Advertisment

ଚଢ଼େଇ ଖାଇବାକୁ ଆସି ପଞ୍ଜୁରୀରେ ଫସିଲା ନାଗ

ଚଢ଼େଇ ଖାଇବାକୁ ଆସି ପଞ୍ଜୁରୀରେ ଫସିଲା ନାଗ ସାପ। ୨ଟି ଚଢ଼େଇକୁ ନାଗ ସାପ ଗିଳି ଦେଇଥିବା ବେଳେ ତାର ପେଟ ଫୁଲି ଯାଇଥିବା ଦେଖିବାକୁ ମିଳିଛି। ଫଳରେ ପଞ୍ଜୁରୀ ଭିତରୁ ସାପଟି ବାହାରି ପାରିନଥିଲା।

author-image
Rajalaxmi Sahoo
Snake Rescued From Bird's Cage

Snake Rescued From Bird's Cage

ଭୁବନେଶ୍ୱର: ଚଢ଼େଇ ଖାଇବାକୁ ଆସି ପଞ୍ଜୁରୀରେ ଫସିଲା ନାଗ ସାପ। ଭୁବନେଶ୍ୱର ଭୀମଟାଙ୍ଗି ଅଞ୍ଚଳରେ ଏଭଳି ଘଟଣା ଦେଖିବାକୁ ମିଳିଛି। ଭୀମଟାଙ୍ଗି ଅଞ୍ଚଳର ମୁନା ମହାପାତ୍ରଙ୍କ ଘରେ ଥିବା ପଞ୍ଜୁରୀରେ ଏକ ନାଗ ସାପ ପଶିଯାଇଥିଲା। ପଞ୍ଜୁରୀରେ ୬ଟି ଚଢ଼େଇ ଥିଲେ। 

Advertisment

ମୁନା ଘରକୁ ଫେରି ଦେଖିଲା ବେଳକୁ ୨ଟି ଚଢ଼େଇ ମରି ପଡ଼ିଥିବା ବେଳେ ଅନ୍ୟ ୨ଟି ଚଢ଼େଇ ଭିତରେ ଏପଟ ସେପଟ ଉଡୁଛନ୍ତି। ବାକି ୨ଟି ଚଢ଼େଇକୁ ନାଗ ସାପ ଗିଳି ଦେଇଥିବା ବେଳେ ତାର ପେଟ ଫୁଲି ଯାଇଥିବା ଦେଖିବାକୁ ମିଳିଛି। ଫଳରେ ପଞ୍ଜୁରୀ ଭିତରୁ ସାପଟି ବାହାରି ପାରୁନି। 

ଏହା ଦେଖି ତୁରନ୍ତ ମୁନା ସ୍ନେକ୍ ହେଲ୍‌ପ୍‌ ଲାଇନ୍‌କୁ ଖବର ଦେଇଥିଲେ। ପରେ ସ୍ନେକ୍ ହେଲ୍‌ପ୍‌ ଲାଇନ୍ ସଦସ୍ୟ ଘଟଣାସ୍ଥଳରେ ପହଞ୍ଚି ସାପଟିକୁ ଉଦ୍ଧାର କରି ସହର ବହାରେ ପ୍ରାକୃତିକ ଆବାସ ସ୍ଥଳୀରେ ଛାଡ଼ି ଦେଇଥିଲେ। ତେବେ ମଶାରୀ, ଜାଲି ଗୁଡ଼ାଇ ରଖିଲେ ଚଢ଼େଇମାନେ ସୁରକ୍ଷିତ ରହିବେ ବୋଲି ସ୍ନେକ୍ ହେଲ୍‌ପ୍‌ ଲାଇନ୍ ସଦସ୍ୟ କହିଛନ୍ତି।

Advertisment
Snake Rescued Snake Rescued Bird's Cage
Advertisment
Advertisment