/odishatv-khabar/media/post_attachments/uploadimage/library/16_9/16_9_0/IMAGE_1636356784.jpg)
Danxia landform china
ଚୀନ: ପ୍ରକୃତି ବଡ଼ ବିଚିତ୍ର ଆଉ ସେତିକି ବିଚିତ୍ର ଏହାର ପ୍ରତ୍ୟେକଟି ସୃଷ୍ଟି । ସେହିଭଳି ଏକ ପ୍ରାକୃତିକ ସୃଷ୍ଟି ହେଉଛି ଝ୍ୟାଙ୍ଗେ ଡାଙ୍କସିୟା ଜିଓଲୋଜିକାଲ୍ ପାର୍କ । ଏହି ପାର୍କଟି ରହିଛି ଚୀନରେ । ୨୦୧୧ ମସିହାରେ ଏହାକୁ ନ୍ୟାଶନାଲ ପାର୍କ ଭାବେ ଘୋଷିତ କରାଯାଇଥିଲା । ଆଉ ଏହି ସ୍ଥାନଟିକୁ ଦୁନିଆର ସବୁଠାରୁ ସୁନ୍ଦର ସ୍ଥାନ ଗୁଡିକ ମଧ୍ୟରେ ଗଣନା କରାଯାଏ । ଏହି ସ୍ଥାନ କୌଣସି ଇନ୍ଦ୍ରଧନୁର ପାହାଡ଼ ଭଳି ମନେ ହୁଏ । କିନ୍ତୁ ଏହା କୌଣସି ଇନ୍ଦ୍ରଧନୁର ପାହାଡ ନୁହେଁ, ବରଂ ପ୍ରାକୃତିକ ଭାବେ ନିର୍ମିତ ଏକ ସ୍ଥାନ । ଯେଉଁଠାରେ ପାହାଡ ଗୁଡିକ ଅନେକ ରଙ୍ଗରେ ରଙ୍ଗୀନ ହେବା ଭଳି ଦୃଶ୍ୟମାନ ହୁଏ ।
Also Read
ଚୀନର ଗାନସୁ ଅଂଚଳରେ ରହିଛି ଏହି ମନମୁଗ୍ଧକର ସ୍ଥାନଟି । ପାଖାପାଖି ୫୦ ବର୍ଗ କିଲୋମିଟର ଅଂଚଳରେ ଏହି ନ୍ୟାଶନାଲ୍ ପାର୍କଟି ବ୍ୟାପିଛି । ଏହି ସ୍ଥାନକୁ ପ୍ରକୃତିର ମାଷ୍ଟରପିସ୍ ବୋଲି କୁହାଯାଏ । ଏହି ରଙ୍ଗୀନ୍ ପାହାଡ଼ କାନଭାସରେ ଅଙ୍କିତ ଚିତ୍ର ଭଳି ଦୃଶ୍ୟମାନ ହୁଏ । ଯାହାର ସ୍ୱର୍ଗର ଅନୁଭୂତି ଦେଇଥାଏ ବୋଲି ପର୍ଯ୍ୟଟକମାନେ କହିଥାଆନ୍ତି। ଏହି ପାହାଡ଼ ଗୁଡିକରେ ନାଲି, ସବୁଜ, ନୀଳ, ଇତ୍ୟାଦି ରଙ୍ଗରେ ରଙ୍ଗୀନ ହୋଇ ଉଠିଛି । ଆଉ ପଛର କାରଣ ମଧ୍ୟ ବେଶ୍ ବିଚିତ୍ର । କୁହାଯାଏ ଦୀର୍ଘ ବର୍ଷ ହେବା ଏହି ସ୍ଥାନରେ ମାଟିରେ ମିନେରାଲ୍ସ ମିଶି ରହିଆସିଛି । ଯାହା ପରବର୍ତ୍ତି ସମୟରେ ଏଭଳି ରଙ୍ଗୀନ ପାହାଡରେ ପରିବର୍ତ୍ତିତ ହୋଇଯାଇଛି ।
zhangye danxia landform chinaସୂଚନା ଅନୁସାରେ ୫୪୦ ମିଲିୟନ ବର୍ଷ ପୂର୍ବେ ଏହି ସ୍ଥାନଟି ସମୁଦ୍ରର ଭାଗ ରହି ଆସିଥିଲା । ମାଟି ଓ ଷ୍ଟୋନର ମିଶ୍ରଣ ସହ ଏହି ମାଟିରେ ଥିବା ଖଣିଜ ପଦାର୍ଥ କାରଣରୁ ଏହି ସ୍ଥାନଟି ଏଭଳି ରଙ୍ଗୀନ ଲାଗେ । ତେବେ ବର୍ଷର ଭିନ୍ନ ଭିନ୍ନ ସମୟରେ ଏହି ସ୍ଥାନଟି ଭିନ୍ନ ଭିନ୍ନ ରଙ୍ଗର ଦୃଶ୍ୟମାନ ହୋଇଥାଏ ।
ହଜାର ହଜାର ବର୍ଷ ପୂର୍ବେ ଏହି ସ୍ଥାନଟି ସଂପୂର୍ଣ୍ଣ ପ୍ରାକୃତିକ ପ୍ରକ୍ରିୟାରେ ନିର୍ମିତ ହୋଇଥିଲା । ସମୟ କ୍ରମେ ଏଠାରେ ପର୍ଯ୍ୟଟକଙ୍କ ଭିଡ ମଧ୍ୟ ଜମିବାକୁ ଲାଗିଲା । କାରଣ ଏହି ସ୍ଥାନଟି ନିଜର ସୁନ୍ଦରତା କାରଣରୁ ପର୍ଯ୍ୟଟକଙ୍କୁ ବେଶ୍ ଆକୃଷ୍ଟ କରୁଥିଲା । ଆଉ ଶେଷରେ ପର୍ଯ୍ୟଟକଙ୍କ ପସନ୍ଦ ଓ ଭିଡକୁ ଦୃଷ୍ଟିରେ ରଖି ଏହି ସ୍ଥାନକୁ ୨୦୧୧ରେ ନ୍ୟାଶନାଲ୍ ପାର୍କର ମାନ୍ୟତା ମିଳିଛି । ଏଠାରେ ସୂର୍ଯ୍ୟୋଦୟ ହେଉ କି ସୂର୍ଯ୍ୟାସ୍ତ, ସବୁ ସମୟ ଏଠାରେ ବେଶ୍ ମନୋରମ ଲାଗେ । ତେଣୁ ଏହା ଦର୍ଶକଙ୍କ ମଧ୍ୟରେ ବେଶ୍ ପ୍ରସିଦ୍ଧ ହେବା ସହ, ପ୍ରକୃତିର ଚମତ୍କାର ସୃଷ୍ଟିରେ ମଧ୍ୟ ସ୍ଥାନ ପାଇପାରିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)



/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)