Advertisment

ଅନ୍ୟ ପୁରୁଷ ସହ ସଂପର୍କ ରଖିବାକୁ ଇଛା କଲେ ସ୍ତ୍ରୀ; ସ୍ୱାମୀ ଦେଲେ...

ପତି-ପତ୍ନୀଙ୍କ ସଂପର୍କ ଦୁନିଆର ସବୁଠାରୁ ପବିତ୍ର ହୋଇଥାଏ। ଏହାର ମୂଳରେ ଥାଏ ଏକ ସମର୍ପଣର ଭାବ। ଏହାରି ମାଧ୍ୟମରେ ହିଁ ଦୁହେଁ ଦୁହିଁଙ୍କର ଇଛାକୁ ପୂରଣ କରିଥାନ୍ତି। ଯଦି ଉଭୟଙ୍କ ମଧ୍ୟରୁ ଜଣକର ଉଦ୍ଦେଶ୍ୟ ପ୍ରତାରଣା କରିବା ହୁଏ ତେବେ କ’ଣ କରାଯିବ? ଭାରତରେ ଏଭଳି ମାମଲା ସିଧାସଳଖ କୋର୍ଟରେ ପହଞ୍ଚେ। କିନ୍ତୁ ଏପରି କିଛି ଘଟଣା ଅଛି ଯାହା ଜାଣିବା ପରେ ଆଶ୍ଚର୍ଯ୍ୟ ଲାଗେ। ସମ୍ପ୍ରତି ଜଣେ ମହିଳା ସୋସିଆଲ ମିଡିଆରେ ତାଙ୍କର ଯେଉଁ କାହାଣୀ ସେୟାର କରିଛନ୍ତି ତାହା ପ୍ରକୃତରେ ଅଦ୍ଭୁତ ଅଟେ।

author-image
Pramod Behera
ଅଦ୍ୟତନ ହୋଇଛି
Husband fulfill wife desire

Husband fulfill wife desire

ପତି-ପତ୍ନୀଙ୍କ ସଂପର୍କ ଦୁନିଆର ସବୁଠାରୁ ପବିତ୍ର ହୋଇଥାଏ। ଏହାର ମୂଳରେ ଥାଏ ଏକ ସମର୍ପଣର ଭାବ। ଏହାରି ମାଧ୍ୟମରେ ହିଁ ଦୁହେଁ ଦୁହିଁଙ୍କର ଇଛାକୁ ପୂରଣ କରିଥାନ୍ତି। ଯଦି ଉଭୟଙ୍କ ମଧ୍ୟରୁ ଜଣକର ଉଦ୍ଦେଶ୍ୟ ପ୍ରତାରଣା କରିବା ହୁଏ ତେବେ କ’ଣ କରାଯିବ? ଭାରତରେ ଏଭଳି ମାମଲା ସିଧାସଳଖ କୋର୍ଟରେ ପହଞ୍ଚେ। କିନ୍ତୁ ଏପରି କିଛି ଘଟଣା ଅଛି ଯାହା ଜାଣିବା ପରେ ଆଶ୍ଚର୍ଯ୍ୟ ଲାଗେ। ସମ୍ପ୍ରତି ଜଣେ ମହିଳା ସୋସିଆଲ ମିଡିଆରେ ତାଙ୍କର ଯେଉଁ କାହାଣୀ ସେୟାର କରିଛନ୍ତି ତାହା ପ୍ରକୃତରେ ଅଦ୍ଭୁତ ଅଟେ। ମହିଳାଙ୍କର ଏକ ସ୍ୱପ୍ନ ଥିଲା ଯେ ସେ ତାଙ୍କ ସ୍ୱାମୀଙ୍କ ବ୍ୟତୀତ ଅନେକ ପୁରୁଷଙ୍କ ସହ ସମ୍ପର୍କ ରଖିବା ରଖିବେ। ପତ୍ନୀଙ୍କ ଏହି ଇଚ୍ଛା ତାଙ୍କ ସ୍ୱାମୀ ନିଜେ ପୂରଣ କରିଥିଲେ।

