Advertisment

କାଲି ବୋମାରେ ଜଳିଥିଲା ଗାଁ, ଆଜି ପୁରୁଷ ଶୂନ୍ୟ

କାଲି ବୋମାରେ ଜଳିଥିଲା ଗାଁ, ଆଜି ପୁରୁଷଶୂନ୍ୟ। ବୋମାମାଡ଼ ଘଟଣା ପରେ ସାତପଡ଼ାର ନାଥପୁର ଗାଁ ପୁରୁଷ ଶୂନ୍ୟ ହୋଇଯାଇଛି। ସରକାରୀ ଜମି ଜବରଦଖଲକୁ କେନ୍ଦ୍ର କରି ଗତକାଲି ଏହି ବୋମାମାଡ଼ ହୋଇଛି।

author-image
Rajalaxmi Sahoo
Tension Ran High At Brahmagiri

Tension Ran High At Brahmagiri

ପୁରୀ: ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ସାତପଡ଼ାର ନାଥପୁର ଗାଁରେ ସିରିଜ୍ ବୋମାମାଡ଼ ଘଟଣାରେ ଏବେ ବି ସ୍ଥିତି ନିୟନ୍ତ୍ରଣାଧୀନ ରହିଛି। ସ୍ଥିତିକୁ ଦୃଷ୍ଟିରେ ରଖି ଘଟଣାସ୍ଥଳରେ ୫ ପ୍ଲାଟୁନ୍ ପୋଲିସ୍‌ ଫୋର୍ସ ମୁତୟନ କରାଯାଇଛି ବୋଲି ଏସ୍‌ପି ସୂଚନା ଦେଇଛନ୍ତି। ଅତିରିକ୍ତ ଏସ୍‌ପି ଘଟଣାସ୍ଥଳରେ ଉପସ୍ଥିତ ରହି ନିଜେ ପରିସ୍ଥିତିର ଅନୁଧ୍ୟାନ କରୁଛନ୍ତି। ସରକାରୀ ଜମି ଜବରଦଖଲକୁ କେନ୍ଦ୍ର କରି ଗତକାଲି ଏହି ବୋମାମାଡ଼ ହୋଇଛି।

Advertisment

ବୋମାମାଡ଼ ଘଟଣା ପରେ ନାଥପୁର ଗାଁ ପୁରୁଷ ଶୂନ୍ୟ ହୋଇଯାଇଛି। ଘର ପୋଡ଼ି ଯାଇଥିବା ପରିବାରକୁ ପ୍ରଶାସନ ପକ୍ଷରୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି। ଏହାସହ ଗଣ୍ଡଗୋଳରେ ସମ୍ପୃକ୍ତି ଅଭିଯୋଗରେ କିଛି ବ୍ୟକ୍ତିଙ୍କୁ ଅଟକ ରଖା ଯାଇଛି। ନାଥପୁର ଗାଁରେ ଡଗ୍ ସ୍କ୍ୱାଡ୍ ତନ୍ନତନ୍ନ ଯାଞ୍ଚ କରିଛି।  ଏହି ସମୟରେ ୩୬ଟି ବୋମା ମିଳିଛି। 

ନାଥପୁର ଗାଁରେ ସିରିଜ୍ ବୋମାମାଡ଼ ପରେ ଅଗ୍ନିକାଣ୍ଡରେ ୨୦ରୁ ଅଧିକ ଘର ଜଳି ଯାଇଥିଲା। ଏହି ଘଟଣାରେ ଆହତ ୧୦ ଜଣ ରେବଣା ନୂଆଗାଁ ମେଡିକାଲରେ ଭର୍ତ୍ତି ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ପୁରୀ ମେଡିକାଲ ଓ ଜଣଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି। ନିର୍ଦ୍ଦିଷ୍ଟ ଗୋଷ୍ଠୀର ଲୋକଙ୍କ ଦ୍ୱାରା ଏହି ବୋମାମାଡ଼ କରାଯାଇଥିବା ସୂଚନା ମିଳିଛି। 

Advertisment

ସୂଚନାଥାଉ କି, ସ୍ଥାନୀୟ ୩୫ ମୌଜାର ଜମିକୁ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ଜବରଦଖଲ କରିଥିବା ଅଭିଯୋଗ ହୋଇଥିଲା। ଏଥିପାଇଁ ୩୫ ମୌଜାର ଲୋକେ ବୈଠକ ଡାକିଥିଲେ। କିନ୍ତୁ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀର ଲୋକେ ବୈଠକକୁ ଆସି ନଥିଲେ। ଏନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ପରେ ଏହା ଭୟଙ୍କର ରୂପ ନେବା ସହ ନାଥପୁର ଗାଁରେ ସିରିଜ୍ ବୋମାମାଡ଼ ବୋମାମାଡ଼ କରିଥିଲେ ଗୋଟିଏ ପକ୍ଷ।

Bombings At Brahmagiri
Advertisment
Advertisment