• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଫୁଲବାଣୀ: ବଜାରରେ ବୁଲିଲା, ଚପଲ କିଣିଲା । ଆଜି ବାପାଙ୍କ ସହ ବଜାର ବୁଲିଛି ବହୁଚର୍ଚ୍ଚିତ ଯୋଡ଼ା ମୁଣ୍ଡ ଶିଶୁ ଜଗା । ଧିରେ ଧିରେ ସୁସ୍ଥ ହେବା ପରେ ଆଜି ବାପାଙ୍କ ସହ ଫୁଲବାଣୀ ବଜାରରେ ବୁଲିଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସିବା ପରେ ମାର୍କେଟ ବୁଲିଥିଲା ଜଗା । ଗୋପବନ୍ଧୁ ଛକରୁ ଚାଲି ଚାଲି ବଜାରର ବିଭିନ୍ନ ଛକରେ ଖାଦ୍ୟ ବି ଖାଇଥିଲା । ବେଶ ଖୁସ୍ ମିଜାସ୍ ଦେଖାଯାଉଥିବା ଜଗା ଆଜି ମାର୍କେଟରୁ ଚପଲ ବି କିଣିଛି । ଡାକ୍ତରଙ୍କ ଦ୍ୱାରା ଲଗା ଯାଇଥିବା ହେଲମେଟ୍ ମୁଣ୍ଡରେ ପିନ୍ଧି, ବାପାଙ୍କ ସହ ବୁଲିଛି । ୨୦୧୭ରେ ଜଗା କାଳିଆ ପରସ୍ପରଙ୍କ ମୁଣ୍ଡ ଅଲଗା ହୋଇଥିଲା । ପରେ ଏସ୍‌ସିବି ମେଡିକାଲ୍‌କୁ ସ୍ଥାନାନ୍ତର ହୋଇଥିଲେ ଦୁଇ ଭାଇ । ଗତବର୍ଷ ନଭେମ୍ବର ୨୫ ତାରିଖରେ କାଳିଆର ଦେହାନ୍ତ ହୋଇଥିଲା । ଏହାର କିଛି ଦିନ ପରେ ଜଗା ଫୁଲବାଣୀକୁ ଫେରିଥିଲା ।

୨୦୧୭ ଜୁଲାଇ ୧୪ ତାରିଖରେ କନ୍ଧମାଳ ଜିଲ୍ଲା ମିଲୁପଡ଼ା ଗାଁର ଯୋଡ଼ାମୁଣ୍ଡ ଶିଶୁ ଜଗା-କାଳିଆଙ୍କୁ ଦିଲ୍ଲୀ ଏମ୍‌ସରେ ଅସ୍ତ୍ରୋପଚାର ପାଇଁ ଭର୍ତ୍ତି କରାଯାଇଥିଲା। ଅପରେଶନ ପାଇଁ ଗଠନ କରାଯାଇଥିଲା ଅଭିଜ୍ଞ ଡାକ୍ତରୀ ଟିମ୍ । ଏପଟେ ଅପରେସନ ଚାଲିଥିଲା, ସେପଟେ ଜଗା, କାଳିଆର ମଙ୍ଗଳ କାମନା କରି ଦୀପା ଜାଳିଥିଲା ସାରା ରାଜ୍ୟ । ଡାକ୍ତରଙ୍କଠାରୁ ଆରମ୍ଭ କରି ପୋଲିସ କର୍ମୀ କିମ୍ବା ଗଣମାଧ୍ୟମ ସମସ୍ତେ ଜାଳିଥିଲେ ଦୀପ ।

