Advertisment

Khandagiri Jatra Mahakumbh: ରାନୀଙ୍କ ଖୋଲା ଚ୍ୟାଲେଞ୍ଜ: ପ୍ରମାଣ ଦେଲେ ସନ୍ନ୍ୟାସିନୀ ହୋଇଯିବି

ଯାତ୍ରା ମହାକୁମ୍ଭ ଖଣ୍ଡଗିରିରେ ବାସନ୍ଦ ହେବା ପରେ ପେଟପାଟଣା ପାଇଁ ନିର୍ଣ୍ଣାୟକ ଲଢ଼େଇ ଲଢୁଛନ୍ତି ଆଇଟମ୍‌ ଡ୍ୟାନ୍ସର ରାନୀ ପ୍ରିୟଦର୍ଶିନୀ। ତାହା ପୁଣି ନାଟକୀୟ ଢ଼ଙ୍ଗରେ। ଦିନେ ଅର୍ଦ୍ଧ ନଙ୍ଗୁଳୀ ବେଶରେ ନଜର ଆସୁଥିବା ରାନୀ ଆଜି ଗେରୁଆ ଶାଢ଼ୀ ପିନ୍ଧିଛନ୍ତି ଓ ବେଗରେ ରୁଦ୍ରାକ୍ଷ ପକାଇଛନ୍ତି।

author-image
Manoranjan Sial
ଅଦ୍ୟତନ ହୋଇଛି
Rani

Rani

ହଟ୍‌ ଆଣ୍ଡ ସେକ୍ସି ଆଇଟମ୍‌ ଡ୍ୟାନ୍ସର ରାନୀ ପ୍ରିୟଦର୍ଶିନୀ। ସବୁବେଳେ ଚର୍ଚ୍ଚାରେ ଥାଆନ୍ତି। ନିଜର ହଟ୍‌ ବା ଅର୍ଦ୍ଧ ନଗ୍ନ ଡ୍ୟାନ୍ସ ପାଇଁ ସେ କେତେବେଳେ ଯାତ୍ରା ପ୍ରେମୀଙ୍କଠାରୁ ତାଳି ମାଡ଼ ଖାଇଥିଲେ ତ ଆଉ କେତେବେଳେ ଚପଲ୍‌। ଯାହାର ପ୍ରମାଣ ରୁଣ୍ଡାଇଲେ ସମଗ୍ର ଓଡ଼ିଶାରୁ ଗଣ୍ଡା ଗଣ୍ଡା ଆସିବ। ଯେଉଁଥିପାଇଁ ସେ ବଦାନାମ ହୋଇଥିଲେ। ତାଙ୍କୁ ଯାତ୍ରା ମହାକୁମ୍ଭ ଖଣ୍ଡଗିରିରେ ଷ୍ଟେଜ୍‌ ଚଢ଼ିବାକୁ ବାରଣ କରାଯାଇଥିଲା। ଯାହାକୁ ନେଇ ତାତିଛନ୍ତି ରାନୀ। ଆଉ ଦୟା ନଦୀରେ ବୁଡ଼ ପକାଇ ଖଣ୍ଡଗିରିରେ ସାଧୁ ଓ ସନ୍ଥମାନଙ୍କୁ ସେ ଭେଟିଛନ୍ତି। ତାଙ୍କର ଅଶ୍ଲୀଳ ନୃତ୍ୟର ପ୍ରମାଣ ମାଗିଛନ୍ତି ରାନୀ। ଯଦି ତାଙ୍କୁ କିଏ ତାଙ୍କ ଅଶ୍ଲୀଳ ନୃତ୍ୟର ପ୍ରମାଣ ଦେଇଦେବେ, ତାହାହେଲେ ସେ ଡ୍ୟାନ୍ସ ଛାଡ଼ି ସବୁଦିନ ପାଇଁ ସନ୍ନ୍ୟାସୀ ହୋଇଯିବେ ବୋଲି ରାନୀ ଘୋଷଣା କରିଛନ୍ତି।

