Advertisment

ଏଠି ବିବାହ ପୂର୍ବରୁ ଝିଅକୁ କରାଯାଏ ବିକୃତ, ଜାଣନ୍ତୁ କାରଣ

ବିବାହ ସମୟ ଯେତେ ପାଖେଇ ଆସେ ଝିଅ ନିଜକୁ ସେତେ ସଜ କରେ। କାରଣ ସେ ତା’ର ମନ ମଣିଷକୁ ଦେଖେଇବାକୁ ଚାହେଁ ଯେ ସେ ହେଉଛି ଦୁନିଆର ସବୁଠାରୁ ସୁନ୍ଦରୀ ଯୁବତୀ। କିନ୍ତୁ ଏ ଦୁନିଆରେ ଏପରି ଏକ ସ୍ଥାନ ମଧ୍ୟ ଅଛି ଯେଉଁଠାରେ ବିବାହ ପୂର୍ବରୁ ଝିଅର ଶରୀରକୁ ବିକୃତ କରାଯାଏ। ତାକୁ କାଦୁଅ ଓ ବିଭିନ୍ନ ପ୍ରକାର ଆବର୍ଜନାରେ ସ୍ନାନ କରାଯାଏ। ଏହି ପରମ୍ପରା ବିଷୟରେ ଜାଣି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ।

author-image
Pramod Behera
ଅଦ୍ୟତନ ହୋଇଛି
Blackening the bride before marriage

Blackening the bride before marriage

ସାଧାରଣତଃ ବିବାହ ପୂର୍ବରୁ କନ୍ୟା ହେବାକୁ ଯାଉଥିବା ଝିଅର ବିଶେଷ ଯତ୍ନ ନିଆଯାଏ। ଝିଅର ସୌନ୍ଦର୍ଯ୍ୟଠାରୁ ଆରମ୍ଭ କରି ଖାଦ୍ୟ ପର୍ଯ୍ୟନ୍ତ ସମସ୍ତ ଦିଗ ପ୍ରତି ଧ୍ୟାନ ଦିଆଯାଏ। ଏହାର କାରଣ ହେଉଛି କନ୍ୟା ତା’ର ବିବାହ ଦିନ ସବୁଠାରୁ ଭିନ୍ନ ଓ ସୁନ୍ଦର ଦେଖାଯାଉ। କିନ୍ତୁ ଦୁନିଆରେ ଏପରି ଏକ ସ୍ଥାନ ମଧ୍ୟ ଅଛି ଯେଉଁଠାରେ ବିବାହ ପୂର୍ବରୁ ଝିଅର ଶରୀରକୁ ବିକୃତ କରାଯାଏ। ତାକୁ କାଦୁଅ ଓ ବିଭିନ୍ନ ପ୍ରକାର ଆବର୍ଜନାରେ ସ୍ନାନ କରାଯାଏ। ଏହି ପରମ୍ପରା ବିଷୟରେ ଜାଣି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ।

Advertisment

ଉତ୍ତର ପଶ୍ଚିମ ସ୍କଟ୍‌ଲ୍ୟାଣ୍ଡ୍‌ର କେତେକ ଗ୍ରାମାଞ୍ଚଳରେ ଦୀର୍ଘ ବର୍ଷ ଧରି ଏଭଳି ଏକ ପ୍ରଥା ଚାଲିଆସୁଛି। ଏଠାରେ ବିବାହର କିଛି ସପ୍ତାହ ପୂର୍ବରୁ, କନ୍ୟାକୁ କଳା କରାଯାଏ। ଏହି ଅଭ୍ୟାସକୁ ବ୍ଲାକେନିଙ୍ଗ ବ୍ରାଇଡ୍ କୁହାଯାଏ। ଏମିତି ମଧ୍ୟ କେତେକ ସ୍ଥାନ ଅଛି ଯେଉଁଠି ବିବାହ ପୂର୍ବରୁ ଉଭୟ ବର ଓ କନ୍ୟାଙ୍କ ଉପରେ ଆବର୍ଜନା ବୋଳାଯାଏ। କିନ୍ତୁ ଅଧିକାଂଶ ସମୟରେ କନ୍ୟାକୁ ଟାର୍ଗେଟ କରାଯାଇଥାଏ। ତେବେ ଏହା ପଛର କାରଣ କ’ଣ ଆସନ୍ତୁ ସେ ବିଷୟରେ ଜାଣିନେବା।

