• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ବର୍ଜ୍ୟବସ୍ତୁରେ ହସ୍ତକଳା ଦେଲା ସ୍ୱତନ୍ତ୍ର ପରିଚୟ

  • ୟୁଟ୍ୟୁବରୁ ମାସିକ ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି ଗାଁ ଝିଅ ଅର୍ପିତା

ଭଦ୍ରକ(ପାର୍ଥ ସାରଥୀ ନାୟକ) : ୟୁଟ୍ୟବ ବଦଳେଇ ଦେଲା ଜୀବନ ଗତିପଥ । ନିପଟ ମଫସଲ ଗାଁ ଝିଅ ପାଇଁ ରୋଜଗାରର ମାଧ୍ୟମ ସାଜିଲା ସୋସିଆଲ ମିଡିଆ । ପାଠ ପଢି ଘରେ ବସିଥିବା ବେଳେ ୟୁଟ୍ୟୁବ ଅର୍ପିତା ପ୍ରିୟଦର୍ଶିନୀଙ୍କୁ ନୂତନ ପରିଚୟ ଦେଇଛି ଏବଂ ସେ ମାସିକ ଲକ୍ଷାଧିକ ଟଙ୍କା ରୋଜଗାର କରିପାରୁଛନ୍ତି । ୟୁଟ୍ୟୁବ ମାଧ୍ୟମରେ ନିଜର କଳାକୃତିର ନିପୁଣତାକୁ ପ୍ରଦର୍ଶନ କରି ଘରେ ରହି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରି ରୋଜଗାରକ୍ଷମ ହୋଇଛନ୍ତି । ଅଦରକାରୀ ଏବଂ ବର୍ଜ୍ୟବସ୍ତୁରେ ବିଭିନ୍ନ କଳାକୃତି ମାନ ତିଆରି କରି ନିଜର ପରିଚୟ ସୃଷ୍ଟି କରିଛନ୍ତି ଉଚ୍ଚ ଶିକ୍ଷିତ ଯୁବତୀ । ନିଜର ଅନ୍ତର୍ନିହିତ ଗୁଣ ହସ୍ତକଳା ଦ୍ୱାରା ତିଆରି କରୁଛନ୍ତି ବିଭିନ୍ନ ରଙ୍ଗ ବେରଙ୍ଗର କଳାକୃତି । ଅନ୍ୟପଟେ ଏଭଳି ପ୍ରୟାସ ଅନେକ ଯୁବପିଢିଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ।

ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଅଧିନସ୍ଥ ତରାଗୋ ଗ୍ରାମର ନିରଞ୍ଜନ ଖଟୁଆଙ୍କ ଝିଅ ଅର୍ପିତା ପ୍ରିୟଦର୍ଶିନୀ । ୨୫ ବର୍ଷୀୟ ଅର୍ପିତା ଖଟୁଆ ଗ୍ରାଜୁଏସନ ପରେ ସିଟି ପାଠ ପଢା ସାରି ଘରେ ବସିଥିଲେ । ଏବେ ସେ ନିଜର ଅନ୍ତର୍ନିହିତ ଗୁଣ ସାମ୍ନାକୁ ଆଣି ସାରା ଦୁନିଆ ଆଗରେ ପ୍ରଦର୍ଶନ କରିବା ପାରିଛନ୍ତି । ଯେଉଁ ସବୁ ଜିନିଷ ମଣିଷ ବ୍ୟବହାର କରି ବାହାରେ ଫୋପାଡ଼ି ଦେଇଥାନ୍ତି, ସେହି ସବୁ ଅଦରକାରୀ ଓ ବର୍ଜ୍ୟବସ୍ତୁ ଦ୍ୱାରା ନିଜର ନୂତନ ପରିଚୟ ସୃଷ୍ଟି କରିଛନ୍ତି ଅର୍ପିତା । ତିଆରି ହୋଇଥିବା ହସ୍ତକଳାକୁ ଘର ସଜାଡ଼ିବା ପାଇଁ ବନ୍ଧୁବାନ୍ଧବ ସହ ଗ୍ରାମବାସୀ ମାନେ ଅର୍ପିତାଙ୍କ ଘରକୁ ଆସି ବିଭିନ୍ନ ସରଞ୍ଜାମ ନେଉଛନ୍ତି । ଏହି ଗ୍ରାମର କିଛି ଛାତ୍ର, ଛାତ୍ରୀ ମାନେ ଅର୍ପିତା ହସ୍ତକଳାର ତିଆରି କରୁଥିବା ବେଳେ ଦେଖିବାପାଇଁ ଅର୍ପିତାଙ୍କ ଘର ଆଗରେ ଭିଡ଼ ଜମୁଛି ।

