Police
କଟକ: ନରସିଂହପୁର ଥାନା ପରିସର ରଣକ୍ଷେତ୍ର ପାଲଟିଲା। ପିଟାପିଟିରେ ୪ ଜଣ ଆହତ ମଧ୍ୟ ହୋଇଛନ୍ତି। ୩ ଜଣ ପୋଲିସ କର୍ମଚାରୀ ଏବଂ ଜଣେ ସାଧାରଣ ବ୍ୟକ୍ତି ଆହତ ହୋଇଥିବା ନେଇ ସୂଚନା ମିଳିଛି। ଧାରଣାକୁ ନେଇ ଉତ୍ତେଜନା ପରେ ପୋଲିସ-ଜନତା ଖଣ୍ଡଯୁଦ୍ଧ ହୋଇଥିଲା। ରତାପାଟର ୩ ଜଣଙ୍କୁ ଅଟକ ପ୍ରତିବାଦରେ ଧାରଣା ଚାଲିଥିବା ବେଳେ ଏମିତି ଅଘଟଣ ହୋଇଛି।
Advertisment
Also Read
ସୂଚନା ଅନୁସାରେ, ବିଜେପି ପକ୍ଷରୁ ଧାରଣା ଚାଲିଥିବା ବେଳେ ଉତ୍ତେଜନା ବଢ଼ିଥିଲା। ପରେ ଥାନା ଗେଟରେ ତାଲା ପକାଇ ନାରାବାଜି ବେଳେ ଉତ୍ତେଜନା ବଢ଼ିଥିଲା। ଉତ୍ତେଜନାରୁ ପୋଲିସ-ଆନ୍ଦୋଳନକାରୀ ମୁହାଁମୁହିଁ ହୋଇଥିଲେ। ଆଉ ଏହାପରେ ପୋଲିସ ଗୋଡ଼ାଇ ଗୋଡ଼ାଇ ପିଟିଥିଲା ଏବଂ ଲୋକମାନେ ମଧ୍ୟ ଢେଲାମାଡ଼ କରିଥିଲେ। ପୋଲିସର ଲାଠି ଓ ଲୋକଙ୍କ ଢେଲାମାଡ଼ରେ ଉଭୟ ପକ୍ଷରୁ ୪ ଜଣ ଆହତ ହୋଇଛନ୍ତି। ତେବେ ବର୍ତ୍ତମାନ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)