crusher unit
କେନ୍ଦୁଝର: ବେଆଇନ ଭାବେ ଚାଲିଛି କ୍ରସର ୟୁନିଟ୍ । କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ଆମ୍ବଡହରା ପଥର ଖଣିର ଲିଜ୍ ଅବଧି ସରିଥିଲେ ମଧ୍ୟ ଲିଜଧାରୀ ଏଠାରୁ କ୍ରସର ଉଠାଉ ନଥିବା ଅଭିଯୋଗ ହୋଇଛି। ୧୫ ଏକରର ଏହି ଜାଗାକୁ ମେସର୍ସ ଫର୍ଜୁନ ଆସୋସିଏଟ୍ ନାମକ ଘରୋଇ ସଂସ୍ଥାକୁ ୨୦୧୫ରେ ଲିଜ୍ ସୂତ୍ରରେ ପ୍ରଦାନ କରାଯାଇଥିଲା ।
Also Read
ମାଇନିଂ ପ୍ଲାନ୍ ଓ ପରିବେଶ ମଞ୍ଜୁରୀରେ ବିଳମ୍ବ କାରଣରୁ ଏଠାରେ ଖଣିକାର୍ଯ୍ୟ ବିଳମ୍ବ ହୋଇଥିଲା । ପରେ ଏଠାରେ କ୍ରସର ୟୁନିଟ୍ ସ୍ଥାପନ କରି ଲିଜଧାରୀ ପାଖାପାଖି ୧୫୦ ଫୁଟ୍ ଗଭୀରର ଏକ ପଥର ଖଣି କରି କୋଟି କୋଟି ଟଙ୍କାର ପଥର ବାହାର କରିଛନ୍ତି । କିନ୍ତୁ ଲିଜ୍ ଅବଧି ୨୦୨୧ ଫେବୃଆରୀ ୫ରେ ସରିଥିଲେ ବି ଲିଜଧାରୀ ଏଠାରୁ କ୍ରସର ଅନ୍ୟତ୍ର ସ୍ଥାନାନ୍ତର କରିନଥିବା ଅଭିଯୋଗ ହୋଇଛି । ଏମିତିକି ବନ୍ୟଜନ୍ତୁଙ୍କ ପାଇଁ ବିପଦ ସୃଷ୍ଟି କରୁଥିବା ୧୫୦ ଫୁଟ୍ ଗଭୀରର ପଥର ଖଣିକୁ ପୋତିବାର ବ୍ୟବସ୍ଥା ବି କରାଯାଉନି ।
ଅନ୍ୟ ପକ୍ଷରେ ଲିଜ୍ ସରିବା ପରେ ମଧ୍ୟ ଏଠାରେ କିଛିଦିନ ପର୍ଯ୍ୟନ୍ତ ଖଣି କାର୍ଯ୍ୟ ଏବଂ କ୍ରସର ଚାଲୁଥିଲା ବୋଲି ସ୍ଥାନୀୟ ଲୋକ କହିଛନ୍ତି । ସବୁଠାରୁ ଦୁଃଖର କଥା, କ୍ରସର ୟୁନିଟ ସଂସ୍ଥାର ମାଲିକ ସ୍ଥାନୀୟ ଲୋକଙ୍କୁ ଘର କରିଦେବ, ପାଣି ସୁବିଧା କରିଦେବୁ ବୋଲି କହି ଖଣି ଖୋଳି ସବୁ ନେଇଗଲେ। ଏପରିକି ଗଲା ପରେ ଏହି ଗାତ ପୋତିଲେନି। ଏବେ ଏହି ଖାତରେ ଗାଈଗୋରୁ, ମଣିଷ ଯିଏ ବି ପଡ଼ିବ ମରିବ ବୋଲି ଅସନ୍ତୋଷ ପ୍ରକାଶ କରି କହିଛନ୍ତି ସ୍ଥାନୀୟ ଲୋକେ।
ସବୁଠାରୁ ବଡ଼ କଥା ହେଲା ଏଠାରେ ଗୋଟିଏ କ୍ରସର ୟୁନିଟ କାର୍ଯ୍ୟ କରିବାକୁ ଅନୁମତି ଥିବବେଳେ ଏହି ଘରୋଇ ସଂସ୍ଥା ଦୁଇଟି ମୋବାଇଲ କ୍ରସର ସହ ତିନୋଟି କ୍ରସର ଚଲାଉଥିବା ଅଭିଯୋଗ ହେଉଛି । ଏସଂପର୍କରେ ବାଂଶପାଳ ତହସିଲଦାର ସପନ କୁମାର ସାହୁ କହିଛନ୍ତି ଲିଜ୍ ଅବଧି ସରିଛି ଏବଂ ଲିଜ୍ ଧାରୀଙ୍କୁ ଏଠାରୁ ଶୀଘ୍ର ସମସ୍ତ ଜିନିଷପତ୍ର ନେବାକୁ ନୋଟିସ୍ କରାଯାଇଛି। ନହେଲେ କାଯର୍ୟାନୁଷ୍ଠାନ ନିଆଯିବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)