/odishatv-khabar/media/post_attachments/uploadimage/library/16_9/16_9_0/Flight_1634373973.jpg)
Flight
ଭୁବନେଶ୍ୱର: ଭୁବନେଶ୍ୱରରୁ ରାଜସ୍ଥାନର ଜୟପୁରକୁ ସିଧାସଳଖ ଉଡ଼ିବ ବିମାନ। ଆସନ୍ତା ନଭେମ୍ବର ୨ ତାରିଖରୁ ଏହି ବିମାନ ସେବା ଆରମ୍ଭ ହେବ। ଇଣ୍ଡିଗୋ ପକ୍ଷରୁ ବିମାନ ସେବା ଯୋଗାଇ ଦିଆଯିବ। ଗତ ସେପ୍ଟେମ୍ବର ୧୭ରେ ଏ ସମ୍ପର୍କରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଚିଠି ଲେଖିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ଏହାର ପ୍ରତ୍ୟୁତ୍ତରରେ ସିନ୍ଧିଆ ଉଲ୍ଲେଖ କରିଛନ୍ତି ଯେ, ନଭେମ୍ବର ୨ରୁ ଜୟପୁରକୁ ସିଧାସଳଖ ବିମାନ ଉଡ଼ିବ। ସପ୍ତାହରେ ୩ ଥର ଏହି ବିମାନ ଚଳାଚଳ କରିବ। ଏହା ଉଭୟ ଓଡ଼ିଶା ଓ ରାଜସ୍ଥାନର ଅର୍ଥନୀତିକୁ ମଜବୁତ୍ କରିବାରେ ସହାୟକ ହେବ। ସେହିପରି ରାଜଧାନୀ ଭୁବନେଶ୍ୱରରୁ ଗୋଆକୁ ମଧ୍ୟ ଉଡ଼ିବ ବିମାନ। ସପ୍ତାହର ସବୁ ଦିନ ଗୋଆକୁ ବିମାନ ଯାତ୍ରା ସୁବିଧା ମିଳିବ।
‘ଭୁବନେଶ୍ୱରରରୁ ରାଜସ୍ଥାନ ଜୟପୁରକୁ ବିମାନ ସେବା ଆରମ୍ଭ ନେଇ ସରକାର ଅନୁମୋଦନ ଦେଇଛନ୍ତି। ତେଣୁ ସମସ୍ତଙ୍କ ପାଇଁ ଏହା ଏକ ଖୁସି ଖବର। ୩ ଦିନ ଜୟପୁରକୁ ସିଧାସଳଖ ବିମାନ ଉଡ଼ିବ ଓ ଗୋଆକୁ ପ୍ରତ୍ୟେକ ଦିନ ବିମାନ ଉଡ଼ିବ’ ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି।
Also Read
ନନ୍ ଉଡାନ ଯୋଜନାରେ ଜୟପୁର ଓ ରଙ୍ଗେଇଲୁଣ୍ଡାରୁ ଭାଇଜାଗକୁ ବିମାନ ଉଡ଼ିବା ନେଇ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ମିଳିସାରିଥିବା ନେଇ ଚଳିତ ବର୍ଷ ଅଗଷ୍ଟରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଏହା କହିଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)



/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)