Advertisment

ଶୁଭ ସଂକେତ

ଏଠାକାର ଲୋକମାନେ ବିଶ୍ୱାସ କରନ୍ତି ଯେ କନ୍ୟାକୁ କଳା କରିବା ଓ ଆବର୍ଜନାରେ ସ୍ନାନ କରେଇବା ପରେ ତା’ର ଭାଗ୍ୟ ଉଜ୍ଜ୍ୱଳ ହୁଏ ଏବଂ ତାଙ୍କ ଦାମ୍ପତ୍ୟ ଜୀବନ ସୁଖୀ ହୁଏ। ଏହି ପ୍ରଥାରେ କନ୍ୟା ଉପରେ କଳା ରଙ୍ଗ, କାଳି, କାଦୁଅ, ଅଣ୍ଡା, ବାସି ଖାଦ୍ୟ ଓ ଅନ୍ୟାନ୍ୟ ଆବର୍ଜନା ପକାଯାଏ। ବିଶ୍ୱାସ ରହିଛି ଯେ ଏହା କରିବା ଦ୍ୱାରା ବର ଓ କନ୍ୟାଙ୍କ ଜୀବନ ସୁଖୀ ହେବା ସହିତ ବିବାହରେ ଆସୁଥିବା ସଂକଟକୁ ସେମାନେ ସମ୍ମୁଖୀନ ହେବାକୁ ଶକ୍ତି ପାଇବେ। ଏହି ପ୍ରଥା ମାଧ୍ୟମରେ କନ୍ୟାକୁ କୁହାଯାଏ ଯେ ବିବାହ କେବଳ ଗୋଲାପରେ ସଜାଯାଇଥିବା ଶେଯ ପରି ଆରାମଦାୟକ ନୁହେଁ, ଦାମ୍ପତ୍ୟ ଜୀବନରେ ଝଡ-ଝଞ୍ଜା ରହିଛି, ତେଣୁ ଏହାକୁ ଦୃଢ ଭାବରେ ସାମ୍ନା କରିବା ଉଚିତ।

Blackening the bride before marriageଏଠି ବିବାହ ପୂର୍ବରୁ ଝିଅକୁ କରାଯାଏ ବିକୃତ

କିପରି ଆରମ୍ଭ ହେଲା ଏହି ପ୍ରଥା

ଆବର୍ଦିନ ବିଶ୍ୱବିଦ୍ୟାଳୟର ଡକ୍ଟର ଶେଲା ୟଙ୍ଗ ଏହା ଉପରେ ଏକ ଅନୁସନ୍ଧାନ କରି କହିଛନ୍ତି ଯେ ଉନବିଂଶ ଶତାବ୍ଦୀରେ ବିବାହ ପୂର୍ବରୁ ମହିଳାଙ୍କ ପାଦ ସଫା କରିବା ଦ୍ୱାରା ଏହି ପରମ୍ପରା ଆରମ୍ଭ ହୋଇଥିଲା। ସେତେବେଳେ ଚିମ୍‌ନୀରୁ ବାହାରୁଥିବା କଳାକୁ ପାଦରେ ଘଷାଯାଉଥିଲା ଏବଂ ପରେ ଏହାକୁ ସଫା କରାଯାଉଥିଲା। ବିଂଶ ଶତାବ୍ଦୀ ସୁଦ୍ଧା ଏହା ଏକ ମଜାଳିଆ ପ୍ରଥାରେ ପରିଣତ ହୋଇଗଲା। ଏଥିରେ ବର ଓ କନ୍ୟାଙ୍କ ସାଙ୍ଗସାଥୀ ଓ ପରିବାର ଲୋକ ମଧ୍ୟ ସାମିଲ ହେଲେ। ତେବେ ଏହି ପ୍ରଥା କେବଳ ସେହି ଦମ୍ପତିମାନଙ୍କ କ୍ଷେତ୍ରରେ ବ୍ୟବହାର କରାଯାଉଥିଲା ଯେଉଁମାନେ ଗ୍ରୀଷ୍ମ ଋତୁରେ ବିବାହ କରୁଥିଲେ। ଧୀରେ ଧୀରେ ଏହା ପରିବ୍ୟାପ୍ତ ହେବାକୁ ଲାଗିଲା। ବର୍ତ୍ତମାନ ଏହା ସ୍କଟ୍‌ଲ୍ୟାଣ୍ଡର କିଛି ଅଞ୍ଚଳରେ ଜାରି ରହିଛି।

Ajab Gajab
Advertisment
Advertisment