Advertisment

ଯାତ୍ରା ମହାକୁମ୍ଭ ଖଣ୍ଡଗିରିରେ ବାସନ୍ଦ ହେବା ପରେ ପେଟପାଟଣା ପାଇଁ ନିର୍ଣ୍ଣାୟକ ଲଢ଼େଇ ଲଢୁଛନ୍ତି ଆଇଟମ୍‌ ଡ୍ୟାନ୍ସର ରାନୀ ପ୍ରିୟଦର୍ଶିନୀ। ତାହା ପୁଣି ନାଟକୀୟ ଢ଼ଙ୍ଗରେ। ଦିନେ ଅର୍ଦ୍ଧ ନଗ୍ନ ବେଶରେ ନଜର ଆସୁଥିବା ରାନୀ ଆଜି ଗେରୁଆ ଶାଢ଼ୀ ପିନ୍ଧିଛନ୍ତି ଓ ବେଗରେ ରୁଦ୍ରାକ୍ଷ ପକାଇଛନ୍ତି। ଆଉ ସେହି ରୂପରେ ଦୟା ନଦୀରେ ବୁଡ଼ ପକାଇଛନ୍ତି। ତା’ପରେ ପାଣି ଭିତରେ ଛିଡ଼ା ହୋଇ ଡମ୍ୱରୁ ବଜାଇ ହର୍‌ ହର୍‌ ମହାଦେବ କହିଛନ୍ତି। ତା’ପରେ ବହେ ପ୍ରଳାପ କରି ଖଣ୍ଡଗିରି ଆସିଛନ୍ତି। ସେଠାରେ ସାଧୁସନ୍ଥଙ୍କଠାରୁ ଆଶୀର୍ବାଦ ନେଇଛନ୍ତି ରାନୀ।

ଅଧିକ ପଢ଼ନ୍ତୁ: ଖଣ୍ଡଗିରି ମାଘ ମେଳାରେ ଅଶ୍ଲୀଳ ନୃତ୍ୟ ଅଭିନୟକୁ ନା

ରାନୀ ପ୍ରିୟଦର୍ଶିନୀ କହିଛନ୍ତି, ଦୟାନଦୀରେ ବୁଡ଼ ପକାଇଲି। ଆଶୀର୍ବାଦ ନେବା ପାଇଁ ଖଣ୍ଡଗିରିରେ ମୋ’ ଗୁରୁଙ୍କ ପାଖକୁ ଯାଉଛି। ମୁଁ ଦେଖିବି ତାଙ୍କ ଠେଙ୍ଗାର ଶକ୍ତି ଅଧିକା ନା ଡମ୍ୱରୁର ଶକ୍ତି ଅଧିକା। ଆପଣମାନେ କହିଛନ୍ତି, ଏଥର ଷ୍ଟେଜ୍‌ରେ ଅଶ୍ଲୀଳ ଡ୍ୟାନ୍ସ ହେବନି କି ଆଧୁନିକ ଗୀତ ବାଜିବନି। ରେକର୍ଡ ଡ୍ୟାନ୍ସ ବା ମେଲୋଡ଼ି ହେବନି। ଏପରିକି ଆଧୁନିକ ନାଟକ ହେବନି। କେବଳ ଭଜନ ସନ୍ଧ୍ୟା ହେବ। ରାମାୟଣ ଓ ମହାଭାରତ ପରି ପୌରାଣିକ ନାଟକ ହେବ। ଯଦି ଆଧୁନିକ ନାଟକ ବା ଅଶ୍ଲୀଳ ନୃତ୍ୟ ହେଲା, ତାହାହେଲେ ମୁଁ ଡମ୍ୱରୁ ଧରି ସବୁ ପ୍ୟାଣ୍ଡାଲରେ ତାଣ୍ଡବ ନୃତ୍ୟ କରିବି। ମୁଁ ଦେଖିବି କିଏ ମୋତେ ଖଣ୍ଡଗିରିରେ ଅଟକାଇବ? ଆଜି କେବଳ ଝଲକ ଦେଖାଉଛି। ଆଗକୁ ପୂରା ଫିଲ୍ମ ଦେଖାଇବି। କାହାର ସାହସ ନାହିଁ ମୋତେ ଅଟକାଇବାକୁ ବୋଲି ରାନୀ ପ୍ରିୟଦର୍ଶିନୀ କହିଛନ୍ତି।

