ସୁବର୍ଣ୍ଣପୁର ବିନିକାର ଦୁଃଖୁ ସାହୁଙ୍କ ବିଶ୍ୱାସ, ସ୍ୱାଭିମାନ ଓ କର୍ତ୍ତବ୍ୟନିଷ୍ଠାର ଜ୍ୱଳନ୍ତ ଉଦାହରଣ..
କ୍ଷେତରେ ଫସଲ ଅମଲ ପୂର୍ବରୁ ଏବେ ମାଡ଼ିଲେଣି ଚକଡ଼ା ପୋକ। ଏକାଧିକ ଚାଷୀଙ୍କ ଧାନ ଫସଲ ନଷ୍ଟ ହୋଇଗଲାଣି।କ୍ଷେତରେ ୩ ଭାଗରୁ ଅଧିକ ଧାନ ନଷ୍ଟ ହୋଇଗଲାଣି। ଚାଷୀର ହାଡ଼ ଭଙ୍ଗା ପରିଶ୍ରମର ଫଳକୁ ଚଳୁ କରିଦେଇଛନ୍ତି ଚକଡା ପୋକ ।
ସାହାସ ଦେଖାଇ ଲୁଟେରାକୁ କାବୁ କଲେ ଯୁବତୀ। ନ ଡରି ପୁରା ଫିଲ୍ମ ଷ୍ଟାଇଲରେ ଚଳନ୍ତା ଗାଡ଼ିରୁ ଡେଇଁ ଲୁଟ୍ କରି ଦୌଡ଼ି ପଳାଉଥିବା ଲୁଟେରାକୁ ପିଛା କରିଥିଲେ। ଏହାପରେ ତାଙ୍କୁ ଗୋଇଠା ମାରି ତଳେ ପକାଇ କାବୁ କରିଥିଲେ।
ଟକମକ ହୋଇ ଫୁଟୁଛି ତେଲ। ଡଙ୍କି କି ଚଟୁ ନୁହେଁ, ବରଂ ନିଜ ହାତରେ ଗରମ କଡ଼େଇରେ ହାତ ପୁରେଇ ରୋଷେଇ କରୁଛନ୍ତି ଚିକେନ୍ ଫ୍ରାଏ। ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଏ ଭିଡ଼ିଓ। ଆପଣ ବି ଦେଖନ୍ତୁ ସେ ଭିଡ଼ିଓ...
କଳାହାଣ୍ଡି ଜିଲ୍ଲା ଗୁନଗୁନିଆରେ ପାଣି ପାଇଁ ରାସ୍ତାରୋକ କରିଛନ୍ତି ଚାଷୀ..
ଚଳନ୍ତା ଅଟୋରୁ ମୋବାଇଲ ଲୁଟ୍ କରି ଦୌଡୁଥିବା ଲୁଟେରାକୁ ପିଛା କରି ଧରି ତାକୁ ପୋଲିସ ହେପାଜତରେ ଦେଇ ଚର୍ଚ୍ଚାକୁ ଆସିଛନ୍ତି କଟକର ଝିଅ ପ୍ରଜ୍ଞା ରାୟା
ଏଇଠି ଚାଷ ହେଉଛି କୋଶଳା ସାଗ। କଟକ ଜିଲ୍ଲା ଆଠଗଡ଼ଠାରୁ ଆପଣ ଯଦି ପୁରୁଣା କଟକ-ସମ୍ୱଲପୁର ରାସ୍ତାରେ ଯାଉଥିବେ ସେଠାରେ ରାସ୍ତା ଦୁଇକଡ଼ରେ ଏମିତିକା ଚାଷ ଜମି ସବୁ ଦେଖିବେ। ଏ ସ୍ଥାନର ନାଁ ହେଉଛି ପତଣ୍ଡା। ଦେଖନ୍ତୁ ସାଗ ବାଡ଼ିର କଥା।
ସ୍ଥାୟୀ ନିଯୁକ୍ତି ଦାବିରେ ଦିନ ରାତି ଧାରଣାରେ ବସିଛନ୍ତି ପ୍ରାୟ ୫ ଶହ ମହିଳା ସୁପର ଭାଇଜର..
