• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

News Highlights

  • କରୋନା କଟକଣା ଭିତରେ ଏଥର ବି ଗଣେଷ ପୂଜା

  • ପୂଜା ପାଇଁ ପୂର୍ବ ଭଳି ନାହିଁ ଉତ୍ସାହ

  • ମୂର୍ତ୍ତି ବ୍ୟବସାୟ ମାନ୍ଦା ଚିନ୍ତାରେ ମୂର୍ତ୍ତି କାରିଗର

ଭୁବନେଶ୍ୱର: ଆଗକୁ ଆସୁଛି ବିଘ୍ନ ବିନାଶକଙ୍କ ପୂଜା। କରୋନା କଟକଣା ମଧ୍ୟରେ ଏଥର ପୂଜା ପାଇଁ ପୂର୍ବ ଭଳି ଉତ୍ସାହ ନାହିଁ । ଗତବର୍ଷ ବି କଟକଣା ପାଇଁ ପାର୍ବଣରେ ମୂର୍ତ୍ତି ବ୍ୟବସାୟ ମାନ୍ଦା ଥିଲା ଓ ଚଳିତବର୍ଷ ମଧ୍ୟ ବ୍ୟବସାୟକୁ ନେଇ ସନ୍ଦିହାନ ମୂର୍ତ୍ତି କାରିଗର । ସେପଟେ ମାଟି ମୂର୍ତ୍ତି ସ୍ଥାନରେ ଆନ୍ଧ୍ରରୁ ଆସୁଥିବା ପ୍ଲାଷ୍ଟର ଅଫ୍ ପ୍ୟାରିସରେ ପ୍ରସ୍ତୁତ ଗଣେଷ ମୂର୍ତ୍ତିର ଚାହିଦା ବଢ଼ିଛି ।

ଦିନ କେଇଟା ପରେ ପାର୍ବଣର ପ୍ରଥମ ପୂଜା । ବିଘ୍ନ ବିନାଶକଙ୍କ ଆବାହନ । କରୋନା ପାଇଁ ନାନା କଟକଣା ଭିତରେ ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ ଗଜାନନଙ୍କ ପୂଜା ଅନୁଷ୍ଠିତ ହେବ । କିନ୍ତୁ ଚଳିତବର୍ଷ ମଧ୍ୟ କରୋନା କଟକଣା ଓ ମୂର୍ତ୍ତିର କମୁଥିବା ଚାହିଦା ମୂର୍ତ୍ତି କାରିଗରଙ୍କ ମେରୁଦଣ୍ଡ ଦୋହଲାଇ ଦେଇଛି । ମୟୂରଭଞ୍ଜ ଉଦଳାରେ କୌଳିକ ବୃତ୍ତି କରିଆସୁଥିବା ମୂର୍ତ୍ତି କାରିଗରମାନେ ସବୁବର୍ଷ ପାର୍ବଣକୁ ଚାହିଁ ରହିଥାନ୍ତି । କିନ୍ତୁ ଚଳିତବର୍ଷ କଟକଣା କୋହଳ ହେବା ପରେ ବି ମୂର୍ତ୍ତିର ସେତେଟା ଚାହିଦା ନାହିଁ, ଯାହାକୁ ନେଇ ସେମାନଙ୍କ ଚିନ୍ତା ବଢ଼ିଛି ।

ସେପଟେ କୋରାପୁଟ ସହରରେ ମାଟିର ମୃଣ୍ମୟୀ ମୂର୍ତ୍ତିର ଚାହିଦା ପୂର୍ବାପେକ୍ଷା ଢେର୍ କମିଯାଇଛି । ଏବେ ବଜାରରେ ମାଟି ମୂର୍ତ୍ତିର ସ୍ଥାନ ନେଇଛି ଆନ୍ଧ୍ରରୁ ଆସୁଥିବା ପ୍ଲାଷ୍ଟର ଅଫ୍ ପ୍ୟାରିସର ମୂର୍ତ୍ତି । ସେପଟେ କରୋନା କଟକଣା କୋହଳ ହେବା ପରେ ୨ ମାସ ଧରି ପାର୍ବଣ ପାଇଁ ମୂର୍ତ୍ତି ତିଆରିରେ ବ୍ଯସ୍ତ ଥିବା କାରିଗର, ଚାହିଦା ନଥିବାରୁ ଏବେ ଚିନ୍ତାରେ । ମାଟି ମୂର୍ତ୍ତି ସ୍ଥାନରେ ପ୍ଲାଷ୍ଟର ଅଫ୍ ପ୍.ଆରିସ୍‌ର ମୂର୍ତ୍ତି ବ୍ୟବହାରକୁ କିନ୍ତୁ ପଣ୍ଡିତମାନେ ନାପସନ୍ଦ କରିଛନ୍ତି । ଆଉ ପରିବେଶ ଉପରେ ଏହାର କୁପ୍ରଭାବକୁ ନେଇ ମଧ୍ୟ ବୁଦ୍ଧିଜୀବୀ ଚିନ୍ତାବ୍ୟକ୍ତ କରିଛନ୍ତି ।

କରୋନା କଷଣ ମୂର୍ତ୍ତି କାରିଗରଙ୍କ ବେଉସା ଛଡ଼ାଇ ନେବାକୁ ବସିଲାଣି । ଆଉ ବୋଝ ଉପରେ ନଳିତା ବିଡ଼ା ସାଜୁଛି ଆଧୁନିକ ଯୁଗରେ ଲୋକଙ୍କ ବଦଳୁଥିବା ରୁଚି । ତେବେ ମାଟି ମୂର୍ତ୍ତିରେ ପୂଜା କରିବା ଲାଗି ପଣ୍ଡିତମାନେ ଯୁକ୍ତି ବାଢୁଥିବା ଜଣାଯାଇଛି।