Advertisment

ଅଧିକ ପଢ଼ନ୍ତୁ: ଖଣ୍ଡଗିରି ମେଳାରେ ଅଶ୍ଳୀଳ ନୃତ୍ୟ ମନା

ସେ ଆହୁରି କହିଛନ୍ତି, ଅଯଥାରେ ରାନୀ ପ୍ରିୟଦର୍ଶିନୀଙ୍କୁ କ’ଣ ପାଇଁ ବଦନାମ କରାଯାଉଛି? ଯଦି ରାନୀଙ୍କୁ ବଦନାମ କରିଛନ୍ତି, ତା’ର ଭରପୋଷଣ ଦିଅନ୍ତୁ। ନହେଲେ ଡ୍ୟାନ୍ସ ପରିବେଷଣ ପାଇଁ ଷ୍ଟେଜ ଦିଅନ୍ତୁ। ମୁଁ ଶାଢ଼ି ପିନ୍ଧି ଡ୍ୟାନ୍ସ କରିବି। ଆଉ ଯଦି ଷ୍ଟେଜ୍‌ ନଦେବେ, ତାହାହେଲେ ରାନୀକୁ କେହି ଅଟକାଇପାରିବେ ନାହିଁ। ଓଡ଼ିଶାରେ ଦୁଇ ଜଣ ଅଛନ୍ତି, ଯେଉଁମାନେ ଖୋଲମ୍‌ଖୋଲା ଦେହ ଦେଖାଉଛନ୍ତି। କିନ୍ତୁ ମୋତେ ଅଯଥାରେ ବଦନାମ କରାଯାଉଛି। ମୋର ବହୁତ ବଡ଼ କ୍ଷତି ହୋଇଛି ବୋଲି ରାନୀ କହିଛନ୍ତି।

ରାନୀ ପ୍ରଶ୍ନ କରିଛନ୍ତି, ମୁଁ କେବେ ଅଶ୍ଲୀଳତା ପ୍ରଦର୍ଶନ କରିଛି କି? କେହି ପ୍ରମାଣ ଦେଖାଇ ଦେଇପାରିବେ। ଯଦି ରାନୀ ପ୍ରିୟଦର୍ଶିନୀ ଅଶ୍ଲୀଳ ନୃତ୍ୟ ବା ନିଜ ଦେହ ଦେଖାଇଛି, ତାହାର ପ୍ରମାଣ ଦେଖାଇଲେ ଆଇଟମ୍‌ ଡ୍ୟାନ୍ସ ଛାଡ଼ି ସନ୍ନ୍ୟାସୀନୀ ହୋଇଯିବି। କିନ୍ତୁ ବିନା କାରଣରେ ମୋତେ ବଦନାମ କରୁଛନ୍ତି। ମୋତେ ଖଣ୍ଡଗିରି ମଞ୍ଚ ଦରକାର। ମଞ୍ଚ ନଦେଲେ ମୁଁ ମହାତାଣ୍ଡବ ନୃତ୍ୟ କରିବି। କେହି ମୋତେ ଅଟକାଇ ପାରିବେ ନାହିଁ। କାହାର ଦମ୍‌ ଅଛି ମୋତେ ଅଟକାଇ ଦେଖାଉ ବୋଲି ରାନୀ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି।

Khandagiri Mela Jatra Artist Entertainment
Advertisment
Advertisment