ଭୁବନେଶ୍ୱରରୁ ରାଜସ୍ଥାନର ଜୟପୁରକୁ ସିଧାସଳଖ ଉଡ଼ିବ ବିମାନ। ଆସନ୍ତା ନଭେମ୍ବର ୨ ତାରିଖରୁ ଏହି ବିମାନ ସେବା ଆରମ୍ଭ ହେବ। ଇଣ୍ଡିଗୋ ପକ୍ଷରୁ ବିମାନ ସେବା ଯୋଗାଇ ଦିଆଯିବ।
ମାସେ କି ବର୍ଷେ ନୁହେଁ, ଦୀର୍ଘ ୧୫ ବର୍ଷ ହେଲା ଖବରକାଗଜ ବିକ୍ରି କରି ଆସୁଛନ୍ତି ନିରୁପମା। ବାପାମା’ ଆରପାରିକୁ ଚାଲିଗଲା ପରେ ସେ ଏକା ହୋଇ ଯାଇଛନ୍ତି। ହେଲେ ତାଙ୍କର ମନୋବଳ ଭାଙ୍ଗିନି। ବରଂ ଚଳିବା ପାଇଁ କାହା ପାଖରେ ହାତ ନପତାଇ ପରିବାରର ବୃତ୍ତିକୁ ଆପଣାଇଛନ୍ତି।
କାଳିଆ ପାଇଁ ଧନୀ, ଗରିବ ସବୁ ସମାନ.. ହେଲେ ଆଜି ଜଗା ଦର୍ଶନକୁ ନେଇ ଧନୀ, ଗରିବ ଭେଦଭାବ କରାଯାଉଥିବା ଅଭିଯୋଗ କରିଛନ୍ତି ଭକ୍ତ..
ବୋଝ ଉପରେ ନଳିତା ବିଡ଼ା । ପୁଣି ମହଙ୍ଗାମାଡ଼ରେ କଲବଲ ଜନତା । ତୈଳଦର ବୃଦ୍ଧି ଯୋଗୁଁ ରାଜ୍ୟରେ ବଢ଼ିଲା ଯାତ୍ରୀବାହୀ ବସ୍ ଭଡ଼ା । ସାଧାରଣ ବସ୍ ଭଡ଼ା ଏକ କିଲୋମିଟର ପିଛା ୮୯ ପଇସାରୁ ୯୨ ପଇସାକୁ ବୃଦ୍ଧି ପାଇଛି । ଏକ୍ସପ୍ରେସ ବସ୍ ଭଡ଼ା କିଲୋମିଟର ପିଛା ୯୩ରୁ ୯୬ ପଇସା ବୃଦ୍ଧି ପାଇଛି ।
ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି ଏଠାକାର ବାସିନ୍ଦା । କିଛି ବର୍ଷ ପୂର୍ବରୁ ଛାତି ଥରା, ହୃଦୟରେ ଆଲୋଡନ ସୃଷ୍ଟି କରୁଥିବା ଅଞ୍ଚଳ ଥିଲା କଇଁଆସାହି ଓ ବାଲିସାହି । ମାଓବାଦୀଙ୍କ ଗୁଳିର ଶବ୍ଦରେ ଥର ହର ହେଉଥିଲା ରଞ୍ଜାଗଡ଼ର ଘଞ୍ଚ କିଟି କିଟି ଜଙ୍ଗଲ । କେତେ ଯେ ଘଟଣା ଓ ଅଘଟଣ ଦେଖିଛି ଏହି ଅଂଚଳ । ସରକାରଙ୍କ କଥାରେ ରାଜି ହୋଇ ମାଓ ସଂଗଠନ ଛାଡିଥିଲେ ଅନେକ ନିରୀହ ଆଦିବାସୀ
ଆଜିଠୁ ଶ୍ରୀମନ୍ଦିରରେ କାର୍ତ୍ତିକ ନୀତି.. ରାଧା ଦାମୋଦର ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜିଉ..
ପିଇବା ପାଣି ପାଇଁ ରାସ୍ତାକୁ ଆସିଲେ ଲୋକେ..ହାଣ୍ଡି, ଗରା ରଖି ପ୍ରତିବାଦ କଲେ, ରାସ୍ତା ଅବରୋଧ କରି ସରକାରଙ୍କ ନିକଟରେ ଦାବି ବି ରଖିଲେ
ଢେଙ୍କାନାଳର ବିସ୍ମୟ ଶିଶୁ ପ୍ରତିଭା । ମାତ୍ର ଅଢେଇ ବର୍ଷ ବୟସରେ ଇଣ୍ଡିଆ ବୁକ ଅଫ ରେକର୍ଡର ଅଧିକାରୀ ହୋଇ ସମସ୍ତଙ୍କୁ ଚକିତ କରିଛନ୍ତି । ୨କ ପଣିକିଆ ଠାରୁ ଆରମ୍ଭ କରି ବିଭିନ୍ନ ରଙ୍ଗର ପଶୁପକ୍ଷୀକୁ ସହଜରେ ଚିହ୍ନି ପାରୁଛନ୍ତି
ବାପା-ମାଆ ଆରପାରିକୁ ଚାଲିଗଲା ପରେ ନିରୁପମା ଏକା ଏକା ହୋଇଯାଇଛନ୍ତି.. ହେଲେ ତାଙ୍କର ମନୋବଳ ଭାଙ୍ଗିନି..
କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ଚଳିତବର୍ଷ ଜନ୍ମଦିନ ପାଳନ କରିବେନି ମୁଖ୍ୟମନ୍ତ୍ରୀ..
ଦିନେ ସେ ରାସ୍ତା କଡର କାନ୍ଥ ଓ ଯାତ୍ରା ପାର୍ଟି ବ୍ୟାନରେ ଚିତ୍ର ଆଙ୍କୁଥିଲେ। କିନ୍ତୁ ନିଜର ପରିଶ୍ରମ ଓ ଅଧ୍ୟବସାୟ ବଳରେ ସେ ପାଲଟି ଯାଇଛନ୍ତି ଜଣେ ପ୍ରସିଦ୍ଧ ଚିତ୍ରଶିଳ୍ପୀ। ଆମେ କହୁଛୁ ଭଦ୍ରକର ଯୁବ ଚିତ୍ରଶିଳ୍ପୀ ପ୍ରଭାତ ଜେନାଙ୍କ କଥା। ପିଲା ବେଳୁ ଜଣେ ଚିତ୍ରଶିଳ୍ପୀ ହେବା ପାଇଁ ସ୍ଵପ୍ନ ଦେଖିଥିବା ପ୍ରଭାତଙ୍କ ବାଟ ଓଗାଳିଥିଲା ଅର୍ଥ।
ଦିନେ ସେ ରାସ୍ତା କଡରେ ଚିତ୍ର ଆଙ୍କୁଥିଲେ । ହେଲେ ଏବେ ସେ ନିଜ ପାରିଶ୍ରମିକ ବଳରେ ଜଣେ ପ୍ରଶିଦ୍ଧ ଚିତ୍ରଶିଳ୍ପୀ ପାଲଟିଛନ୍ତି । ଅଭାବର ବାଟ ଚିହ୍ନି ଶିଖର ଛୁଇଁବାରେ ସଫଳ ହୋଇଛନ୍ତି ପ୍ରଭାତ ଜେନା ।
ଗାଈଟିଏ ବେଶୀ ଦିନର ହୋଇଗଲେ ଆମେ ତାକୁ ଅନ୍ୟ ହାତରେ ଟେକି ଦେଇଥାଉ। ଯେଉଁ ଗାଈର କ୍ଷୀର ଖାଇ ଆମେ ଶକ୍ତିଶାଳୀ ହୋଇଛୁ, ତାକୁ ମରଣ ମୁହଁକୁ ଠେଲି ଦେଲେ ଶାନ୍ତି ମିଳିନଥାଏ।
ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ। ହେଲେ କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଜନ୍ମଦିନ ପାଳନ କରିବେନି ମୁଖ୍ୟମନ୍ତ୍ରୀ। ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ଏନଜିଟି ଓ ସୁପ୍ରିମକୋର୍ଟର ଗାଇଡଲାଇନ୍ ମାନି ବାଣକୁ ଅନୁମତି ଦିଆଯାଉ ବୋଲି ଓଡ଼ିଶା, ଦିଲ୍ଲୀ, ରାଜସ୍ଥାନ ଓ ହରିୟାଣାର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ଷ୍ଟାଲିନ। ଏହି ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ନିଷ୍ପତ୍ତିର ପୁନର୍ବିଚାର କରିବାକୁ ସେ ଅନୁରୋଧ କରିଛନ୍ତି।
ବେଗୁନିଆରେ ଘଟିଲା ଗୁଳିକାଣ୍ଡ। ଗୁଳିମାଡ଼ରେ ବିଭୂତି ଭୂଷଣ ଜେନା ନାମକ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇ ଖୋର୍ଦ୍ଧା ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କର ଛାତି ତଳେ ଏକ ଗୁଳି ବାଜିଛି। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ପରେ ଭୁବନେଶ୍ୱର ଏମ୍ସକୁ ପଠାଇ ଦିଆଯାଇଛି। ତେବେ ଗୁଳି ମାଡ଼ର କାରଣ ଅସ୍ପଷ୍ଟ।
