Advertisment

ଚିନ୍ତାରେ କନ୍ଧମାଳ ଆଳୁଚାଷୀ, ଫସଲକୁ ନଷ୍ଟ କରିଦେଲେ ରୋଗ ପୋକ

ଆଳୁର ଅଭାବୀ ବିକ୍ରି ରୋକିବାକୁ ସରକାର କିଛି ମାସ ତଳେ ନିଷ୍ପତ୍ତି ନେଇଥିଲେ। ବର୍ଷା ଦିନିଆ ଆଳୁ ଚାଷ କରିବା ପାଇଁ ନିଷ୍ପତ୍ତି ମଧ୍ୟ ନେଇଥିଲେ। ଏବଂ ଓଡ଼ିଶାର ଶୀତଳ ଅଞ୍ଚଳ ଭାବେ ପରିଚିତ କନ୍ଧମାଳ ଏବଂ କୋରାପୁଟ ଜିଲ୍ଲାରେ ବର୍ଷା ଦିନିଆ ଆଳୁ ଚାଷ କରିବା ପାଇଁ ଚାଷୀ ମାନଙ୍କୁ ରିହାତି ଦରରେ ଉନ୍ନତ ମାନର ଆଳୁ ବିହନ ଯୋଗାଣ କରିଥିଲେ ।

author-image
Sarbeswar
ଅଦ୍ୟତନ ହୋଇଛି
Potato Farmers Lo osing Hope

Potato Farmers Lo osing Hope

କନ୍ଧମାଳ(ତ୍ରିନାଥ ସାହୁ): ଆଳୁର ଅଭାବୀ ବିକ୍ରି ରୋକିବାକୁ ସରକାର କିଛି ମାସ ତଳେ ନିଷ୍ପତ୍ତି ନେଇଥିଲେ। ବର୍ଷା ଦିନିଆ ଆଳୁ ଚାଷ କରିବା ପାଇଁ ନିଷ୍ପତ୍ତି ମଧ୍ୟ ନେଇଥିଲେ। ଏବଂ ଓଡ଼ିଶାର ଶୀତଳ ଅଞ୍ଚଳ ଭାବେ ପରିଚିତ କନ୍ଧମାଳ ଏବଂ କୋରାପୁଟ ଜିଲ୍ଲାରେ ବର୍ଷା ଦିନିଆ ଆଳୁ ଚାଷ କରିବା ପାଇଁ ଚାଷୀ ମାନଙ୍କୁ ରିହାତି ଦରରେ ଉନ୍ନତ ମାନର ଆଳୁ ବିହନ ଯୋଗାଣ କରିଥିଲେ । ହେଲେ ଆଳୁ ବିହନ ଗୁଡ଼ିକ ହୃଷ୍ଟପୃଷ୍ଟ ହେବା ବଦଳରେ ନଷ୍ଟ ହେଇଯାଉଥିବା କହିଛନ୍ତି ଚାଷୀ। ଫଳରେ ଆଗାମୀ ଦିନରେ କିଭଳି ଚଳିବେ ତାକୁ ନେଇ ଚିନ୍ତାରେ ଏବେ ଚାଷୀ।

Advertisment

ଜମିରେ ଧାଡି ଧାଡି ହୋଇ ଲାଗିଛି ଆଳୁ ଗଛ। ହେଲେ ଗଛଗୁଡିକ ଛନଛନିଆ ବଦଳରେ କେଉଁଠି ପତ୍ର ପୋଡି ଯାଇଛି, କେଉଁଠି ଗଛ ମୁହଁ ମାଡି ପଡିଛି ତ ଆଉ କେଉଁଠି ମାଟି ତଳେ ବିହନ ଗୁଡ଼ିକ ଗଣ୍ଠି ଧରିବା ବଦଳରେ ନଷ୍ଟ ହୋଇଯାଇଛି। କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀ ଠାରୁ କିଛି ଦୂରରେ ଥିବା ରୁଜାଙ୍ଗୀ, ପିଟବାରୀ,ବନ୍ଧସାହି ପ୍ରଭୃତି ଗାଁରେ ଦେଖିବାକୁ ମିଳିଛି ବର୍ଷାଦିନିଆ ଆଳୁ ଚାଷର ଏଭଳି କିଛି ଦୃଶ୍ୟ। ଚାଷୀ ମାନେ ପ୍ରାୟ ୩ ମାସ ତଳେ ଉଦ୍ୟାନ ବିଭାଗ ତରଫରୁ ଦିଆଯାଇଥିବା ଆଳୁ ବିହନ ରିହାତି ମୂଲ୍ୟରେ କିଣି ଲଗାଇଥିଲେ । ହେଲେ ଆଳୁ ଗଛର ଏଭଳି ଅବସ୍ଥା ଏବେ ଚିନ୍ତା ବଢାଇଛି।

Advertisment

ଏନେଇ କନ୍ଧମାଳ ଜିଲ୍ଲା ଉଦ୍ୟାନ ବିଭାଗ ଉପ-ନିର୍ଦେଶକ କହିଛନ୍ତି, ଜିଲ୍ଲାରେ ବର୍ଷା ଦିନିଆ ଆଳୁ ଚାଷ ଯୋଜନା ପାଇଁ ସରକାର ନିଷ୍ପତି ନେଇଥିଲେ । ଯେଉଁଥିରେ କନ୍ଧମାଳ ଜିଲ୍ଲାର ୨୫୦ ହେକ୍ଟର ଜମିରେ ୧୭୪୪ ଜଣ ଚାଷୀଙ୍କୁ ୩୭୫୦ କୁଇଣ୍ଟାଲ ଆଳୁ ବିହନ ଦିଆଯାଇଥିଲା। ଏହାପରେ ଚାଷୀଙ୍କୁ ସବସିଡି ଅର୍ଥରାଶି ବ୍ୟାଙ୍କ ଜମା ଖାତାକୁ ପଠାଯାଇଥାନ୍ତା । ତେବେ ପାଣିପାଗ ଅନୁକୂଳ ହୋଇନଥିବାରୁ ଆଳୁ ଚାଷ ସାମାନ୍ୟ ପ୍ରଭାବିତ ହୋଇଥିବାବେଳେ କ୍ଷତିଭରଣା ପାଇଁ ସରକାର ନିଷ୍ପତ୍ତି ନେବେ।

Farmer Problem Kandhamala
Advertisment
Advertisment