Advertisment

ଆତ୍ମାର ଓଜନ ୨୧ ଗ୍ରାମ୍ !

ସତରେ କ’ଣ ଆତ୍ମା ଅଛି? ଭୂତ-ପ୍ରେତ କ’ଣ ସତରେ ଅଛନ୍ତି? ଏହି ପ୍ରଶ୍ନର ଠୋସ୍ ଉତ୍ତର ଆଜିଯାଏ ମିଳିନି। କିନ୍ତୁ ଧର୍ମ କୁହେ ଯେ ଆତ୍ମା ଅଛି। ଏହାର ଅସ୍ତିତ୍ୱ କେବଳ ଆମ ଭିତରେ ହିଁ ବିଦ୍ୟମାନ। କିନ୍ତୁ ଧର୍ମର ଏହି ଦାବିକୁ ବିଜ୍ଞାନ ସ୍ୱୀକାର କରୁନି। ବିଜ୍ଞାନର କହିବା କଥା ଆଜିଯାଏ ଏହି ରହସ୍ୟର କୌଣସି ବୈଜ୍ଞାନିକ ପ୍ରମାଣ ମିଳିପାରିନି। ଏନେଇ ଏହାର ଅସ୍ଥିତ୍ୱକୁ ସ୍ୱୀକାର କରାଯାଇ ପାରିବ ନାହିଁ। ଶତାବ୍ଦୀର ସବୁଠାରୁ ଲୋକପ୍ରିୟ ବୈଜ୍ଞାନିକ ଆଲ୍‌ବର୍ଟ ଆଇନ୍‌ଷ୍ଟାଇନଙ୍କୁ ଯେତେବେଳେ ଭୂତ୍-ପ୍ରେତ ବିଷୟରେ ପଚରା ଯାଇଥିଲା, ସେ କହିଥିଲେ ଯେ ଉର୍ଜା ଏହି ବ୍ରହ୍ମାଣ୍ଡରୁ ନଷ୍ଟ ହୋଇ ନ ଥାଏ।

author-image
Pramod Behera
ଅଦ୍ୟତନ ହୋଇଛି
21 gram theory

21 gram theory୨୧ ଗ୍ରାମ ଥିଓରୀ

ଅନେକ କୁହନ୍ତି ଯେ ବ୍ୟକ୍ତିର ମୃତ୍ୟୁ ପରେ ମଧ୍ୟ ତା’ର ଆତ୍ମା ଏହି ବ୍ରହ୍ମାଣ୍ଡରେ ରହିଥାଏ। ଥର୍ମୋଡାଇନାମିକ୍ସ ସିଦ୍ଧାନ୍ତ ବି ଏହି ପ୍ରସଙ୍ଗରେ ପ୍ରମାଣିତ କରିଛି ଯେ ନା ଉର୍ଜା ସୃଷ୍ଟି ହୋଇଥାଏ ନା ଏହା ନଷ୍ଟ ହୋଇଥାଏ। ଏହା କେବଳ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନିଜର ସ୍ୱରୂପ ପରିବର୍ତ୍ତନ କରିଥାଏ। ଏମିତିରେ ଆତ୍ମା କିନ୍ତୁ କେବେ ନଷ୍ଟ ହୁଏ ନାହିଁ। ତେବେ ଏହି ପ୍ରସଙ୍ଗରେ ଆମେ ଭୂତ-ପ୍ରେତ ବିଷୟରେ ଜାଣିବା ସହିତ ଆତ୍ମାର ରହସ୍ୟ ଓ ଏହା ବିଷୟରେ ଥିବା ୨୧ ଗ୍ରାମ ଥିଓରୀ କ’ଣ କହୁଛି ସେ ବିଷୟରେ ଜାଣିନେବା।

Advertisment

ବିଜ୍ଞାନ ଅନୁସାରେ ମନୁଷ୍ୟର ମୃତ୍ୟୁ ପରେ ତା’ର ଶରୀର ମାଟିରେ ମିଶିବାକୁ ଆରମ୍ଭ କରେ। ପରେ ଏହି ଶରୀରରୁ ଏକ ଗଛର ସୃଷ୍ଟି ହୋଇଥାଏ, ଯାହାକୁ ପଶୁମାନେ ଖାଇଥାନ୍ତି। ଏ ତ ଗଲା ଶରୀର କଥା। ତେବେ ଆତ୍ମାର କ’ଣ ହୁଏ? ଆତ୍ମା କୁଆଡେ ଯାଏ? ଏହା ହିଁ ପ୍ରଶ୍ନବାଚୀ।