ଭବାନୀପାଟଣା ସଦର ଥାନା ଅଧିନ ଏକ ଜଙ୍ଗଲରେ ମାଓବାଦୀଙ୍କ ସହ ଗୁଳି ବିନିମୟ ବେଳେ ମାଓ ଅସ୍ତ୍ରଶସ୍ତ୍ର ଓ ମାଓ ସାମଗ୍ରୀ ଜବତ ହୋଇଛି.
ଏ ଦୁନିଆରେ ମାଂସାହାରୀ ଓ ଶାକାହାରୀ ଲୋକେ ବାସ କରନ୍ତି। ଗୋଟିଏ ଗୋଟିଏ ଅଞ୍ଚଳରେ ଅଧିକାଂଶ ମାଂସାହାରୀ ଦେଖାଯାଉଥିବା ବେଳେ ଖୁବ୍ କମ ଶାକାହାରୀ ମିଳନ୍ତି। କିନ୍ତୁ ଏମିତି ଏକ ଗାଁ ଅଛି ଯେଉଁଠି ସମସ୍ତେ ଶୁଦ୍ଧ ଶାକାହାରୀ। ଆସନ୍ତୁ ଜାଣିବା ସେହି ଗାଁ ବିଷୟରେ।
ଦୁନିଆରେ ବିଭିନ୍ନ ଦେଶରେ ବିଭିନ୍ନ ଆଇନ ରହିଛି। କିନ୍ତୁ ଏମିତି ଏକ ଦେଶ ଅଛି ଯେଉଁଠି ପତ୍ନୀଙ୍କ ଜନ୍ମଦିନକୁ ଭୁଲିଗଲେ ଅପରାଧ। ଏହାକୁ ନେଇ ପତ୍ନୀ ଯଦି ଅଭିଯୋଗ କରନ୍ତି ତେବେ ସ୍ୱାମୀଙ୍କୁ ହୋଇପାରେ ଜେଲ୍!
ସୋସିଆଲ୍ ମିଡିଆରେ ହୃଦୟ ଜିତୁଛନ୍ତି କୁନି ଝିଅ। ସେ ଅମୃତା ପ୍ରୀତମଙ୍କ ପ୍ରତିଷ୍ଠିତ କବିତା ‘ମେଁ ତେନୁ ଫିର୍ ମିଲାଙ୍ଗି’କୁ ପରିବେଷଣ କରି ଇଣ୍ଟର୍ନେଟ୍ ଭାଇରାଲ ଗାର୍ଲ ହୋଇଯାଇଛନ୍ତି।
ଭଦ୍ରକରୁ-ନୀଳଗିରି, ବାଲେଶ୍ୱରରୁ-ସୋର, ସବୁଠି ଚାଷୀର ନିଦ ହଜାଇ ଦେଇଛନ୍ତି ମାରାତ୍ମକ ଚକଡ଼ା ପୋକ । ଏବର୍ଷ ପାଗ ଭଲ ଥିବାରୁ ଭଲ ଅମଳ ଆଶାରେ ଥିଲା ଚାଷୀ । ହେଲେ ଧାନ ପାଚିଲା ବେଳକୁ ହଠାତ୍ ଚକଡା ପୋକ ଲାଗିବା ଚାଷୀଙ୍କୁ ନିରାଶ କରିଛି ।
ସମାଜର ବହୁ ପ୍ରତିଷ୍ଠିତ ବ୍ୟକ୍ତିତ୍ୱଙ୍କୁ ସମ୍ମାନ ତ ମିଳିଛି, ତା ସହ ବଣ ମଲ୍ଲୀ ହୋଇ ବଣରେ ଝଡ଼ି ଯାଉଥିବା ଅନେକ ଅକ୍ଷାତ ପଲ୍ଲୀର ବିଖ୍ୟାତଙ୍କୁ ମିଳିଛି ଏଥର ସମ୍ମାନଜନକ ପଦ୍ମଶ୍ରୀ ।
