Advertisment

ମରଣ ଫଳ ଖାଇ ଚାଲିଗଲା ଦୁଇ ନିରୀହ ପିଲାଙ୍କ ଜୀବନ

ଦୁନିଆରେ ଏପରି ଅନେକ ଫଳ ଅଛି ଯାହାକୁ ଖାଇ ହେବ ନାହିଁ। କାରଣ ଏହି ଫଳଗୁଡ଼ିକ ଅତ୍ୟଧିକ ବିଷାକ୍ତ ହୋଇଥାଏ। ଯଦି ଜଣେ ବ୍ୟକ୍ତି ଭୁଲରେ ମଧ୍ୟ ଏହି ଫଳ ଖାଏ, ତେବେ ତା’ର ମୃତ୍ୟୁ ନିଶ୍ଚିତ। ଠିକ ଗଛ ଓ ଫଳ ସାଧାରଣ ଲୋକଙ୍କ ଦ୍ୱାରା ସହଜରେ ଚିହ୍ନି ହୁଏ ନାହିଁ। ଯେଉଁ କାରଣରୁ ଲୋକମାନେ ହଠାତ୍ ଏହି ଫଳଗୁଡିକ ଖାଇ ସମସ୍ୟାର ସମ୍ମୁଖିନ ହୋଇଥା’ନ୍ତି। ସମ୍ପ୍ରତି, ଏହିପରି ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ୨ ନିରୀହ ପିଲା ଏହି ମରଣ ଫଳ ଖାଇ ଏକ ଯନ୍ତ୍ରଣାଦାୟକ ମୃତ୍ୟୁର ସାମ୍ନା କରିଛନ୍ତି।

author-image
Pramod Behera
Kids eat poisonous fruit looking like apple

Kids eat poisonous fruit looking like appleମରଣ ଫଳ ଖାଇ ଚାଲିଗଲା ଦୁଇ ନିରୀହ ପିଲାଙ୍କ ଜୀବନ

ଅକ୍ଟୋବର ୧୭ରେ କଲମ୍ବିଆର ରିଓ ଡି ଓରୋରେ ଏଭଳି ଏକ ଘଟଣା ଘଟିଥିଲା ଯାହା ଜାଣିବା ପରେ ଆପଣଙ୍କ ଆଖିରେ ଲୁହ ଆସିଯିବ। ଡେଲି ଷ୍ଟାର୍‌ ରିପୋର୍ଟ ଅନୁଯାୟୀ, ୫ ବର୍ଷୀୟ ଜୋଫ୍ରାନ୍ ଓ ତା’ର ୩ ବର୍ଷର ଭଉଣୀ ଆମିରା ସେମାନଙ୍କ ଜେଜେମା’ଙ୍କ ଘରକୁ ଯାଇଥିଲେ। ଦୁହେଁ ଘର ପାଖରେ ଥିବା ଏକ ବଗିଚାରେ ଖେଳୁଥିଲେ। ସେହି ସମୟରେ ସେମାନଙ୍କର ଆଖି ଏକ ଛୋଟ ଗଛ ଉପରେ ଥିବା ଫଳ ଉପରେ ପଡିଥିଲା। ଏଅହି ନାଲି ରଙ୍ଗର ଫଳଗୁଡିକ ସେଓ ପରି ଦେଖାଯାଉଥିଲା। ତେଣୁ ପିଲାମାନେ ଏହାକୁ ସେଓ ଭାବି ଗଛରୁ ତୋଳିଥିଲେ ଓ ଖାଇଥିଲେ। କିନ୍ତୁ ନିରୀହ ପିଲାମାନେ ଜାଣି ନ ଥିଲେ ଯେ ଏହା ତାଙ୍କ ପାଇଁ ମରଣ ଫଳ ହେବ ବୋଲି। ସୂଚନା ଅନୁଯାୟୀ, ପୁଅଟି ୬ଟି ଫଳ ଖାଇଥିବା ବେଳେ ଝିଅଟି ୪ଟି ଫଳ ଖାଇଥିଲା। ଏହି ଫଳ ଖାଇବାର କିଛି ଘଣ୍ଟା ପରେ ସେମାନେ ବାନ୍ତି କରିବାକୁ ଲାଗିଥିଲେ।

Advertisment

ପିଲାମାନଙ୍କର ଏଭଳି ଅବସ୍ଥା ଦେଖି ସେମାନଙ୍କର ପିତାମାତା ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। କିନ୍ତୁ ସେମାନେ ଭେନେଜୁଏଲା ବାସିନ୍ଦା ହୋଇଥିବାରୁ କଲମ୍ବିଆରେ ତାଙ୍କର ବୀମା କାମ କରୁ ନ ଥିଲା। ଯେଉଁଥିପାଇଁ ଡାକ୍ତରଖାନା ଆଡ୍‌ମିଶନ୍‌ରେ ବିଳମ୍ବ କରିଥିଲା। ଏହି ସମୟରେ ଝିଅର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହୋଇଯିବାରୁ ତାଙ୍କୁ ତୁରନ୍ତ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହା ପରେ ଭାଙ୍ଗିପଡିଥିବା ପିତାମାତା ପୁଅକୁ ହରାଇବାକୁ ଚାହୁଁ ନ ଥିଲେ। ତେଣୁ ସେମାନେ ପୁଅକୁ କଲମ୍ବିଆକୁ ନେବାକୁ ସ୍ଥିର କଲେ। କିନ୍ତୁ ପିଲାଟିକୁ ନେବାବେଳେ ସେ ହୃଦଘାତରେ ପୀଡିତ ହୋଇଥିଲେ ଏବଂ ତାଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା। ପ୍ରକାଶଥାଉ ଯେ ପିଲାମାନେ ଥେଭେଟିଆ ଅହୋଇ ଗଛର ଫଳ ଖାଇଥିଲେ, ଯାହାକୁ କଲମ୍ବିଆର ସ୍ଥାନୀୟ ଭାଷାରେ 'ବୋଲା ଦେ ଟୋରୋ' ବା 'ହୁଭୋ ଦେ ଟୋରୋ' ବୋଲି କୁହାଯାଏ। ଏହି ଘଟଣା ପରେ ପୋଲିସ ଗାଁର ପ୍ରତ୍ୟେକ ଘରେ ଥିବା ଏହି ଗଛ ନଷ୍ଟ କରିବାକୁ କହୁଛି।

Viral News Poisonous Fruit
Advertisment
Advertisment