Advertisment

OSSC ଦୁର୍ନୀତି; ଛାତ୍ର କଂଗ୍ରେସର ବିଧାନସଭା ଘେରାଉବେଳେ ଧସ୍ତାଧସ୍ତି

ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିଶନ ନିଯୁକ୍ତିରେ ଦୁର୍ନୀତିକୁ ନେଇ ଆଜି ରାଜଧାନୀ ପଡ଼ୁଛି ଉଠୁଛି। ଦୁର୍ନୀତିକୁ ବିରୋଧ କରି ଛାତ୍ର କଂଗ୍ରେସ  ବିଧାନସଭା ଘେରାଉ କରିଛି ।

author-image
Minati Mishra
youth congress strike

youth congress strike

ଭୁବନେଶ୍ୱର: ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିଶନ ନିଯୁକ୍ତିରେ ଦୁର୍ନୀତିକୁ ନେଇ ଆଜି ରାଜଧାନୀ ପଡ଼ୁଛି ଉଠୁଛି। ଦୁର୍ନୀତିକୁ ବିରୋଧ କରି ଛାତ୍ର କଂଗ୍ରେସ  ବିଧାନସଭା ଘେରାଉ କରିଛି । ବିଧାନସଭା ଚାଲିଥିବାବେଳେ ନିଜର ଦାବି ରଖିବା ପାଇଁ ଛାତ୍ର କଂଗ୍ରେସ ଲୋୟର ପିଏମଜିରେ ବିକ୍ଷୋଭ ପ୍ରଦର୍ଶନ କରିଛି

Advertisment

ହେଲେ କଂଗ୍ରେସ ଭବନରୁ ଏକ ଶୋଭାଯାତ୍ରା ବାହାରି ବିଧାନସଭା ଅଭିମୁଖେ ଯିବା ବେଳେ ପୋଲିସ୍ ଏମାନଙ୍କ ଅଟକାଇଥିଲା। ଫଳରେ ପୋଲିସ୍ ଓ ଛାତ୍ର କଂଗ୍ରେସ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଛି। ଛାତ୍ରମାନେ ବାରିକେଡ ଭାଙ୍ଗି ଦେଇଥିବା ଜଣାଯାଇଛି।  ପ୍ରତାପ ଜେନାଙ୍କ ଗିରଫ ଦାବି କରି ନାରା ଦେଇଥିଲେ। ଜଣେ କିରାଣିଙ୍କୁ ଗିରଫ କରି ସରକାର ନିଜ ଦାୟିତ୍ୱ ସାରି ଦେଲେ ଚଳିବ ନାହିଁ ବୋଲି ଛାତ୍ର କଂଗ୍ରେସ ପକ୍ଷରୁ କୁହାଯାଇଛି। ଦୀର୍ଘ ସମୟ ପର୍ଯ୍ୟନ୍ତ ରାଜରାସ୍ତାରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ନ୍ୟାୟ ନ ମିଳିଲା ପର୍ଯ୍ୟନ୍ତ ବିକ୍ଷୋଭ ଜାରି ରହିବ ବୋଲି ଛାତ୍ର କଂଗ୍ରେସ କହିଛି।

Advertisment

ଉତ୍ତେଜିତ ଛାତ୍ରଙ୍କୁ ନିୟନ୍ତ୍ରଣ କରିବା ପାଇଁ ବ୍ୟାପକ ପୋଲିସ ମୁତୟନ କରାଯାଇଛି। ଅନେକ ଛାତ୍ର କଂଗ୍ରେସ ନେତାଙ୍କୁ ପୋଲିସ ଉଠାଇ ନେଇଥିଲା। ଏଥି ସହିତ ମାହାଙ୍ଗା ଡବଲ ମର୍ଡର ଘଟଣାରେ ମଧ୍ୟ ମନ୍ତ୍ରୀଙ୍କ ଇସ୍ତଫା ଦାବି କଲା ଛାତ୍ର କଂଗ୍ରେସ।

Odisha Youth Congress
Advertisment
Advertisment