ଲାଲ୍ବାହିନୀକୁ ଶକ୍ତ ଧକ୍କା। ମାଓନେତା ଆର୍.କେ ମୃତ ହୋଇଥିବା ନେଇ ଚାଲିଛି ଚର୍ଚ୍ଚା…
ରେଢାଖୋଲ ରେଞ୍ଜ୍ ଖୋଲଗଡ଼ ସଂରକ୍ଷିତ ଜଙ୍ଗଲ ନିକଟରେ କକା-ପୁତୁରାଙ୍କୁ ସାଇକେଲରୁ ଟାଣି ଆଣି ଦଳି ମାରିଦେଲା ହାତୀ।
ଛତିଶଗଡ଼ ପୋଲିସ୍ ଅଧୀନରେ ଟ୍ରେନିଂ ନେଉଛନ୍ତି ଶତାଧିକ ଆଦିବାସୀ ଯୁବକ ଯୁବତୀ। ସେମାନଙ୍କୁ ନକ୍ସଲଙ୍କୁ ନିପାତ କରିବା କାମରେ ଲଗାଯିବ।
କାଲି ଜନ୍ମଦିନ ପାଳିବେନି ମୁଖ୍ୟମନ୍ତ୍ରୀ। ଚଳିତ ବର୍ଷ ଜନ୍ମଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାଳନ କରିବେ ନାହିଁ। କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି କାଲି ଜନ୍ମଦିନ ପାଳିବେନି ନବୀନ। ରାଜ୍ୟବାସୀଙ୍କ ଭଲ ପାଇବା, ଶୁଭେଚ୍ଛା, ଆଶୀର୍ବାଦ ପାଇଁ ମୁଁ ଋଣୀ ଥିବା କହିଛନ୍ତି ନବୀନ। ଏହାସହ କୋଭିଡ୍ ଯୋଗୁଁ ଦେଢ଼ ବର୍ଷ ହେଲା କଠିନ ସମୟ ଦେଇ ଗତି କରୁଛୁ। ତେଣୁ କାଲି ନବୀନ ନିବାସ ନ ଆସି ମହତ କାର୍ଯ୍ୟରେ ସାମିଲ୍ ହୁଅନ୍ତୁ ବୋଲି ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।
କକା-ପୁତୁରାଙ୍କୁ ଦଳି ମାରିଦେଲା ହାତୀ। ହାତୀଟି ରାସ୍ତା ଉପରକୁ ଆସି ଉଭୟଙ୍କୁ ଗୋଡ଼ାଇଥିଲା। କକା-ପୁତୁରା ନିକଟରେ ଥିବା ଜଙ୍ଗଲକୁ ଦୌଡ଼ି ପଳାଇ ଯାଇଥିଲେ। ହାତୀଟି ଉଭୟଙ୍କୁ ଜଙ୍ଗଲରେ ଗୋଡ଼ାଇ ଦଳି ମାରି ଦେଇଥିଲା।
ବରଗଡ଼ ଜିଲ୍ଲା ବରପାଲି ବ୍ଲକ୍ ଅନ୍ତର୍ଗତ କୁମ୍ଭାର ଗାଁର ଯୁବଚାଷୀ ଜଟାଧାରୀ ପ୍ରଧାନ ଏବେ ଚର୍ଚ୍ଚାରେ। କାରଣ ସେ ତାଙ୍କ ବାଡ଼ିରେ ଫଳାଇଛନ୍ତି ଏକ ବିଦେଶୀ ଫଳ। ଯାହାକୁ କୁହାଯାଏ ଡ୍ରାଗନ୍।
ମୟୂରଭଞ୍ଜ କଲେକ୍ଟର ଓ ଜିଲ୍ଲାର ଅନ୍ୟ ଓଏଏସ୍ ଅଧିକାରୀଙ୍କ ପ୍ରତି କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ଏ ଆକ୍ଷେପ ସୃଷ୍ଟି କରିଛି ବଡ଼ ରାଜନୈତିକ ହଲଚଲ୍ । ଗତକାଲି ଟୁଡୁ ସାଂଘାତିକ ଅଭିଯୋଗ ଆଣିଥିଲେ ।
