Advertisment

ସ୍ୱାମୀ ଥାଇ ବି ସ୍ତ୍ରୀକୁ ହେବାକୁ ପଡେ ବିଧବା

ହିନ୍ଦୁ ଧର୍ମରେ ବିବାହ ପରେ ଏକ ସଧବା ସ୍ତ୍ରୀ ଜୀବନରେ ଶଙ୍ଖା, ସିନ୍ଦୁର, ବିନ୍ଦି, ମେହେନ୍ଦୀ ଆଦି ସ୍ୱତନ୍ତ୍ର ସ୍ଥାନ ନେଇଥାଏ। ଏହି ସବୁ ଜିନିଷ ଜଣେ ବିବାହିତା ନାରୀର ସଧବାର ପ୍ରତୀକ ହୋଇଥାଏ। ସ୍ତ୍ରୀ ନିଜ ସ୍ୱାମୀର ଦୀର୍ଘ ଜୀବନ ପାଇଁ ଷୋଳ ବ୍ରତ ରଖିଥାଏ, ପୂଜା ପାଠ କରିଥାଏ। କିନ୍ତୁ ଏଠାରେ ଯେଉଁ କଥା କୁହାଯିବ ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହୋଇ ରହିଯିବେ। ଏମିତି କିଛି ସମୁଦାୟ ଅଛନ୍ତି ଯେଉଁଠାରେ ପତି ଜୀବିତ ଥାଉ ଥାଉ ପତ୍ନୀ ସବୁ ବର୍ଷ କିଛି ସମୟ ପାଇଁ ବିଧବା ହୋଇ ଜୀଇଥାଏ।

author-image
Pramod Behera
Widow having Husband

Widow having Husband

ହିନ୍ଦୁ ଧର୍ମରେ ବିବାହ ପରେ ଏକ ସଧବା ସ୍ତ୍ରୀ ଜୀବନରେ ଶଙ୍ଖା, ସିନ୍ଦୁର, ବିନ୍ଦି, ମେହେନ୍ଦୀ ଆଦି ସ୍ୱତନ୍ତ୍ର ସ୍ଥାନ ନେଇଥାଏ। ଏହି ସବୁ ଜିନିଷ ଜଣେ ବିବାହିତା ନାରୀର ସଧବାର ପ୍ରତୀକ ହୋଇଥାଏ। ସ୍ତ୍ରୀ ନିଜ ସ୍ୱାମୀର ଦୀର୍ଘ ଜୀବନ ପାଇଁ ଷୋଳ ବ୍ରତ ରଖିଥାଏ, ପୂଜା ପାଠ କରିଥାଏ। କିନ୍ତୁ ଏଠାରେ ଯେଉଁ କଥା କୁହାଯିବ ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହୋଇ ରହିଯିବେ। ଏମିତି କିଛି ସମୁଦାୟ ଅଛନ୍ତି ଯେଉଁଠାରେ ପତି ଜୀବିତ ଥାଉ ଥାଉ ପତ୍ନୀ ସବୁ ବର୍ଷ କିଛି ସମୟ ପାଇଁ ବିଧବା ହୋଇ ଜୀଇଥାଏ। ଏହି ଗୋଷ୍ଠୀର ନାମ ହେଉଛି ‘ଗଛବାହା ସମୁଦାୟ’। ଏହି ସମୁଦାୟ ଦୀର୍ଘ ବର୍ଷ ଧରି ଏହି ପରମ୍ପରାକୁ ପାଳନ କରି ଆସୁଛନ୍ତି। ତେବେ କୁହାଯାଏ ଯେ ସ୍ତ୍ରୀ ନିଜ ସ୍ୱାମୀର ଦୀର୍ଘ ଜୀବନ କାମନା କରି ପ୍ରତି ବର୍ଷ ବୈଧବ ଜୀବନ ବିତାଇଥାଏ।

Advertisment
Widow having Husbandସ୍ୱାମୀ ଥାଇ ବି ବିଧବା

ପୂର୍ବ ଉତ୍ତର ପ୍ରଦେଶରେ ରୁହନ୍ତି ଏହି ଗଛବାହା ସମୁଦାୟ। ଏହି ସମୁଦାୟର ପୁରୁଷମାନେ ପାଖାପାଖି ପାଞ୍ଚ ମାସ ପର୍ଯ୍ୟନ୍ତ ଗଛରୁ ତାଡି ସଂଗ୍ରହ କରିବା କାମ କରନ୍ତି। ଏହି ସମୟରେ ଯେଉଁ ମହିଳାଙ୍କ ସ୍ୱାମୀ ତାଡି ସଂଗ୍ରହ କରିବାକୁ ଯାଆନ୍ତି ତାଙ୍କ ସ୍ତ୍ରୀ ବିଧବା ଭଳି ରୁହନ୍ତି। ଏହି ସମୟରେ ମହିଳାମାନେ ନା ଲଗାନ୍ତି ସିନ୍ଦୁର କି ବିନ୍ଦି। ଏହାରି ଭିତରେ ସେମାନେ କୌଣସି ପ୍ରକାର ସଜବାଜ ମଧ୍ୟ ହୁଅନ୍ତି ନାହିଁ। ଏପରିକି ଏମାନେ ଉଦାସ ମଧ୍ୟ ରୁହନ୍ତି।

Advertisment

ଗଛବାହା ସମୁଦାୟରେ ତରକୁଲହା ଦେବୀଙ୍କୁ କୁଳଦେବୀ ଭାବେ ପୂଜା କରାଯାଏ। ଯେତେବେଳେ ସ୍ୱାମୀ ତାଡି ସଂଗ୍ରହ କରିବାକୁ ଯାଇଥାନ୍ତି ସେମାନଙ୍କ ସ୍ତ୍ରୀମାନେ ତାଙ୍କର ସମସ୍ତ ସାଜସୁଜ୍ଜା ଦେବୀଙ୍କ ମନ୍ଦିରରେ ରଖି ଦିଅନ୍ତି। ପୁରୁଷମାନେ ଯେଉଁ ଗଛରୁ ତାଡି ସଂଗ୍ରହ କରିବାକୁ ଯାଇଥାନ୍ତି ସେଗୁଡିକ ବହୁତ ଉଚ୍ଚ ହୋଇଥାଏ। ସାମାନ୍ୟ ବେହୁସିଆରୀ ବ୍ୟକ୍ତିର ମୃତ୍ୟୁର କାରଣ ହୋଇଯାଏ। ଏହି କାରଣରୁ ସ୍ୱାମୀର ଦୀର୍ଘ ଜୀବନ କାମନା କରି ସ୍ତ୍ରୀ ତରକୁଲହା ମନ୍ଦିରକୁ ଯାଇ ଦେବୀଙ୍କ ପାଖରେ ନିଜର ସମସ୍ତ ସାଜସୁଜ୍ଜାକୁ ସମର୍ପଣ କରି ଦେଇଥାନ୍ତି।

Special Story
Advertisment
Advertisment