Advertisment

କକା-ପୁତୁରାଙ୍କୁ ଦଳି ମାରିଦେଲା ହାତୀ

କକା-ପୁତୁରାଙ୍କୁ ଦଳି ମାରିଦେଲା ହାତୀ। ହାତୀଟି ରାସ୍ତା ଉପରକୁ ଆସି ଉଭୟଙ୍କୁ ଗୋଡ଼ାଇଥିଲା। କକା-ପୁତୁରା ନିକଟରେ ଥିବା ଜଙ୍ଗଲକୁ ଦୌଡ଼ି ପଳାଇ ଯାଇଥିଲେ। ହାତୀଟି ଉଭୟଙ୍କୁ ଜଙ୍ଗଲରେ ଗୋଡ଼ାଇ ଦଳି ମାରି ଦେଇଥିଲା।

author-image
Rajalaxmi Sahoo
Elephant Attack

Elephant Attack

ରେଢ଼ାଖୋଲ: କକା-ପୁତୁରାଙ୍କୁ ଦଳି ମାରିଦେଲା ହାତୀ। ସମ୍ବଲପୁର ଜିଲ୍ଲା ରେଢାଖୋଲ ରେଞ୍ଜ୍ ଖୋଲଗଡ଼ ସଂରକ୍ଷିତ ଜଙ୍ଗଲ ନିକଟରେ ହାତୀ ଆକ୍ରମଣରେ ୨ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ସମ୍ପର୍କରେ କକା-ପୁତୁରା ବୋଲି ଜଣାପଡ଼ିଛି। ମୃତକ ଦ୍ୱୟ ହେଲେ କକା ଦୁଃଶାସନ ଭୋଇ ଓ ପୁତୁରା ରତିକ ଭୋଇ। ଦୁଃଶାସନଙ୍କୁ ୨୭ ବର୍ଷ ହୋଇଥିବା ବେଳେ ରତିକଙ୍କୁ ୫ ବର୍ଷ ହୋଇଥିବା ଜଣାପଡ଼ିଛି। ସେମାନଙ୍କ ଘର ଡିମିରିକୁଦା ଗାଁର ବୋଲି ଜଣାପଡ଼ିଛି।

Advertisment

ମିଳିଥିବା ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟାରେ ଦୁଃଶାସନ ଓ ରତିକ ସାଇକେଲରେ ବିଜୟୱାଡା-ରାଞ୍ଚି ଏନ୍ଏଚ୍‌ରେ ବୁଲୁଥିଲେ। ଏହି ସମୟରେ ହାତୀଟି ରାସ୍ତା ଉପରକୁ ଆସି ଉଭୟଙ୍କୁ ଗୋଡ଼ାଇଥିଲା। କକା-ପୁତୁରା ନିକଟରେ ଥିବା ଜଙ୍ଗଲକୁ ଦୌଡ଼ି ପଳାଇ ଯାଇଥିଲେ। ହାତୀଟି ଉଭୟଙ୍କୁ ଜଙ୍ଗଲରେ ଗୋଡ଼ାଇ ଦଳି ମାରି ଦେଇଥିଲା।

ଦୁଃଶାସନ ଓ ରତିକ ରାତିରେ ଘରକୁ ନ ଫେରିବାରୁ ପରିବାର ଲୋକେ ବହୁତ ଖୋଜାଖୋଜି କରିଥିଲେ। ହେଲେ ସେମାନଙ୍କୁ ପାଇ ନଥିଲେ। ଆଜି ସକାଳେ ରାସ୍ତାକଡ଼ରେ ଦୁଃଶାସନଙ୍କ ସାଇକେଲ ପଡ଼ିଥିବା ଗ୍ରାମବାସୀ ଦେଖିଥିଲେ। ପରେ ଜଙ୍ଗଲରେ ଖୋଜାଖୋଜି କରିବା ପରେ ଉଭୟଙ୍କ ମୃତଦେହ ଜଙ୍ଗଲରୁ ଉଦ୍ଧାର କରାଯାଇଥିଲା।

Advertisment

ଖବର ପାଇ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ହାତୀଟି ଜଙ୍ଗଲରେ ଥିବା ଜଣାପଡ଼ିଛି।

Elephant Attack Redhakhol
Advertisment
Advertisment