ପଦ୍ମଶ୍ରୀ ତୁଲସୀ ଗୌଡ଼ା । ଚାଷ ଜମିରୁ ଜଙ୍ଗଲ ଆଉ ଜଙ୍ଗଲରୁ ରାଷ୍ଟ୍ରପତି । ନିଜ ଘରେ ଯେମିତି ରାଷ୍ଟ୍ରପତି ଭବନକୁ ବି ଆସିଲେ ସେମିତି । ଖାଲି ପାଦ, ଦେହରେ ଆଦିବାସଙ୍କ ପାରମ୍ପରିକ ଶାଢ଼ି, ବେକରେ ଗାମୁଛା । ଗତକାଲି ଏଭଳି ଭାବରେ ରାଷ୍ଟ୍ରପତି ଭବନରେ ପଦ୍ମଶ୍ରୀ ସମ୍ମାନ ଗ୍ରହଣ କରିଛନ୍ତି ୭୨ ବର୍ଷିୟ ଜଙ୍ଗଲ ପ୍ରେମୀ ତୁଲସୀ ଗୌଡ଼ା ।
ନିଜ ଜୀବନ କାଳରେ ୩୦ ହଜାରରୁ ଅଧିକ ଗଛ ଲଗାଇଛନ୍ତି ତୁଲସୀ । ଦୁଇ ବର୍ଷ ବୟସରୁ ପରିବେଶ, ପଶୁ, ଜଙ୍ଗଲ ସହ ଜଡ଼ିତ ତୁଲସୀ ।
ଆଜି ମଧ୍ୟ ବିଭିନ୍ନ ସ୍ଥାନରେ କାଉ ମରି ପଡ଼ିଥିବା ଦେଖି ଗାଁ ଲୋକେ ବେଗୁନିଆ ପ୍ରାଣୀଧନ ଚିକିତ୍ସାଳୟକୁ ଖବର ଦେଇଥିଲେ । ଖବର ପାଇବା ପରେ ଗୋଟିଏ ଟିମ୍ ଗାଁରେ ପହଞ୍ଚି ମୃତ କାଉଙ୍କୁ ଏକାଠି କରି ସେମାନଙ୍କ ନମୁନା ସଂଗ୍ରହ କରିଛନ୍ତି ।
ସବୁ ନବଦମ୍ପତି ବାସରରାତିକୁ ଏକାନ୍ତରେ କାଟିବାକୁ ଚାହାନ୍ତି। କିନ୍ତୁ ଏ ଦୁନିଆରେ ଏମିତି କିଛି ସ୍ଥାନ ଅଛି ଯେଉଁଠି ଏହି ଦିନ ବର-କନ୍ୟାଙ୍କ ସହ କନ୍ୟାର ମା’ ଶୋଇଥାଏ। ଜାଣନ୍ତୁ କେଉଁଠି ଓ କାହିଁକି…
ଘରେ ବସି ନରହି ରୋଜଗାର କରୁଛନ୍ତି ମହିଳା । ମୌନଧ୍ଵନି ଫାଉଣ୍ଡେସନ ସଂସ୍ଥା ମୟୁରଭଞ୍ଜ ଜିଲ୍ଲାର ୪ଟି ସ୍ଥାନରେ ମହିଳା ମାନଙ୍କୁ ପ୍ରଶିକ୍ଷଣ ଦେଇ ଆତ୍ମନିର୍ଭରଶୀଳ କରିବାର ପ୍ରୟାସ ଜାରି ରଖିଛି ।
ଚାଷ ଜମିରେ ଏକ୍ସପର୍ଟ ଟିମ ଅଛନ୍ତି । କୃଷି ବିଜ୍ଞାନୀଙ୍କ ସହିତ, ସାମିଲ ଅଛନ୍ତି ଚାଷୀ ଓ ଛାତ୍ରଛା
ଚର୍ଚ୍ଚାରେ ଫୁଲବାଣୀର ପ୍ରତ୍ୟୁଷ। ଖଡ଼ି ମୂର୍ତ୍ତିକୁ ଦେଉଛନ୍ତି ଜୀବନ୍ତ ରୂପ