ରାଉରକେଲାରେ ଏନକାଉଣ୍ଟର I ରାଉରକେଲାରେ ପୋଲିସ ଏନକାଉଣ୍ଟରରେ ୨ ଅପରାଧୀ ଆହତI ବିଶ୍ରା ଥାନା ବିଶ୍ରା ମଣ୍ଡପ ନିକଟରେ ପୋଲିସ-ଅପରାଧୀ ଗୁଳି ବିନିମୟ
ମନିଷ ମୃତ୍ୟୁ ପୂର୍ବଦିନ ସିସି ଟିଭି ଫୁଟେଜ ଯାଞ୍ଚ ରୁ ମିଳିଛି ଏମିତି କିଛି ଗୁରୁତ୍ୱ ପୂର୍ଣ୍ଣତଥ୍ୟ।
ଏମ୍ସରେ ପୂର୍ବତନ ପ୍ରଧାନ ମନ୍ତ୍ରୀ ଡ.ମନମୋହନ ସିଂ। ମନମୋହନଙ୍କୁ ଭେଟିବାକୁ ପହଞ୍ଚିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ
ସପ୍ତାହେ ଧରି ନିଖୋଜ ବଲାଙ୍ଗିର ତୁରେକେଲାର ଶିକ୍ଷୟିତ୍ରୀ I ସ୍କୁଲ ଯିବାକୁ ୮ ତାରିଖ ଦିନ ଘରୁ ବାହାରିଥିଲେI
ନୀଳଗିରି ବ୍ଲକ ରିଙ୍ଗପୁର ଗାଁରେ ସକାଳୁ ସକାଳୁ ଲୋକେ ଏଇ ଅଜଗରଟିକୁ ଦେଖିଥିଲେ.. ବିରାଟ ଅଜଗରଟି ଶାଳ ଗଛ ଉପରକୁ ଚଢୁଥିବା ଦେଖି ଗାଁ ଲୋକେ ଭିଡିଓ ଉଠାଇଥିଲେ..
ଗାଁରେ ଆମ୍ବୁଲାନ୍ସ ପହଞ୍ଚି ପାରିଲାନି.. କାରଣ ଗାଁକୁ ଯିବାକୁ ଏଠି ରାସ୍ତାଟିଏ ନାହିଁ.. କୁମ୍ଭାରଟୋଲି ବସ୍ତିର ଶୁକ୍ରାମ ମୁଣ୍ଡାଙ୍କ ସ୍ତ୍ରୀ ସୁକୁନି ମୁଣ୍ଡା ପ୍ରସବ ଯନ୍ତ୍ରଣା ପାଇବା ପରେ ମେଡିକାଲ ଯିବାକୁ କେମିତି ହନ୍ତସନ୍ତ ହେଲେ ଦେଖନ୍ତୁ..
ରାଉରକେଲାର ବିଶ୍ରା ମଣ୍ଡପ ନିକଟରେ ପୋଲିସ ଓ ଅପରାଧୀ ମୁହାଁମୁହିଁ Iଏନକାଉଣ୍ଟରରେ ୨ ଅପରାଧୀ ଗୁରୁତର ଆହତ, ବୁର୍ଲା ମେଡିକାଲରେ ଭର୍ତ୍ତି
ମହାମାରୀ କରୋନା ଛଡ଼ାଇନେଲା ଜୀବିକା । ଜ୍ଞାନର ଆଲୋକ ବାଣ୍ଟୁଥିବା ଘରୋଇ ବିଦ୍ୟାଳୟର ଶିକ୍ଷକ ଏବେ ଦିନ ମଜୁରିଆ । ମନରେଗାରେ କାମ କରି ପରିବାର ଚଳାଇବାକୁ ବାଧ୍ୟ ହୋଇଛନ୍ତି । କେବେ କୁଳି ମଜୁରୀ କରି ପରିବାର ଚଳାଇ ଥିବା ବେଳେ କେବେ ଜମି ଚଷୀ, ତଳି ରୋଇ ପରିବାର ଚଲାଉଛନ୍ତି ।
"ଆମ ଗାଁରେ ଆମେ ସରକାର" । ଏପରି ନାରା ଦେଇ ତାତିଲେଣି ଗ୍ରାମବାସୀ । ପଛୁଆ ଲୋକଙ୍କ ପାଇଁ ମାଳ ମାଳ ସରକାରୀ ଯୋଜନା ଥିବାବେଳେ ସରକାରୀ ବାବୁଙ୍କ ମନ ମୁତାବକ କାମ ଯୋଗୁଁ ଅସନ୍ତୋଷ ଜାହରି କରିଛନ୍ତି । ଏହାସହ ଏହାକୁ ସରକାରୀ ବାବୁଙ୍କ ବିରୋଧରେ ଗାଁ ଲୋକ ମେଳି ଆରମ୍ଭ କରିଦେଲେଣି ।
