Advertisment

ଜୀବିକା ପାଇଁ ନଦୀ ପାର୍ ,୪୦ ବର୍ଷ ଧରି ପୋଲ ଅପେକ୍ଷାରେ ବିଛିନ୍ନାଞ୍ଚଳବାସୀ

କେବେ ଦୂର ହେବ ବିଛିନ୍ନାଞ୍ଚଳବାସୀଙ୍କ ଦୁଃଖ? କେବେ ହଟିବ ଗମନାଗମନ ସମସ୍ୟା? ସବୁ ବେଳେ କ’ଣ ଏମିତି ବିପଦ ସଂକୁଳ ଭାବେ ଡଙ୍ଗାରେ ପାର ହେବାକୁ ପଡିବ? ଦୀର୍ଘ ୪ ଦଶନ୍ଧି ପ୍ରତିକ୍ଷାର ଅନ୍ତ କେବେ ହେବ? ଏମିତି ଅନେକ ପ୍ରଶ୍ନ ଭିତରେ ଦିନ କାଟୁଛନ୍ତି କୋରାପୁଟ ଜିଲ୍ଲା ଦଶମନ୍ତପୁର ଦୁଆରଶୁଣୀ ପଂଚାୟତର ଲୋକେ ।

author-image
Pallipuspa Samal
Crossing the river for a living

Crossing the river for a living

କୋରାପୁଟ: କେବେ ଦୂର ହେବ ବିଛିନ୍ନାଞ୍ଚଳବାସୀଙ୍କ ଦୁଃଖ? କେବେ ହଟିବ ଗମନାଗମନ ସମସ୍ୟା? ସବୁ ବେଳେ କ’ଣ ଏମିତି ବିପଦ ସଂକୁଳ ଭାବେ ଡଙ୍ଗାରେ ପାର ହେବାକୁ ପଡିବ? ଦୀର୍ଘ ୪ ଦଶନ୍ଧି ପ୍ରତିକ୍ଷାର ଅନ୍ତ କେବେ ହେବ? ଏମିତି ଅନେକ ପ୍ରଶ୍ନ ଭିତରେ ଦିନ କାଟୁଛନ୍ତି ଏଠାକାର ଲୋକେ

Advertisment

ଭରା ନଈ। ଏହାକୁ ଖାତିରି ନ କରି ଡଙ୍ଗାରେ ନଦୀ ପାର ହେଉଛନ୍ତି ଲୋକେ। କେତେବେଳେ ଦୁର୍ଘଟଣା ଘଟି ଜୀବନ ଚାଲିଯିବ, ତାହା ବି କହି ହେଉନି। ହେଲେ ଜୀବନକୁ ପାଣି ଛଡାଇ ଏମିତି ସବୁ ଦିନେ ଯିବା ଆସିବା କରୁଛନ୍ତି କୋରାପୁଟ ଜିଲ୍ଲା ଦଶମନ୍ତପୁର ଦୁଆରଶୁଣୀ ପଂଚାୟତର ଲୋକେ। ସକାଳ ହେଲେ ଜୀବିକା ପାଇଁ ଜଟିଆଗୁଡା ଘାଟକୁ ଆସି ଜୀବନକୁ ବାଜି ଲଗାଇଛନ୍ତି।

୧୯୮୦ ମସିହାରେ ମୁରାନ ନଦୀରେ ଡ୍ୟାମ ନିର୍ମାଣ କରି ଜଳସେଚନ ପାଇଁ ବ୍ୟବସ୍ଥା କରାଯାଇଥିଲା। ସେଦିନ ଠାରୁ ଆଜି ପର୍ଯ୍ୟନ୍ତ ମୁରାନ ଡ୍ୟାମ ଭିତରେ ରହି ପାଣିରେ ହନ୍ତସନ୍ତ ହେଉଛନ୍ତି ଅଂଚଳବାସୀ। ଯାତାୟତ କରିବା ପାଇଁ ରାସ୍ତାଟିଏ ନଥିବାରୁ ଡଙ୍ଗାରେ ଯାଉଛନ୍ତି ପ୍ରତିଦିନ। କୋରାପୁଟ, ନବରଙ୍ଗପୁର ଏବଂ ରାୟଗଡା ଜିଲ୍ଲାର ଶହ ଶହ ଲୋକ ଡଙ୍ଗାରେ ଜିନିଷ ପତ୍ର ଓ ମଟର ସାଇକେଲ ଲଦି ବିପଦପୂର୍ଣ୍ଣ ଜଳଯାତ୍ରା କରୁଥିଲେ ହେଁ ପ୍ରଶାସନର ନିଘା ନାହିଁ।

Advertisment

ବିକାଶ ଓ ସାମୂହିକ ଉନ୍ନତିର ଡିଣ୍ଡିମ ପିଟୁଥିବା ରାଜ୍ୟ ସରକାର ଏବେ ସୁଦ୍ଧା ଅଂଚଳବାସୀଙ୍କୁ ଦେଇ ପାରି ନାହାଁନ୍ତି ପୋଲଟିଏ। ଗ୍ରାମ୍ୟ ଉନ୍ନୟନ ବିଭାଗ ପାଖରେ ଚିଠି ପହଂଚିଛି। ଖୁବ ଶୀଘ୍ର ପୋଲ ହେବ ବୋଲି ଶୁଣିବାକୁ ମିଳୁଛି। ଦଶନ୍ଧି ଦଶନ୍ଧି ଧରି ଏପରି କଥା ଶୁଣୁଛନ୍ତି

ଗତବର୍ଷ କିଛି ସରକାରୀ ଅଧିକାରୀ ପୋଲ ପାଇଁ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିବା ସହ ନକ୍ସା ପ୍ରସ୍ତୁତ କରିଥିଲେ। ହେଲେ କାମ ଆରମ୍ଭ ହୋଇ ପାରି ନାହିଁ। ଆଜିଯାଏଁ ଫାଇଲ ଭିତରେ ବନ୍ଧା ହୋଇ ପଡିଥିବା ନକ୍ସାକୁ ଗ୍ରାମ୍ୟ ଉନ୍ନୟନ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ବିଜୁ ସେତୁ ଯୋଜନାରେ ଅନୁମୋଦନ କରିଛନ୍ତି। କେବେ ତିଆରି ହେବ ଜଟିଆଗୁଡା ପୋଲ। ଦୂର ହେବ ବିଚ୍ଚିନ୍ନାଂଚଳବାସୀଙ୍କ ଦୁଃଖ। ଯାହାକୁ ନେଇ ଅନେକ ସ୍ୱପ୍ନ ଦେଖୁଛନ୍ତି ଅଂଚଳବାସୀ।

Koraput Crossing The River For A Living
Advertisment
Advertisment