍ତୁ ବୋଲି ଦାବି ହୋଇଛି।

ପାଖେଇ ଆସିଲାଣି ପାର୍ବଣ ଋତୁ। ହେଲେ କରୋନାର କଟକଣାରେ ସତେ ଯେପରି ସବୁ ନିରବୀ ଯାଇଛି। ଓଡ଼ିଶାର ବଡ଼ ପର୍ବ ଦଶହରାକୁ ଆଉ ଦିନ କେଇଟା ରହିଲା। କିଛି ଦିନ ପରେ ମୂର୍ତ୍ତି ତିଆରିରେ ନିମଗ୍ନ ରହିବେ କାରିଗର। କିନ୍ତୁ ସମ୍ଭାବ୍ୟ କଟକଣା ତଥା ଗାଇଡ୍‌ଲାଇନ୍‌କୁ ନେଇ ଦ୍ୱନ୍ଦ୍ୱରେ ଅଛନ୍ତି ଦୁର୍ଗାପୂଜା କମିଟି। 

Advertisment

 

Odisha News BJP Festive Season
Advertisment
Advertisment