ତେବେ ଉର୍ଜାର କେବେ ନଷ୍ଟ ହେଉ ନ ଥିବା ନିୟମ ଆତ୍ମା ଉପରେ ବି ଲାଗୁ ହୋଇପାରେ। ଏଠାରେ ପ୍ରଶ୍ନ ଉଠିବା ସ୍ୱଭାବିକ ଯେ ଯଦି ଆତ୍ମା ନଷ୍ଟ ନ ହୁଏ ତେବେ ଏହାର କ’ଣ ହୋଇଥାଏ? ଡନ୍‌କାନ୍ ମାକ୍‌ଡଗଲ୍ ନାମକ ଜଣେ ପ୍ରସିଦ୍ଧ ବୈଜ୍ଞାନିକ ଏହି ରହସ୍ୟକୁ ଜାଣିବା ପାଇଁ ଏକ ପରୀକ୍ଷା କରିଥିଲେ। ଏହି ପରୀକ୍ଷା ସମୟରେ ସେ ବ୍ୟକ୍ତିର ମୃତ୍ୟୁ ପୂର୍ବରୁ ତା’ର ଓଜନ ମାପିଲେ ଓ ମୃତ୍ୟୁ ପରେ ବି ଓଜନ ମାପିଲେ।

ଏହି ପରୀକ୍ଷଣ ପରେ ଫଳ ଯାହା ଆସିଲା ତାହା ନିଶ୍ଚିତ ଚମକେଇ ଦେଲା ଭଳି କଥା। ଜଣାପଡିଲା ଯେ ବ୍ୟକ୍ତି ଜୀବିତ ଥିବା ବେଳେ ଓ ମୃତ୍ୟୁ ପରେ ତା’ର ଓଜନରେ ପାଖାପାଖି ୨୧ଗ୍ରାମ ଓଜନର ଫରକ ହୋଇଥାଏ। ଏହି ପରୀକ୍ଷା ଯେତେଥର ବି କରାଗଲା ସେତେଥର ଓଜନରେ ୨୧ ଗ୍ରାମ ଫରକ ଆସିଲା। ତେବେ ଏହି ପରୀକ୍ଷା ପରେ ଶେଷରେ ଏହି ସିଦ୍ଧାନ୍ତରେ ପହଞ୍ଚିବାକୁ ପଡିଲା ଯେ ଆତ୍ମାର ଓଜନ ୨୧ ଗ୍ରାମ।

ଏହି ଥିଓରୀ ଏହି କଥାକୁ ପ୍ରମାଣିତ କଲା ଯେ ଶରୀର ଭିତରେ ଏମିତି କିଛି ଅଛି ଯାହା ମୃତ୍ୟୁ ପରେ ତୁରନ୍ତ ଚାଲିଯାଇଥାଏ। ଏହି କାରଣରୁ ୨୧ ଗ୍ରାମ ଥିଓରୀ ବହୁ ପ୍ରସିଦ୍ଧ ହୋଇଥିଲା। ଏହି ପରୀକ୍ଷଣରେ ନିୟୋଜିତ ବ୍ୟକ୍ତି ଏହା ମଧ୍ୟ ଦେଖିଥିଲେ ଯେ ମୃତ୍ୟୁ ସମୟରେ ମସ୍ତିଷ୍କ ଭିତରେ ଖୁବ ଜୋରେ ହଲଚଲ ହୋଇଥାଏ। ଏନେଇ ଭୟରେ ବ୍ୟକ୍ତି କିଛି ଆଡୁସାଡୁ ଜିନିଷ ଦେଖିଥାଏ।

ତେବେ ଆତ୍ମାକୁ ନେଇ ସତ୍ୟ କ’ଣ ତାହା ଆଜି ମଧ୍ୟ ରହସ୍ୟ ହୋଇ ରହିଛି। କିନ୍ତୁ ଏହି ୨୧ ଗ୍ରାମ ଥିଓରୀ ଏହା ହିଁ କେବଳ ପ୍ରମାଣିତ କରିଛି ଯେ ବ୍ୟକ୍ତିର ମୃତ୍ୟୁ ପରେ ଯାହା ତା’ ଶରୀର ଭିତରୁ ଚାଲିଯାଏ ତାହାର ଓଜନ ୨୧ ଗ୍ରାମ। ଫଳରେ ମୃତ୍ୟୁ ପରେ ମଣିଷର ଓଜନ ୨୧ ଗ୍ରାମ କମିଯାଏ। ତେବେ ଏହି କଥାକୁ କେହି ପ୍ରମାଣିତ କରିପାରି ନାହାନ୍ତି ଯେ ସେଇ ଚାଲିଯାଉଥିବା ଜିନିଷ ଆତ୍ମା ବୋଲି।

Special Story 21 Gram Theory
Advertisment
Advertisment