• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ସାଧାରଣ ବସ୍ ଭଡ଼ା କିମି ପିଛା ୮୯ ପଇସାରୁ ୯୨ ପଇସାକୁ ବୃଦ୍ଧି

  • ଏକ୍ସପ୍ରେସ ବସ୍ ଭଡ଼ା କିମି ପିଛା ୯୩ରୁ ୯୬ ପଇସା ବଢିଲା

  • ଡିଲକ୍ସ ବସ୍ କିମି ପ୍ରତି ଭଡ଼ା ୧.୨୯ରୁ ୧.୩୫ ପଇସାକୁ ବୃଦ୍ଧି

ଭୁବନେଶ୍ୱର : ବୋଝ ଉପରେ ନଳିତା ବିଡ଼ା । ପୁଣି ମହଙ୍ଗାମାଡ଼ରେ କଲବଲ ଜନତା । ତୈଳଦର ବୃଦ୍ଧି ଯୋଗୁଁ ରାଜ୍ୟରେ ବଢ଼ିଲା ଯାତ୍ରୀବାହୀ ବସ୍ ଭଡ଼ା ।  ସାଧାରଣ ଓ ଏକ୍ସପ୍ରେସ ବସ ଭଡା ୩ ପଇସା ବୃଦ୍ଧି ପାଇଥିବା ବେଳେ ଡିଲକ୍ସ ଓ ଏସି ଡିଲକ୍ସ ବସ ଭଡା ୬ ପଇସା ଲେଖାଏଁ ବଢିଛି  ।ପୂର୍ବରୁ ସାଧାରଣ ବସ୍ ଭଡ଼ା ଏକ କିଲୋମିଟର ପିଛା ୮୯ ପଇସା ଥିବାବେଳେ ବର୍ତ୍ତମାନ ଏହା ବୃଦ୍ଧି ପାଇ ୯୨ ପଇସାରେ ପହଞ୍ଚିଛି । ସେହିପରି ଏକ୍ସପ୍ରେସ ବସ୍ ଭଡ଼ା କିଲୋମିଟର ପିଛା ୯୩ରୁ ୯୬ ପଇସା ବୃଦ୍ଧି ପାଇଛି ।

ସେହିପରି ଡିଲକ୍ସ ବସ୍ ଓ ଏସି ଡିଲକ୍ସ ବସ୍ ଭଡ଼ା ମଧ୍ୟ ବୃଦ୍ଧି କରାଯାଇଛି । ଡିଲକ୍ସ ବସ୍ ଭଡ଼ା କିଲୋମିଟର୍ ପ୍ରିତି ୧.୨୯ ରୁ ୧.୩୫ ପଇସାକୁ ବୃଦ୍ଧି ପାଇଛି । ଅନ୍ୟପଟେ ଏସି ଡିଲକ୍ସ ବସ୍ ଭଡ଼ା କିଲୋମିଟର୍ ପିଛା ୧.୫୭ ରୁ ୧.୬୩ ପଇସାକୁ ବୃଦ୍ଧି ଘଟିଛି । ସେହିପରି ସୁପର ପ୍ରିମିୟମ ବସ୍ ଭଡ଼ା ମଧ୍ୟ ବଢ଼ିବା ସହ ୨.୪୪ରୁ ବଢି ୨.୫୩ ପଇସା ବୃଦ୍ଧି ହୋଇଛି ବସ୍ ଭଡ଼ା ।

ରାଜ୍ୟ ଘରୋଇ ମାଲିକ ସଂଘ ପକ୍ଷରୁ ଏପରି ନିଷ୍ପତ୍ତି ହୋଇଛି । ଆଜି ମଧ୍ୟରାତ୍ରୀ ଠାରୁ ବର୍ଦ୍ଧତ ଭଡ଼ା ଲାଗୁହେବ । ବିଭିନ୍ନ ପାରାମିଟର୍ ନେଇ ବସ୍ ଭଡ଼ା ନିର୍ଦ୍ଧାରଣ କରାଯାଏ । ତୈଳ ଦର ବୃଦ୍ଧି ଓ ହ୍ରାସ ଯୋଗୁଁ ବସ୍ ଭଡ଼ା ବୃଦ୍ଧି କରାଯାଏ । ତେବେ କରୋନା କାଳରେ ବସ୍ ଭଡ଼ା ବଢ଼ିବା ପରେ ଯାତ୍ରୀଙ୍କ ବଜେଟ୍ ଉପରେ ମାଡ଼ କରିବ ବୋଲି କୁହାଯାଉଛି । ସେପଟେ ବସ୍ ଭଡ଼ା ବୃଦ୍ଧି ଯୋଗୁଁ ଅସନ୍ତୋଷ ପ୍ରକାଶ କରିଛନ୍ତି ଯାତ୍ରୀ । ବାରମ୍ବାର ବସ୍ ଭଡ଼ା ବୃଦ୍ଧି ସାଧାରଣ ଜନତାଙ୍କ ଉପରେ ଚାପ ପଡ଼ୁଛି । ତଥାପି ନିରୁପାୟ ଜନତା ।