Advertisment

ଦୁଇ ଭାଇଙ୍କ ମୃତ୍ୟୁ ବେଳର ଦୃଶ୍ୟ ସିସିଟିଭିରେ କଏଦ

ଦୁଇ ଭାଇ ଖୁସିରେ ଜଣକ ସହିତ କଥା ହେଉଥିଲେ କିନ୍ତୁ ଜାଣିନଥିଲେ, ମୃତ୍ୟୁ ତାଙ୍କ ପଛପଟେ ହିଁ ଅପେକ୍ଷା କରିଛି। ଦୁଇ ଜଣଙ୍କ ମୃତ୍ୟୁ ପରେ ଏହି ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

author-image
Chandan Shishu
ଅଦ୍ୟତନ ହୋଇଛି
ମୃତ୍ୟୁ ବେଳର ଦୃଶ୍ୟ ସିସିଟିଭିରେ କଏଦ

ମୃତ୍ୟୁ ବେଳର ଦୃଶ୍ୟ ସିସିଟିଭିରେ କଏଦ

ସମ୍ବଲପୁର: ଜୀବନର ଦୋଛକିରେ ମୃତ୍ୟୁ କେତେବେଳେ ଯେ ଟାଣି ନେଇଯାଏ, ତାହା କହିବା ମୁସ୍କିଲ। ଦୁଇ ଭାଇ ଖୁସିରେ ଜଣକ ସହିତ କଥା ହେଉଥିଲେ କିନ୍ତୁ ଜାଣିନଥିଲେ, ମୃତ୍ୟୁ ତାଙ୍କ ପଛପଟେ ହିଁ ଅପେକ୍ଷା କରିଛି। ଆଉ ହଠାତ୍‌ ଖୁସିରେ ଗଦ୍‌ଗଦ୍ ହୋଇପଡୁଥିବା ଦୁଇ ଭାଇଙ୍କୁ ଅକାଳ ବିୟୋଗ ଗ୍ରାସିବ। ଏପରି ଏକ ଦୁଃଖଦ ଘଟଣା ଘଟିଛି ସମ୍ବଲପୁର ଜିଲ୍ଲାରେ, ଯାହାର ମୃତ୍ୟୁ ବେଳର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି।   

Advertisment

ସମ୍ବଲପୁର ଟାଉନ ଥାନା ଲକ୍ଷ୍ମୀ ଟକିଜ ଅଞ୍ଚଳରେ ଅଘଟଣ। କୂଅରେ ପଡ଼ି ଦୁଇ ଭାଇଙ୍କ ମୃତ୍ୟୁ। ମୃତକ ହେଲେ ସାହୁ କଲୋନିର ସୁନୀଲ ତ୍ରିପାଠୀ ଓ ସୁଶୀଲ ତ୍ରିପାଠୀ। ସେମାନନଙ୍କ ବୟସ ୩୦ ବର୍ଷ ଓ ୨୫ ବର୍ଷ। ଗତକାଲି ଉଭୟେ କୂଅରେ ପଡ଼ିଯିବା ପରେ ଅଗ୍ନିଶମ ବାହିନୀକୁ ଡକାଯାଇଥିଲା। ଦୁଇ ଜଣଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି।

ପୋଲିସର ପ୍ରଥମିକ ସୂଚନା ଅନୁସାରେ ସେମାନେ ବିଳମ୍ବିତ ରାତିରେ ବୁଲାବୁଲି କରୁଥିବାର ଲୋକେ ଦେଖିଥିଲେ। ପରେ ସେମାନେ କୂଅ ଚାନ୍ଦିନୀ ଉପରେ ବସି ଜଣକ ସହିତ କଥାବାର୍ତ୍ତା ହେଉଥିଲେ। କିନ୍ତୁ ହଠାତ୍ ଭାରସାମ୍ୟ ହରାଇ କୂଅ ଭିତରକୁ ଖସିପଡ଼ିଥିଲେ। ତେବେ ସେମାନେ ନିଶାସକ୍ତ ଥିବା ନେଇ ଅନୁମାନ କରାଯାଇଛି। ଦୁଇ ଜଣଙ୍କ ମୃତ୍ୟୁ ପରେ ଏହି ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ସୁନିଲ ଓ ସୁଶୀଲ କୂଅରେ ପଡ଼ିଯିବାର ଭିଜୁଆଲ ସିସିଟିଭିରେ ରେକର୍ଡ ହୋଇଛି। 

Advertisment

ସେହିପରି କଳାହାଣ୍ଡି ଜିଲ୍ଲା କଲମପୁର ଅଞ୍ଚଳର ପଣ୍ଡି ଗାଁର କେନାଲ ହିଡ଼ରେ ବସି ସାଙ୍ଗମାନେ କଥାବାର୍ତ୍ତା ହେଉଥିବା ବେଳେ ପାଣିରେ ଖସି ପଡ଼ିଲେ ୩ ଜଣ। ୨ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଜଣକର ମୃତ୍ୟୁ ହୋଇଛି। ଗତ ରାତିରେ ତିନି ସାଙ୍ଗ ଜୟ ମାଝୀ, ତାପସ ମାଝୀ ଓ ତପୁ ମାଝୀ କେନାଲ ହିଡ଼ରେ ବସି କଥାବାର୍ତ୍ତା ହେଉଥିଲେ। ଏହି ସମୟରେ ତିନି ଜଣ ଯାକ କେନାଲକୁ ଖସି ପଡ଼ିଥିଲେ। ଜୟ ମାଝୀ ନିଜେ ପହଁରି ବଞ୍ଚି ଯାଇଥିବା ବେଳେ ତାପସ ମାଝୀଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତେବେ କେନାଲର ପ୍ରଖର ସ୍ରୋତରେ ଭାସି ଯାଇ ତପୁ ମାଝୀଙ୍କ ମୃତ ଦେହ ଉଦ୍ଧାର କରିଛି ଅଗ୍ନିଶମ ବିଭାଗ।   ...  

Sambalpur CCTV Visual
Advertisment
Advertisment