/odishatv-khabar/media/post_attachments/uploadimage/library/16_9/16_9_0/IMAGE_1634987503.jpg)
Little Scientist Titikhya
ବରଗଡ଼: କଥାରେ ଅଛି ତୁଳସୀ ୨ ପତ୍ରରୁ ବାସେ । ସେହିପରି ଜଣେ କୁନି ଝିଅ ହେଲେ ତିତୀକ୍ଷା । ନିଜର ଅକ୍ଲାନ୍ତ ପରିଶ୍ରମ ଦୃଢ ମନୋବୃତ୍ତି ବଳ ଯୋଗୁଁ ବରଗଡ଼ର ତିତୀକ୍ଷା ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । ବରଗଡ଼ ଜିଲ୍ଲା ଗ୍ରୀଞ୍ଜେଲ ଗାଁର ଅଷ୍ଟମ ଶ୍ରେଣୀରେ ପାଠ ପଢୁଥିବା ଜଣେ ଝିଅ ୬ ମାସ ଧରି ପରିଶ୍ରମ କରି ଏକ ମେସିନ୍ ତିଆରି କରିଛି । ଯାହା ଭିତରେ ଖଇକୁ ପକାଇ ଦେଲେ ଏହାର ଧାନ ଆପେ ଆପେ ଅଲଗା ହୋଇଯାଉଛି ।
Also Read
ଗ୍ରୀଞ୍ଜେଲ ଗାଁର ଚାଷୀ ଉମାଶଙ୍କର ବେହେରାଙ୍କ ବଡ଼ ଝିଅ ତିତିକ୍ଷା, ଛଅ ମାସ ଧରି ଅକ୍ଲାନ୍ତ ପରିଶ୍ରମ କରିବା ପରେ ତିଆରି କରିଛନ୍ତି ଏକ ଖଇ ଚୋପାଛଡ଼ା ଯନ୍ତ୍ର । ନିକଟରେ ଦିଲ୍ଲୀରେ ଆୟୋଜିତ ସର୍ବଭାରତୀୟ ବିଜ୍ଞାନ ପ୍ରଦର୍ଶନୀରେ ତିତୀକ୍ଷାଙ୍କର ଏହି ମେସିନଟି ଦେଶର ୧୩ ନମ୍ବର ଶ୍ରେଷ୍ଠ ଉଦ୍ଭାବନ ଭାବେ ପ୍ରଶଂସିତ ହୋଇଛି । ଖୁବ୍ ଶୀଘ୍ର ଏହି କୁନି ବୈଜ୍ଞାନିକ ଜାପାନର ସାକୁରା ସହରରେ ଆୟୋଜନ ହେବାକୁ ଥିବା ବିଶ୍ୱସ୍ତରୀୟ ପ୍ରତିଭା ବିନିମୟ କାର୍ୟ୍ୟକ୍ରମରେ ଭାଗ ନେବାକୁ ଯାଉଛନ୍ତି ।
ପିଲା ଦିନରୁ ତିତୀକ୍ଷା ଭଲ ପାଠ ପଢ଼ନ୍ତି। । ତୃତୀୟ ଓ ପଞ୍ଚମ ଶ୍ରେଣୀର ବୃତ୍ତି ପରୀକ୍ଷାରେ ସେ ମେଧାବୃତ୍ତି ପାଇଥିଲେ। ଏବେ ସେ ଜଣେ କୁନି ବୈଜ୍ଞାନିକ । ତେବେ ତିତୀକ୍ଷାଙ୍କ ଜାପାନ ଗସ୍ତ ପାଇଁ କେମିତି ସବୁ ପ୍ରକାର ସରକାରୀ ସହାୟତା ମିଳିପାରିବ ସେ ନେଇ ବିହିତ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ଜିଲ୍ଳା ଶିକ୍ଷା ବିଭାଗର ବିଜ୍ଞାନ ନିରିକ୍ଷକ ।
ତିତୀକ୍ଷାଙ୍କ ଏହି ଅଭିନବ ମେସିନ୍ ଏଣିକି ମହିଳାମାନଙ୍କୁ ସହାୟତା ଯୋଗାଇ ଦେଇପାରିବ। ସେମାନଙ୍କୁ ଆଉ ସମୟ ନଷ୍ଟ କରି ଖଇରୁ ଧାନକୁ ଅଲଗା କରିବାକୁ ପଡ଼ିବ ନାହିଁ। କୁନି ବୈଜ୍ଞାନିକ ତିତୀକ୍ଷାଙ୍କ ଏଭଳି କାର୍ଯ୍ୟ ପାଇଁ ସାରା ବରଗଡ଼ ଜିଲ୍ଲାରୁ ଅନେକ ଶୁଭେଚ୍ଛାର ଶୁଅ ଛୁଟିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)