ଗତକାଲି ସକାଳେ ୨ ଜଣ ଯୁବକ ଫୁଲବାଣୀ ଥାନାରେ ଆତ୍ମସମର୍ପଣ କରିଥିବା ୨ ଯୁବକଙ୍କୁ ଭୁବନେଶ୍ୱର ଆଣିଲା କମିଶନରେଟ ପୋଲିସର ୪ ଜଣିଆ ଟିମ
ପାର୍ବଣ ଭିଡ଼ ଏଡ଼ାଇବା ପାଇଁ ଫୁଲବାଣୀ ସହରରେ ପୋଲିସର ଫ୍ଲାଗ ମାର୍ଚ । ୨ ପ୍ଲାଟୁନ ପୋଲିସ ଫୋର୍ସ ସହରର ବିଭିନ୍ନ ମାର୍କେଟରେ କଲା ଫ୍ଲାଗ ମାର୍ଚ
ଗୋଟିଏ ଧାନରୁ ଦୁଇଟି ଚାଉଳ I ବାଲେଶ୍ୱର ନୀଳଗିରି ବ୍ଲକ ଚଣ୍ଡୀପୁର ଅଞ୍ଚଳରେ ହେଉଛି ଚାଷ । ଡବଲ ଚାଉଳ ଧାନର ନାଁ ହେଉଛି ସଉତୁଣୀ। ସେଣ୍ଟ୍ରାଲ ସିଡ୍ବ୍ୟା ଙ୍କରେ ରହିଛି ଏଭଳି ପ୍ରାୟ ୧ ହଜାର ୫୫ ପ୍ରକାରର ଧାନବିହନ
ଓଡ଼ିଶାର ପଞ୍ଚାୟତ ନିର୍ବାଚନ ଭଣ୍ଡୁର ପାଇଁ ଫଗୁଣସିନେରୀ ଗାଁରେ ମେଳି କରିଥିଲେ ଆନ୍ଧ୍ର ଅଧିକାରୀ। କୋଟିଆରେ ଆନ୍ଧ୍ର-ଓଡ଼ିଶା ମୁହାଁମୁହିଁ ।
ଭୁବନେଶ୍ୱର ପିଏମଜିକେ ୧୦ ଫୁଟ ଉପରକୁ ଉଠିଲା କାର । ଡ୍ରାଇଭର ନିଶାଖାଇ ସ୍କର୍ପିଓ କାର କୁ ଭାବିଲେ ଏରେପ୍ଲେନ୍ , ବିଳମ୍ୱିତ ରାତିରେ ଦୃତ ଗତିରେ କାର ଚଳାଇ ମର୍ମନ୍ତୁଦ ଦୁର୍ଘଟଣା
ମନୀଷ ଅନୁରାଗ ମୃତ୍ୟୁ ଘଟଣାରେ ପୋଲିସର ତନାଘନା। ଫୁଲବାଣୀରେ ଆତ୍ମସର୍ପଣ କରିଥିବା ୨ ଯୁବକଙ୍କୁ ଭୁବନେଶ୍ୱର ଆଣିଲା ପୋଲିସ।
ମାଆ ସମଲେଇଙ୍କ ପାଇଁ ତିଆରି ହେବ ରୁପା ପରଭା ଓ ଛତର। ମାଆଙ୍କ ଆସ୍ଥାନର ପଛ ପାର୍ଶ୍ୱରେ ଏହି ପରଭା ଲାଗିବ। ପ୍ରାୟ ୮୦ ରୁ ୯୦ କିଲୋ ଓଜନର ରୁପା ଲାଗିବ
ମା’ ବିରଜାଙ୍କର ରହିଛି ଅନେକ ସ୍ୱତନ୍ତ୍ରତା। ମା’ଙ୍କ ମହିମାକୁ ନେଇ ରହିଛି ମାଳିକା ଭବିଷ୍ୟବାଣୀ। ବିଶ୍ୱାସ ରହିଛି, ମନ୍ଦିର ବେଢାର ପଶ୍ଚିମ ଦ୍ୱାର ଆଜି ପର୍ଯ୍ୟନ୍ତ କେବେବି ଖୋଲି ନାହିଁ। କାହିଁକି ଖୋଲେନି ଏହି ପଶ୍ଚିମ ଦ୍ୱାର ? କ’ଣ ଏହାର ବିଶେଷତ୍ୱ ? କ’ଣ ଏହି ଅଲୌକିକ କିମ୍ବଦନ୍ତୀ, ଜାଣନ୍ତୁ....
ଯୁବତୀ ଜଣକ ବସିଛନ୍ତି। ଆଉ ତାଙ୍କ ସାଙ୍ଗରେ ଖେଳୁଛି ବିରାଟ ଅଜଗର। କେହି କାହାରିକୁ ଡରୁ ନାହାନ୍ତି।