• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କେନ୍ଦ୍ରାପଡ଼ା: ପୋଲିସ ବିରୋଧରେ ହତ୍ୟା ଅଭିଯୋଗ । ଏହି ଅଭିଯୋଗ ଆଣିଛନ୍ତି ଗ୍ୟାଙ୍ଗଷ୍ଟର ହାଇଦରର ପତ୍ନୀ ହସିନା ବିବି । ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନାରେ ସେ ଏତଲା ଦେଇଛନ୍ତି । କଟକ ଡିସିପି, ପୋଲିସ ଅଧିକାରୀ ତାପସ ପ୍ରଧାନ, ଗଙ୍ଗାଧର ଶାସେନି, ବିରଞ୍ଚି ନାରାୟଣ ପତି ଏପରି ୧୭ ଜଣଙ୍କ ନାଁରେ ସେ ଲିଖିତ ଅଭିଯୋଗ କରିଛନ୍ତି । ହସିନା ବିବି କହିଛନ୍ତି, ତାଙ୍କ ସ୍ୱାମୀ ହାଇଦରଙ୍କୁ ଗୁଳି କରି ହତ୍ୟା କରିଛି ପୋଲିସ ।

ସୂଚନାଯୋଗ୍ୟ, କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦରକୁ ଏନ୍‌କାଉଣ୍ଟର ପରେ ଘଟଣା ସମ୍ପର୍କରେ ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନାରେ ହାଇଦରକୁ ଏସ୍କର୍ଟ କରି ନେଇଥିବା ଥାନା ଅଧିକାରୀ ଗଙ୍ଗାଧର ଶାସେନି ଏତଲା ଦେଇଥିଲେ । ସେଦିନ ଘଟିଥିବା ଏନ୍‌କାଉଣ୍ଟର ସମ୍ପର୍କରେ ସେ ଟିକ୍‌ନିଖ୍‌ କରି ନିଜ FIR କପିରେ ଉଲ୍ଲେଖ କରିଛନ୍ତି । ସୁରକ୍ଷାକର୍ମୀଙ୍କ ଜୀବନ ବଞ୍ଚାଇବା ଲାଗି ବାଧ୍ୟ ହୋଇ ହାଇଦର ଉପରକୁ ଗୁଳି ଚଳାଇବାକୁ ପଡ଼ିଥିଲା ବୋଲି ସେ ଏତଲାରେ ଦର୍ଶାଇଛନ୍ତି ।

ରିପୋର୍ଟ ଅନୁଯାୟୀ ଜୁଲାଇ ୨୪ ତାରିଖ ଦିନ ପୋଲିସ ଏନ୍‌କାଉଣ୍ଟରରେ ହାଇଦରର ମୃତ୍ୟୁ ହୋଇଥିଲା । ବାଲେଶ୍ୱର ଜିଲ୍ଲା ସିମୁଳିଆ ନିକଟରେ ହାଇଦରକୁ ପୋଲିସ ଏନ୍‌କାଉଣ୍ଟର କରିଥିଲା । ହାଇଦରକୁ ଚୌଦ୍ୱାର ଜେଲ୍‌ରୁ ବାରିପଦା ଜେଲ୍ ନିଆଯାଉଥିବା ବେଳେ ଏନ୍‌କାଉଣ୍ଟର ହୋଇଥିଲା । ପରିସ୍ରା ଯିବା ବାହାନାରେ ହାଇଦର ବାହାରିବା ପରେ ଗାର୍ଡଙ୍କ ବନ୍ଧୁକ ଛଡ଼ାଇ ଖସିଯିବାକୁ ଉଦ୍ୟମ କରିଥିଲା । ଏହି ସମୟରେ ହାଇଦରକୁ ୱାର୍ଣ୍ଣିଂ ଦିଆଯାଇଥିଲେ ବି ସେ ମାନି ନଥିଲା । ଫଳରେ ବାଧ୍ୟ ହୋଇ ପୋଲିସ୍‌ ଗୁଳି କରିଥିଲା ବୋଲି କଟକ ଡିସିପି କହିଥିଲେ । ହାଇଦରକୁ ନେବା ବେଳେ ୧ ସେକ୍ସନ ଫୋର୍ସ, ଜଣେ ଇନ୍ସପେକ୍ଟର, ଜଣେ SI ସାଙ୍ଗରେ ଥିଲେ । ଏନ୍‌କାଉଣ୍ଟର ବେଳେ ହାଇଦରର ପେଟରେ ଗୁଳି ବାଜିଥିଲା । ଏହାପରେ ତାକୁ ତୁରନ୍ତ ବାଲେଶ୍ୱର ହସ୍ପିଟାଲ ନିଆଯାଇଥିଲା । ହେଲେ ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ ।

ବାଲେଶ୍ୱର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଶବ ବ୍ୟବଚ୍ଛେଦ କରାଯାଇଥିଲା । ଏହାପରେ କେନ୍ଦ୍ରାପଡା ଜିଲ୍ଲା ରଣାପଡା ଠାରେ ଥିବା କବରସ୍ଥାନରେ ହାଇଦରକୁ କବର ଦିଆଯାଇଥିଲା । ଏହି ସମୟରେ ହାଇଦରର ସ୍ତ୍ରୀ ହସିନା ବିବି, ଝିଅ, ବୋହୂ ଓ ପରିବାରର ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ । ହାଇଦରକୁ କବର ଦିଆଯିବା ବେଳେ କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ, କେନ୍ଦ୍ରାପଡ଼ା ଏସ୍‌ପି ମଧ୍ୟ ଉପସ୍ଥିତ ଥିଲେ ।