ୟୁଟ୍ୟୁବରେ ହସ୍ତକଳା ମାଧ୍ୟମରେ ବିଭିନ୍ନ କଳାକୃତିକୁ ପ୍ରଦର୍ଶନ କରି ପାରିଛନ୍ତି ଅର୍ପିତା । ପୂର୍ବରୁ ହଷ୍ଟେଲ ରହୁଥିବା ସମୟରେ କିଛି ପେପର ଓ ପିଚବୋର୍ଡ ସାହାଯ୍ୟରେ ତାଙ୍କ ବନ୍ଧୁ ମାନଙ୍କୁ ଜନ୍ମଦିନ ଓ ନିୟୁ ଇୟର ଗିଫ୍ଟ ଦେବା ପାଇଁ ତିଆରି କରୁଥିଲେ ବିଭିନ୍ନ ପ୍ରକାରର ହସ୍ତକଳାର ଜିନିଷ । ଅଦରକାରୀ ଖବର କାଗଜ, ଆଇସ୍କ୍ରିମ କାଠି ଓ ଚାମଚ ଆଉ ବିଭିନ୍ନ ପ୍ରକାର ଅନାବନା କାଠି ସାହାଯ୍ୟରେ ତାଙ୍କର ଏହି ନିଖୁଣ କଳାକୃତି ତିଆରି କରନ୍ତି । ତାଙ୍କର ଏହି କଳା ଦେଖି ଅର୍ପିତାଙ୍କ ବଡ଼ ଭାଇ କଳାକୃତି ଗୁଡିକ ୟୁଟ୍ୟୁବ ମାଧ୍ୟମରେ ଅପଲୋଡ଼ କରିବା ପାଇଁ କହିଥିଲେ । ଆଉ ତା’ପରେ ଅର୍ପିତା ପ୍ରିୟଦର୍ଶନୀ ନିଜର ଏକ କ ୟୁଟ୍ୟୁବ ଚ୍ୟାନେଲ ଖୋଲିଥିଲେ, ଆଉ ତାହାର ନାମ କ୍ରାଫ୍ଟ ଗ୍ୟାଲେରୀ ରଖିଲେ । ଆଉ ତାଙ୍କର କଳାକୁ ପ୍ରଥମେ କିଛି କିଛି ଭିଡିଓ କରି ଛାଡିଥିଲେ ।

ତେବେ କଳାକୃତି ତିଆରି କରିବା ପାଇଁ ମାସିକ ୧ ହଜାର ରୁ ୨ ହଜାର ଟଙ୍କା ଖର୍ଚ୍ଚ କରୁଥିଲେ ଅର୍ପିତା । ପ୍ରଥମେ ଏହି ହସ୍ତକଳା ଏତେଟା ଲୋକପ୍ରିୟ ହୋଇପାରି ନ ଥିଲା । ଆଉ ହସ୍ତକଳା ମାଧ୍ୟମରେ ସେ ମାସିକ ୪ ହଜାରରୁ ୫ ହଜାର ରୋଜଗାର କରୁଥିଲେ । ପରେ ପରେ ଏହି ହସ୍ତକଳାକୁ ସମ୍ପୂର୍ଣ୍ଣ ଭାବେ ତିଆରି କରି ଏଡିଟିଂ କରିବା ପରେ ସେହି ଭିଡିଓକୁ ତାଙ୍କ ୟୁଟ୍ୟୁବ ଚ୍ୟାନେଲରେ ଛାଡିଥିଲେ । ପରେ ଧୀରେ ଧୀରେ ତାଙ୍କର ଫଲୋର୍ସ ବଢିବା ସହ ଲୋକପ୍ରିୟତା ବଢିଥିଲା । ଯାହାକୁ ୟୁଟ୍ୟୁବ ମାଧ୍ୟମରେ ଏକ ଲକ୍ଷ ସବସ୍କ୍ରାଇବର ହେବା ପରେ ତାଙ୍କୁ ୟୁଟ୍ୟୁବ ପକ୍ଷରୁ ଏକ ଆୱାର୍ଡ ମିଳିଛି । ଆଉ ମାସିକ ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି ଅର୍ପିତା ପ୍ରିୟଦର୍ଶିନୀ । ଏବେ ତାଙ୍କ ୟୁଟ୍ୟୁବ ଚ୍ୟାନେଲରେ ୯ ମିଲିୟନରୁ ଅଧିକ ଭିଉଅର୍ସ ଅଛନ୍ତି ।

ନିଜ କଳାକୁ ନେଇ ଅର୍ପିତା ପ୍ରିୟଦର୍ଶିନୀ ନିଜେ ଖୁସି ହେବା ସହ ଆଗାମୀ ଦିନରେ କଳାକୁ କିପରି ଅଧିକ ଉନ୍ନତ କରିପାରିବେ ସେ ନେଇ ଆଶା ରଖିଛ । ବଡ ଭଉଣୀକୁ ସବୁବେଳେ ଏହି କାମରେ ସାହାଯ୍ୟ କରୁଥିବା ସାନ ଭାଇ ମଧ୍ୟ ବେଶ ଖୁସି । ଝିଅର ଏହି ପରି କଳାକୁ ଦେଖିବା ସହ ବାପା ମଧ୍ୟ ଖୁସି ଅଛନ୍ତି ବୋଲି କହିଛନ୍ତି ଅର୍ପିତାଙ୍କ ବାପା । ସେପଟେ ନିପଟ ମଫସଲ ଗାଁର ଝିଅ ଅର୍ପିତାଙ୍କ ଏଭଳି ପ୍ରୟାସ ଓ ସଫଳତାକୁ ନେଇ ଗ୍ରାମବାସୀ ଗର୍ବ ଅନୁଭବ କରିଛନ୍ତି ।