ହୋଲି ପାଇଁ ଚାରିଆଡ଼େ ବନ୍ଦ ଥିଲା ଦୋକାନ ବଜାର ଓ ଆହାର କେନ୍ଦ୍ର। ଖାଦ୍ୟ ପାଇଁ ହନ୍ତସନ୍ତ ହେଉଥିଲେ ଲୋକେ। ହେଲେ ଦେବଦୂତ ଭଳି ଆସି ଶହ ଶହ ଲୋକଙ୍କୁ ଭାତ ଡାଲମା ବାଣ୍ଟିଲେ ଅଭିମନ୍ୟୁ ।
ଦୀର୍ଘ ୧୦ ବର୍ଷ ହେବ ଗରିବ ଓ ବେସାହାରା ରୋଗୀଙ୍କୁ ସାହାଯ୍ୟ କରି ଆସୁଥିବା ଅଭିମନ୍ୟୁ ଦାସଙ୍କୁ ମିଳିଲା ପ୍ରଶଂସା। ଏମିତି ପ୍ରଶଂସାରେ ପୋତି ପକାଇଲେ କ୍ରିକେଟର ମହମ୍ମଦ କୈଫ ଓ ଭି.ଭି.ଏସ୍. ଲକ୍ଷ୍ମଣ।