Advertisment

ଏହି ମହିଳାଙ୍କ ନାମ ଲୁଇସ୍ ହୋଇଥିବା ବେଳେ ସେ ସିଡନୀରେ ରୁହନ୍ତି। ତାଙ୍କୁ ବର୍ତ୍ତମାନ ୩୦ ବର୍ଷ। ସେ ପ୍ରକାଶ କରି କହିଛନ୍ତି ଯେ ସେ ଗୋଟିଏ ରାତିରେ ୧୮ ଜଣ ପୁରୁଷଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ। ଲୁଇସ୍ ଅଷ୍ଟ୍ରେଲୀୟ ପୋଡ୍‌କାଷ୍ଟ ସେକ୍ସ ଫାଇଲରେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଯେତେବେଳେ ସେ ୧୮ଜଣଙ୍କ ସହ ରୋମାନ୍ସ କରୁଥିଲେ, ସେତେବେଳେ ତାଙ୍କ ସ୍ୱାମୀ ମଧ୍ୟ ତାଙ୍କୁ ସାହାଯ୍ୟ କରୁଥିଲେ। ସେ ରୁମ୍‌ରେ ଲୁଇସ୍‌ଙ୍କୁ କଣ୍ଡୋମ ଯୋଗାଇବାରେ ସହଯୋଗ କରୁଥିଲେ। ଏହା ପରେ ଏହି ଘଟଣା ଭାଇରାଲ ହେବାରେ ଲାଗିଛି।

Woman made relationship with 18 men in one nightରାତିକେ ୧୮ ପୁରୁଷଙ୍କ ସହ ସହବାସ କଲେ ସ୍ତ୍ରୀ; ସ୍ୱାମୀ କଲେ ସହଯୋଗ

ଲୁଇସ୍ ଆହୁରି କହିଛନ୍ତି ଯେ ସେ ଏକ କଠୋର କ୍ୟାଥୋଲିକ୍ ପରିବାରରେ ଲାଳନ ପାଳନ ହୋଇଥିଲେ। ଏହି କାରଣରୁ, ସେ ଜୀବନକୁ କେବେ ଉପଭୋଗ କରିପାରି ନ ଥିଲେ। ତାଙ୍କୁ ବହୁତ କମ୍ ବୟସରେ ବିବାହ କରିଦିଆଗଲା। କିନ୍ତୁ ଧୀରେ ଧୀରେ ସେ ନିଜକୁ ଜାଣିବାକୁ ଆରମ୍ଭ କଲେ। ସେ ଜାଣିବାକୁ ପାଇଲେ ଯେ ସେ ବିଭିନ୍ନ ଲୋକଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ଚାହୁଁଛନ୍ତି। କିନ୍ତୁ ସେ ତାଙ୍କ ସ୍ୱାମୀଙ୍କୁ ଠକିବାକୁ ଚାହୁଁ ନ ଥିଲେ। ଏ ସମ୍ବନ୍ଧରେ ସେ ତାଙ୍କ ସ୍ୱାମୀଙ୍କ ସହ ଖୋଲାଖୋଲି ଭାବେ କଥା ହୋଇଥିଲେ। ଯେତେବେଳେ ତାଙ୍କ ସ୍ୱାମୀ ତାଙ୍କ କଥାକୁ ରଖିବାକୁ ସ୍ଥିର କଲେ ସେତେବେଳେ ଲୁଇସ ବହୁତ ଖୁସି ହୋଇଗଲେ।

Advertisment

ଗୋଟିଏ ଶିଶୁର ମାତା ଲୁଇସ୍ କହିଛନ୍ତି ଯେ ଏହା ତାଙ୍କର ପ୍ରଥମ ଅନୁଭୂତି ନୁହେଁ। ଏହାପୂର୍ବରୁ ମଧ୍ୟ ସେ ୧୦ ଜଣ ପୁରୁଷଙ୍କ ସହ ଶାରୀରିକ ସମ୍ପର୍କ ରଖି ସାରିଛନ୍ତି। ଏହି ପ୍ରସଙ୍ଗରେ ଲୁଇସ୍‌ଙ୍କ ସ୍ୱାମୀ କହିଛନ୍ତି ଯେ ସେ ତାଙ୍କ ପତ୍ନୀଙ୍କୁ ଅନ୍ୟ ପୁରୁଷଙ୍କ ସହ ସେୟାର କରନ୍ତି। ଏଥିରେ ତାଙ୍କର କୌଣସି ଅସୁବିଧା ନାହିଁ। ସେ ନିଜ ପତ୍ନୀଙ୍କୁ ଖୁସି କରିବାକୁ ଚାହାନ୍ତି। ତାଙ୍କ ଖୁସିରେ ସେ ମଧ୍ୟ ଖୁସି ହୁଅନ୍ତି। ତେବେ ଏହି ଘଟଣାଟି ସେୟାର ହେବା ପରେ ଲୋକମାନେ ଏହାକୁ ଆଶ୍ଚର୍ଯ୍ୟଜନକ ବୋଲି କହିଛନ୍ତି। ଅନେକ ଏହାକୁ ସବୁଠାରୁ ଅଦ୍ଭୁତ ଅନୁଭୂତି ବୋଲି ମଧ୍ୟ କହିଛନ୍ତି।

Woman Woman Made Relationship With 18 Men
Advertisment
Advertisment