Advertisment

ଅଜବ ପରମ୍ପରା; ଦା’ରେ କଟାହୁଏ ପୁରୁଷଙ୍କ ଚୁଟି

ଏ ଦୁନିଆରେ ଏମିତି ଅନେକ ପରମ୍ପରା ରହିଛି ଯାହାକୁ ଜାଣିଲା ପରେ ଆଶ୍ଚର୍ଯ୍ୟ ଲାଗେ। ବିଭିନ୍ନ ଆଦିବାସୀ ସମ୍ପ୍ରଦାୟରେ ଏଭଳି ଅନେକ ପ୍ରାଚୀନ ପରମ୍ପରା ଦେଖାଯାଏ ଯାହା ଅନନ୍ୟ ହୋଇଥାଏ। ଆଜି ଆମେ ଆପଣଙ୍କୁ ଏଭଳି ଏକ ଜନଜାତି ବିଷୟରେ କହିବାକୁ ଯାଉଛୁ ଯେଉଁମାନେ ଆଜି ବି ସେମାନଙ୍କର ପୁରୁଣା ପରମ୍ପରାକୁ ଅନୁସରଣ କରନ୍ତି। ଏହି ସମ୍ପ୍ରଦାୟରେ ପୁରୁଷମାନଙ୍କ ଚୁଟିକୁ ଦା’ରେ କଟାଯାଏ।

author-image
Pramod Behera
Werid tradition, men get haircut from sickle

Werid tradition, men get haircut from sickle

ଦୁନିଆରେ ଏପରି ଅନେକ ଆଦିବାସୀ ସମ୍ପ୍ରଦାୟ ଅଛନ୍ତି ଯାହାଙ୍କର ପରମ୍ପରା ବିଶ୍ୱ ପ୍ରସିଦ୍ଧ। ଲୋକମାନେ ସେମାନଙ୍କ ବିଷୟରେ ଜାଣି ଆଶ୍ଚର୍ଯ୍ୟ ହୋଇଯାଆନ୍ତି, କିନ୍ତୁ ଏହି ଆଦିବାସୀ ଜନଜାତିମାନେ ସେମାନଙ୍କର ବିଶ୍ୱାସ ଓ ପରମ୍ପରାକୁ ଆଜିଯାଏ ମଧ୍ୟ ବଜାୟ ରଖିଛନ୍ତି। ଆଜି ଆମେ ଆପଣଙ୍କୁ ଏଭଳି ଏକ ଜନଜାତି ବିଷୟରେ କହିବାକୁ ଯାଉଛୁ ଯେଉଁମାନେ ଆଜି ବି ସେମାନଙ୍କର ପୁରୁଣା ପରମ୍ପରାକୁ ଅନୁସରଣ କରନ୍ତି। ଏହି ସମ୍ପ୍ରଦାୟରେ ପୁରୁଷମାନଙ୍କ ଚୁଟିକୁ ଦା’ରେ କଟାଯାଏ। ତେବେ ଆସନ୍ତୁ ଏହା ପଛରେ କ’ଣ ରହିଛି କାରଣ ସେ ବିଷୟରେ ଜାଣିନେବା।

Advertisment
Werid tradition, men get haircut from sickleଅଜବ ପରମ୍ପରା; ଦା’ରେ କଟାହୁଏ ପୁରୁଷଙ୍କ ଚୁଟି

ଏହା ଏକ ଆଶ୍ଚର୍ଯ୍ୟଜନକ ପରମ୍ପରା ହୋଇଥିଲେ ବି ଏହା ଚାଇନାର ଗୁଇଜୋ ପ୍ରଦେଶର କିଛି ଲୋକଙ୍କ ଜୀବନର ଏକ ଅଂଶ। ଆମେ ମିଆଓ ଅଳ୍ପସଂଖ୍ୟକ ଜନଜାତିଙ୍କ ବିଷୟରେ କହୁଛୁ ଯେଉଁମାନେ ଏଠାରେ ଥିବା ବାଶା ଗାଁର ବାସିନ୍ଦା। ଏହି ଗାଁ ଚାଇନାର ଅନ୍ୟ ଗ୍ରାମଠାରୁ ସମ୍ପୂର୍ଣ୍ଣ ଭିନ୍ନ। ଏହାର କାରଣ ହେଉଛି ଚାଇନାରେ ଏହା ହେଉଛି ଏକମାତ୍ର ସ୍ଥାନ ଯେଉଁଠାରେ ଲୋକଙ୍କୁ ବନ୍ଧୁକ ରଖିବା ନେଇ ଅନୁମତି ଦିଆଯାଇଛି।