ଶେଷରେ ପ୍ରାର୍ଥନା ଶୁଣିଥିଲେ ଜଗତର ନାଥ ଜଗନ୍ନାଥ । ଯୋଡ଼ାମୁଣ୍ଡ ଭାଇଙ୍କର ସଫଳ ଅସ୍ତ୍ରୋପଚାର ହୋଇଥିଲା । ଏହାପରେ ଦିଲ୍ଲୀରେ କିଛି ଦିନ ରହିବା ପରେ ୨୦୧୯ ସେପ୍ଟେମ୍ବର ୭ ତାରିଖରେ ଓଡ଼ିଶା ଫେରିଥିଲେ ଜଗା- କାଳିଆ । ଏଠି ଏସ୍‌ସିବିରେ ତାଙ୍କର ଚିକିତ୍ସା ପାଇଁ ୧୬ ଜଣିଆ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ମଧ୍ୟ ଗଠନ କରାଯାଇଥିଲା । ସେବେଠାରୁ ସେମାନେ ଏସ୍‌ସିବି ଡାକ୍ତର ଖାନାରେ ରହି ଚିକିତ୍ସିତ ହେଉଥିଲେ । ଜଗା କ୍ରମେ ସୁସ୍ଥ ହୋଇଥିଲେ ବି କାଳିଆ ଅବସ୍ଥା ସୁଧୁରି ନଥିଲା ।

ସେପ୍ଟେମ୍ବର ୨୬ ତାରିଖରେ କାଳିଆ ଗରୁତର ହୋଇପଡ଼ିଥିଲା । ଏହାପରେ ତାକୁ ଭେଣ୍ଟିଲେଟରରେ ମଧ୍ୟ ରଖାଯାଇଥିଲା । ଚିକିତ୍ସା ପରେ ପୁଣି ସୁସ୍ଥ ହୋଇଯାଇଥିଲା କାଳିଆ । ହେଲେ ଜୀବନ ମରଣର ଏହି ଛକି ଶୂନ ଖେଳରେ କାଳ ପାଖରେ ସବୁଦିନ ପାଇଁ ବନ୍ଦୀ ହୋଇଯାଇଥିଲା କାଳିଆର ଜୀବନ । ଭାଇଠାରୁ ଅଲଗା ହୋଇ ବଞ୍ଚିବାର ରାହା ଖୋଜୁଥିବା କାଳିଆ ଶେଷରେ ଶରୀରଠୁ ଜୀବନକୁ ଅଲଗା କରି ସବୁଦିନ ପାଇଁ ଚାଲିଯାଇଥିଲା ଆରପାରିକୁ ।

ଏମ୍‌ସର ପୂର୍ବତନ ନିର୍ଦ୍ଦେଶକ ତଥା ବିଶିଷ୍ଟ ସ୍ନାୟୁଶଲ୍ୟ ବିଶେଷଜ୍ଞ ଡ.ଅଶୋକ ମହାପାତ୍ର ଯୋଡ଼ାମୁଣ୍ଡ ଶିଶୁ ଜଗା-କାଳିଆଙ୍କ ସଫଳ ଅସ୍ତ୍ରୋପଚାର କରି କରିଥିଲେ। ପ୍ରଫେସର ଅଶୋକ କୁମାର ମହାପାତ୍ରଙ୍କ ନେତୃତ୍ୱରେ ସଫଳତାର ସହ କରାଯାଇଥିବା ବିରଳ ଯୋଡ଼ାମୁଣ୍ଡ ଅସ୍ତ୍ରୋପଚାର ଲିମ୍‌କା ବୁକ୍ ଅଫ୍ ରେକର୍ଡସରେ ୨୦୨୦ ସଂସ୍କରଣରେ ସ୍ଥାନ ପାଇଥିଲା । ୨୦୧୭ ମସିହାରେ ନୂଆଦିଲ୍ଲୀ ଏମ୍‌ସଠାରେ ଏହି ଅସ୍ତ୍ରୋପଚାର ସଫଳତାର ସହ କରାଯାଇଥିଲା । କାଳିଆର ମୃତ୍ୟୁ ପରେ ଡ. ଅଶୋକ ମହାପାତ୍ରଙ୍କ ପ୍ରତିକ୍ରିୟା ହସ୍ତଗତ ହୋଇନାହିଁ ।