• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ୨୦୦୫ରୁ ଢିଙ୍କିଆକୁ ଭୁଲି ଯାଇଥିଲେ,

  • ଏବେ କାହିଁକି ମନେପଡ଼ିଲା ବୋଲି ପ୍ରଶ୍ନ କରିଛନ୍ତି ଲୋକେ?

ଢିଙ୍କିଆ : ଜଗତସିଂହପୁର ଢିଙ୍କିଆରେ ସ୍ଥାନୀୟ ଲୋକଙ୍କ ବିରାଟ ମେଳି । ଜଙ୍ଗଲ ଜମି ପଟ୍ଟା ପ୍ରଦାନ, ପୋସ୍କୋ ସମୟରୁ ଦାଏର ହୋଇଥିବା ମିଥ୍ୟା ମାମଲା ପ୍ରତ୍ୟାହାର ଆଦି ୬ ଦଫା ଦାବି ନେଇ ଏକାଠି ହୋଇଥିଲେ ସେମାନେ । ୨୦୦୫ରୁ ଅନେକ ପ୍ରତିଶ୍ରୁତି ଦିଆଯାଇଥିଲେ ମଧ୍ୟ ଏତେ ଦିନ ହେଲା ସରକାର ତାକୁ ଭୁଲି ଯାଇଥିବା ସେମାନେ ଅଭିଯୋଗ କରିଛନ୍ତି । ଏବେ ଜେଏସଡବ୍ଲୁ ଆସିବା ପରେ ପୁଣି ଢିଙ୍କିଆ କଥା ମନେପଡ଼ିଛି । ଏହି ସମାବେଶ ଅବସରରେ ଆନ୍ଦୋଳନକାରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ଶେଷ ଚିଠି ଲେଖିଥିବା କହିଛନ୍ତି ।

ଦାବି ପୂରଣ ନ ହେଲେ ତୀବ୍ର ଆନ୍ଦୋଳନ କରିବାକୁ ଚେତାବନୀ ଦିଆଯାଇଛି । ପ୍ରତିବାଦ ସଭା ପୂର୍ବରୁ ଶହ ଶହ ସ୍ଥାନୀୟ ବାସିନ୍ଦା ଢିଙ୍କିଆରୁ ପାଟଣା ପର୍ଯ୍ୟନ୍ତ ଏକ ବିରାଟ ଶୋଭାଯାତ୍ରା କରିଥିଲେ । ୧୫ ଦିନ ତଳେ ଏରସମା ବିଡିଓ ଏଠାରେ ଏକ ମିଶନ ଶକ୍ତି ଗୃହ ନିର୍ମାଣ ଲାଗି ଶୁଭ ଦେଇଥିବା ବେଳେ ଲୋକେ ସେଠାରେ ଗୋବର ପାଣି ସିଞ୍ଚନ ସହ ବିଡିଓଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି । କଂଗ୍ରେସର ବରିଷ୍ଠ ନେତା ଲଲାଟେନ୍ଦୁ ମହାପାତ୍ର ଏହି ଆନ୍ଦୋଳନକୁ ସମର୍ଥନ କରି ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିବା ବେଳେ ଏ ନେଇ ପୋଲିସ କି ସ୍ଥାନୀୟ ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

ତେବେ ଏ ସମ୍ପର୍କରେ ନିଜର ପ୍ରତିକ୍ରିୟା ରଖିଛନ୍ତି ଢ଼ିଙ୍କିଆର ସମିତି ସଭ୍ୟ ଦେବେନ୍ଦ୍ର ସ୍ୱାଇଁ । ଜିଲ୍ଲା ପ୍ରଶାସନ ଓ ବ୍ଲକ୍ ପ୍ରଶାସନ ଆମ ଭିତରେ ଭାଇଚାରା ନଷ୍ଟ କରି ବିକାଶ ନାଁରେ ବିନାଶ ଆଡ଼କୁ ଠେଲି ଦେଉଛନ୍ତି । ଏହି ପରିପେକ୍ଷୀରେ ବିଡିଓ ଯେଉଁ ମିଶନ ଶକ୍ତି ଘର ଶୁଭ ଦେଇ ଯାଇଥିଲେ, ସେଠାରେ ମା’ ମାନେ ଗୋବର ପାଣି ପକାଇ ପବିତ୍ର କରିଛନ୍ତି । ଦୀର୍ଘ ୧୭ ବର୍ଷ ହେଲା ଆମର ଅଭିଯୋଗ ଶୁଣୁନି ପ୍ରଶାସନ । ଜଙ୍ଗଲ ଜମି ପଟ୍ଟା ଦେଇଦିଅନ୍ତୁ କହି ଲଢ଼େଇ କରୁଛୁ । ମୂଳ ସମସ୍ୟାକୁ ନବୁଝି ଏଠି ଲୋକଙ୍କ ମଧ୍ୟରେ ମତଭେଦ ସୃଷ୍ଟି କରିବାକୁ ଚେଷ୍ଟା କରାଯାଉଛି, ତାହାକୁ କୌଣସି ପରିସ୍ଥିତିରେ କରାଇ ଦିଆଯିବ ନାହିଁ ।