Advertisment

ଥରେ ଚୀନ୍ ସରକାର ଏଠାକାର ଲୋକଙ୍କ ବନ୍ଧୁକ ଜବତ କରିବାକୁ ନିଷ୍ପତ୍ତି ନେଇଥିଲେ, କିନ୍ତୁ ସରକାରକୁ ଗାଁବାସୀଙ୍କ ବହୁ ବିରୋଧର ସମ୍ମୁଖୀନ ହେବାକୁ ପଡିଥିଲା। ଏହା ପରେ ସରକାର ଏଠାରେ ଲୋକଙ୍କୁ ଅନୁମତି ଦେଇଥିଲେ ଯେ ସେମାନେ ବନ୍ଧୁକ ରଖିପାରିବେ। ଗାଁରେ ୪୦୦ରୁ ଅଧିକ ପରିବାର ଥିବାବେଳେ ସମୁଦାୟ ୧ ହଜାରରୁ ଅଧିକ ଜନସଂଖ୍ୟା ଅଛନ୍ତି। ଗାଁର ସମସ୍ତ ଲୋକ ଆତ୍ମନିର୍ଭରଶୀଳ, ତେଣୁ ସେମାନେ ନିଜକୁ ବାହ୍ୟ ଜଗତରୁ ଦୂରେଇ ରଖିଛନ୍ତି।

ଏହି ଗାଁର ଲୋକଙ୍କର ମଧ୍ୟ ବନ୍ଧୁକ ପ୍ରଦର୍ଶନ କରିବାର ପ୍ରଥା ରହିଛି। ଏହି ଗ୍ରାମକୁ ଯାଉଥିବା ପ୍ରେତ୍ୟେକ ବ୍ୟକ୍ତିଙ୍କୁ ବନ୍ଧୁକ ଦ୍ୱାରା ସ୍ୱାଗତ କରାଯାଏ। କିନ୍ତୁ ସେମାନଙ୍କର ଉଦ୍ଦେଶ୍ୟ ହିଂସା ବିସ୍ତାର କରିବା କିମ୍ବା ଭୟ ସୃଷ୍ଟି କରିବା ନୁହେଁ। ଏହି ଗାଁର ପୂର୍ବପୁରୁଷମାନେ ବୀର ସୈନିକ ଥିଲେ। ସେମାନେ ଗାଁକୁ ଅନୁପ୍ରବେଶକାରୀ ଏବଂ ବଣୁଆ ଜନ୍ତୁମାନଙ୍କ କବଳରୁ ରକ୍ଷା କରୁଥିଲେ। ସେଥିପାଇଁ ସେମାନେ ତାଙ୍କ ପାଖରେ ବନ୍ଧୁକ ରଖୁଥିଲେ। ଏନେଇ ଏହି ଆଦିବାସୀ ତାଙ୍କ ପୂର୍ବସୂରୀଙ୍କ ପରମ୍ପରାକୁ ମନେରଖିବା ନେଇ ସେମାନେ ମଧ୍ୟ ନିଜ ପାଖରେ ରାଇଫଲ୍‌ ରଖିଥାନ୍ତି। ପରିବାରର ପିଲାମାନଙ୍କୁ ୧୫ ବର୍ଷ ହୋଇଯିବା ମାତ୍ରେ ବନ୍ଧୁକ ଧରେଇ ଦିଆଯାଏ।

Werid tradition, every one kept rifleଏହି ପରମ୍ପରାରେ ସମସ୍ତେ ପାଖରେ ରଖିପାରିବେ ବନ୍ଧୁକ

ମିଆଓ ଲୋକଙ୍କ ବିଷୟରେ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଏଠାରେ ଥିବା ପୁରୁଷମାନଙ୍କ ଚୁଟି ଏକ ଦାଆରେ କଟାଯାଏ। ଚୁଟି କାଟିବା ବେଳେ ନା କଇଁଚି ନା ପାନିଆଁ ନା ଅନ୍ୟ କୌଣସି ଜିନିଷ ବ୍ୟବହାର କରାଯାଏ। ୭ ରୁ ୧୫ ବର୍ଷ ମଧ୍ୟରେ ଯୁବକମାନଙ୍କୁ ଦୁଇଟି ବିକଳ୍ପ ଦିଆଯାଏ। ଏହି ଦୁଇ ବିକଳ୍ପ ହେଲା ସେମାନେ ଚୁଟି କାଟିବେ ଓ ମୁଣ୍ଡର ମଝିରେ କିଛି ଚୁଟିକୁ ଲମ୍ବା ଆକାରରେ ଜଟ ଭଳି ଛାଡିଦେବେ ଯାହାକୁ ଗଣ୍ଠି କରି ବନ୍ଧାଯିବ, ନଚେତ ଚୁଟି ନ କାଟି ତାଙ୍କୁ ଗୁଡେଇକି ବାନ୍ଧିବା। କିନ୍ତୁ ଅଧିକାଂଶ ପୁରୁଷ ହସି ହସି ଚୁଟି କାଟିବାକୁ ପସନ୍ଦ କରନ୍ତି। ସେମାନଙ୍କର ଏହି ଜଟ ସାହସୀ ଓ ପୁରୁଷତ୍ୱର ପ୍ରତୀକ ବୋଲି ସେମାନେ ମାନନ୍ତି।

Special Story
Advertisment
Advertisment