ଓଡିଶା ଆସୁଥିବା ପର୍ଯ୍ୟଟକଙ୍କର ଗତ ୫ବର୍ଷର ରେକର୍ଡ଼ ଅନୁସାରେ୨୦୧୫ରେ ଓଡିଶା ଆସିଥିଲେ ୧କୋଟି ୧୭ ଲକ୍ଷ ୮୬ ହଜାର ପର୍ଯ୍ୟଟକ ।
ଡାଇମଣ୍ଡ ଦେଖିବାକୁ ବହୁତ ସୁନ୍ଦର ଲାଗେ ନା । ଆଉ ସମୁଦ୍ର ବେଳାଭୂମି ବି ବେଶ୍ ମନମୁଗ୍ଧକର ଲାଗେ । ତେବେ ଭାବନ୍ତୁ ଏହି ଦୁଇଟି ଯାକ ଯଦି ମିଶି ଯିବ ତେବେ କଣ ହେବ । ଅର୍ଥାତ୍ ଏକ ସୁନ୍ଦର ସମୁଦ୍ର ବେଳାଭୂମିରେ ଆପଣ ସବୁଠାରେ କେବଳ ଡାଇମଣ୍ଡ ହିଁ ଡାଇମଣ୍ଡ ପାଇଯିବେ । ଆଉ ଏହି ବେଳାଭୂମିର ବିଶେଷତ୍ୱ ହେଉଛି ପ୍ରତିକ୍ଷଣରେ ରୂପ ବଦଳାଇଥାଏ । ତେବେ ଭାବନ୍ତୁ ସ୍ଥାନର ଦୃଶ୍ୟ କେତେ ବିଚିତ୍ର ଆଉ ମନମୁଗ୍ଧକର ଲାଗିବ । ଏହିଭଳି କିଛି ଦୃଶ୍ୟ ଦେଖିବାକୁ ମିଳେ ଆଇସଲ୍ୟାଣ୍ଡର ଏକ ବେଳାଭୂମିରେ, ସତରେ କଣ ଏହି ବେଳାଭୂମିରେ ଡାଇମଣ୍ଡ ମିଳେ, ନା ଆଉ କିଛି ରହସ୍ୟ ରହିଛି…
ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ପରିବାର ଲୋକଙ୍କ ବୟାନ ପରେ ପରେ କଳାହାଣ୍ଡି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ଗୋଟିଏ ମଞ୍ଚରେ ଦେଖିବାକୁ ମିଳିଲା.. ଯାବତୀୟ ବିରୋଧ ପରେ ବି ମୁଖ୍ୟମନ୍ତ୍ରୀ ଓ ଦିବ୍ୟଶଙ୍କର ଏକାଠି ମଞ୍ଚରେ ବସିଲେ.. ହେଲେ ପଦୁଟିଏ ବି ମମିତାଙ୍କ କଥା କହିଲେନି.. ଏନେଇ ବିଧାୟକ ପ୍ରଦୀପ ପୁରୋହିତ ପ୍ରତିକ୍ରିୟା ଦେଇଛନ୍ତି.. ଶୁଣନ୍ତୁ
ଧାନ ଅମଳକୁ ଦିନ କେଇଟା.. ହେଲେ ସବୁ ପରିଶ୍ରମକୁ ଚଳୁ କରିଦେଲାଣି ମାଟିଆ ଗୁଣ୍ଡି, ଚକଡ଼ା ବା ଯଉଆ ପୋକ.. ମୁଣ୍ଡରେ ହାତ ଦେଇ ବସିଛି ଚାଷୀକୂଳ.. ବାଟ ଦିଶୁନି କରିବ କଣ.. ଯେତେ ପୋକମରା ବିଷ ଦେଲେ ବି କାମ ଦେଲାନି