ଅସ୍ତରଙ୍ଗ ଥାନା ପାଟସୁନ୍ଦରପୁର ଗାଁରେ ଗୋଷ୍ଠୀ ସଂଘର୍ଷ;ଛେଳି ମୃତ୍ୟୁରୁ ହୋଇଛି ଗୋଷ୍ଠୀ ସଂଘର୍ଷ; ଜଣେ ମୃତ, ଜଣେ ଗୁରୁତର। ଛେଳିକୁ ବାଇକ୍ ଧକ୍କା ଦେବାରୁ ବଚସା ହୋଇଥିଲା, ଏହାପରେ ଗୋଷ୍ଠୀ ସଂଘର୍ଷ ହୋଇଥିଲା ।
ହସ୍ପିଟାଲରେ ଡାକ୍ତର ଥିଲେ ମଧ୍ୟ ରୋଗୀର ଚିକିତ୍ସା ନ କରି ନର୍ସମାନଙ୍କ ମାଧ୍ୟମରେ ଚିକିତ୍ସା କରାଉଥିବାରୁ ଏଭଳି ରୋଗୀର ମୃତ୍ୟୁ ହେଉଥିବା ପରିବାର ତରଫରୁ ଅଭିଯୋଗ ହୋଇଛି।
ଚର୍ଚ୍ଚାରେ ଭୁବନେଶ୍ୱର ପାତ୍ରପଡ଼ାରେ ଥିବା ହୋଟେଲ ସାଉଥ୍ ସିଟି। ରାତିରେ ରଙ୍ଗୀନ ହେଉଥିଲା ଏହି ବାର୍ କମ୍ ରେଷ୍ଟୁରାଣ୍ଟ। ଉଡୁଥିଲା ଟଙ୍କା। ବିଳମ୍ବିତ ରାତି ଯାଏ ଜମୁଥିଲା ନାଚଗୀତର ଆସର।
ମାଲକାନଗିରି ତୁଳସୀ ପାହାଡ଼ରେ ପୁଣି ପୋଲିସ-ମାଓବାଦୀ ଗୁଳି ବିନିମୟ; ମାଓ ଶିବିର ଚାଲିଥିବା ସୂଚନା ପାଇ କମ୍ବିଂ ବେଳେ ଗୁଳି ବିନିମୟ ହୋଇଛି। ଏସ୍ଓଜି ଓ ଡିଭିଏଫ୍ ଯବାନଙ୍କ ସହ ମାଓବାଦୀଙ୍କ ଗୁଳି ବିନିମୟ ଜାରି ରହିଛି
ବେଳାଭୂମୀରୁ ଉଦ୍ଧାର ହୋଇଥିବା ଦମ୍ପତିଙ୍କ ମିଳିଲା ପରିଚୟ। ବ୍ରହ୍ମପୁରରେ ସେମାନଙ୍କ ଘର, ୧୨ ତାରିଖରୁ ଉଭୟ ନିଖୋଜ ଥିବା ନେଇ ଅଭିଯୋଗ ହୋଇଥିଲା
ଚଳିତ ବର୍ଷ ଜନ୍ମଦିନ ପାଳିବେନି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି କାଲି ଜନ୍ମଦିନ ପାଳିବେନି ନବୀନ, ରାଜ୍ୟବାସୀଙ୍କ ଭଲ ପାଇବା, ଶୁଭେଚ୍ଛା, ଆଶୀର୍ବାଦ ପାଇଁ ମୁଁ ଋଣୀ ବୋଲି କହିଲେ ନବୀନ
ଶୀତର ସ୍ପର୍ଶ ମିଳିବା ପୂର୍ବରୁ ଧରା ପୃଷ୍ଟରେ ମାଆଙ୍କୁ ଦେଖି ଖିଲି ଖିଲି ହୋଇ ହସୁଛି କାଶତଣ୍ଡି। ଦେଖନ୍ତୁ ଯାଜପୁରର ଏହି ମନୋରମ ଦୃଶ୍ୟ...
ଓଡ଼ିଶାରେ ଜାପାନ ପୁଞ୍ଜିନିବେଶ ନେଇ ଓଡ଼ିଶା ଲୋକସେବା ଭବନରେ ସେମିନାର୍। ବୈଠକରେ ଅଧ୍ୟକ୍ଷତା କରିଥିଲେ ଶିଳ୍ପମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର
ମନୋରମ ପରିବେଶରେ ସଜେଇ ହେଉଛି ଦାରିଙ୍ଗବାଡ଼ି। ସକାଳୁ ସକାଳୁ କୁହୁଡ଼ି ବଳୟରେ ଢାଙ୍କି ହୋଇ ଯାଉଛି। ଯାହାର ମଜା ଉଠାଉଛନ୍ତି ସ୍ଥାନୀୟ ଲୋକେ...