• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ସ୍ମାର୍ଟ ସିଟି ରାଉରକେଲାରେ ରାସ୍ତା ସମସ୍ୟା ।

  • ସହରର ପ୍ରମୁଖ ଛକରେ ଦୟନୀୟ ରାସ୍ତାଘାଟ ।

  • କେବେ ସୁଧୁରିବ ଧୂଳି ଧୂସରରେ ଭର୍ତ୍ତି ରାସ୍ତାଘାଟ ଅବସ୍ଥା ?

  • ୨ ବର୍ଷ ହେବ ଲୋକେ ଜୀବନକୁ ପାଣି ଛଡ଼ାଇ ଯିବା ଆସିବା କରୁଛନ୍ତି ।

ରାଉରକେଲା (ରିପୋର୍ଟର-ପବନ ତିୱାରୀ): ସ୍ମାର୍ଟ ସିଟି ରାଉରକେଲାରେ ରାସ୍ତା ସମସ୍ୟା । ସହରର ମୁଖଶାଳା କୁହାଯାଉଥିବା ପାନପୋଷ ଛକରୁ ଆରମ୍ଭ କରି ହକି ଛକ, ହନୁମାନ ବାଟିକା ଛକ ସବୁଠି ଦୟନୀୟ ରାସ୍ତାଘାଟ । ଯୁଆଡେ ଗଲେ ଧୂଳି ଧୂଆଁର ଆସ୍ତରଣ । ରାସ୍ତା କାମ ଚାଲିଛି ଯେ ଚାଲିଛି, କିନ୍ତୁ ସରିବାର ନାଁ ନେଉନି । ଫଳରେ ଲୋକେ ଜୀବନକୁ ପାଣି ଛଡ଼ାଇ ଯିବାଆସିବା କରୁଛନ୍ତି ।

 ଧୂଳି ଧୂସରରେ ଭର୍ତ୍ତି ଏହି ରାସ୍ତାକୁ ଦେଖିଲେ ଆପଣ ଭାବିବେ ଏହା କେଉଁ ଉପାନ୍ତ ଅଞ୍ଚଳର ଦୃଶ୍ୟ ହୋଇଥିବ । କିନ୍ତୁ ତାହା ହେଉଛି ରାଜ୍ୟର ଦ୍ୱିତୀୟ ସ୍ମାର୍ଟସିଟିର ମାନ୍ୟତା ପାଇଥିବା ରାଉରକେଲାର ଚିତ୍ର । ସହରର ଯେଉଁ ଛକକୁ ଗଲେ ଦେଖିବାକୁ ମିଳିବ ଧୂଳି ଧୂସର ଅବସ୍ଥା ଆଉ ଆବଡ଼ା ଖାବଡ଼ା ରାସ୍ତା । ରାଉରକେଲାର ବେଦବ୍ୟାସଠାରୁ ପାନପୋଷ, ପାନପୋଷରୁ ହକି ଛକ, ହକି ଛକରୁ ହନୁମାନ ବାଟିକା ଛକ, ସବୁଠି ଦୟନୀୟ ରାସ୍ତାଘାଟ । ଧୂଳି ଧୂସରରେ ଭରପୁର । ଗତ ୨ ବର୍ଷ ହେଲାଣି ଇସ୍ପାତ ନଗରୀରେ ଲୋକେ ଜୀବନକୁ ପାଣି ଛଡ଼ାଇ ଯିବା ଆସିବା କରୁଛନ୍ତି । ବିଭିନ୍ନ ସମୟରେ ଦୁର୍ଘଟଣା ଘଟି ଜୀବନ ହାନି ହେଉଛି, କିନ୍ତୁ ପ୍ରଶାସନ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି ।  ଏଭଳି ସମସ୍ୟାର ସମାଧାନ ପାଇଁ ସ୍ଥାନୀୟ ପ୍ରଶାସନକୁ ଯେତେ ନେହୁରା ହେଲେ ବି କିଛି ସୁଫଳ ମିଳୁନାହିଁ । ଅଧିକାରୀଙ୍କ କହିବାନୁଯାୟୀ ଶ୍ରୀଘ୍ର ସମସ୍ୟାର ଦୂର ହେବ କିନ୍ତୁ ତାହା ହେଉ ନାହିଁ । ସ୍ଥାନୀୟ ଲୋକଙ୍କୁ କେବଳ ଭୁଆଁ ବୁଲାଯାଉଛି ।   

କେବେ ସୁଧୁରିବ ସ୍ମାର୍ଟ ସିଟିର ଅବସ୍ଥା ? ରାସ୍ତାଘାଟର ଏଭଳି ଶୋଚନୀୟ ଅବସ୍ଥା ସମ୍ପର୍କରେ ସହରବାସୀ ବାରମ୍ବାର ଜିଲ୍ଲା ପ୍ରଶାସନ ଓ ରାଉରକେଲା ମହାନଗର ନିଗମ କର୍ତ୍ତୃପକ୍ଷଙ୍କୁ ଅବଗତ କରିଛନ୍ତି । ତେବେ ସ୍ମାର୍ଟ ସିଟି ସିଇଓ ତଥା ଆରଏମ୍‌ସି କମିଶନର କହିଛନ୍ତି, ଖୁବ୍ ଶୀଘ୍ର କାମ ସରିବ ।