• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପୁରୀ: ପୁରୀ ପୌରସଂସ୍ଥା ପକ୍ଷରୁ ୟୁଜର ଫି’ ଆଦାୟ ନିଷ୍ପତ୍ତିକୁ ବିରୋଧ । ଆଜି ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଏହାକୁ ଦୃଢ଼ ବିରୋଧ କରଯାଇଛି । ଜିଲ୍ଳାପାଳଙ୍କୁ ଭେଟି ନିଷ୍ପତ୍ତିର ପୁନର୍ବିଚାର ପାଇଁ ଦାବି କରାଯାଇଛି । ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ଏବେ ପୁରୀ ପୌରସଂସ୍ଥା ପକ୍ଷରୁ ୟୁଜର ଫି’ ଆଦାୟ କରାଯିବ । ଆସନ୍ତା ୧୦ ତାରିଖରୁ ପୁରୀ ପୌରପାଳିକା ଅଳିଆ ଗାଡିକୁ ଅଳିଆ ଦେଉଥିବା ବ୍ୟକ୍ତି ଓ ଅନୁଷ୍ଠାନଠାରୁ ୟୁଜର୍ସ ଫି’ ଆଦାୟ ହେବ । ଏନେଇ ପୌରପାଳିକା ପକ୍ଷରୁ ଗତ ୨ ତାରିଖରେ ନିର୍ଦ୍ଦେଶାନାମା ଜାରି ହେବା ପରେ ସହରବାସୀଙ୍କ ମଧ୍ୟରେ ଭାଳେଣି ପଡିଛି ।

ଏବେ ପୁରୀ ପୌରପାଳିକା ୫୦୦ ବର୍ଗଫୁଟ ବିଶିଷ୍ଟ ଘର ପାଇଁ ୨୫ ଟଙ୍କା, ୧୨ଶହ ବର୍ଗଫୁଟ ଘର ପାଇଁ ୫୦ଟଙ୍କା, ୩ ହଜାର ବର୍ଗଫୁଟ ଘର ପାଇଁ ୭୫ ଟଙ୍କା ଓ ୫ ହଜାର ବର୍ଗଫୁଟ ଘର ପାଇଁ ମାସିକ ୧୦୦ଟଙ୍କା ଶୁଳ୍କ ଆଦାୟ ଧାର୍ଯ୍ୟ ହୋଇଛି । ପୂର୍ବରୁ ସହରବାସୀ ହୋଲଡିଂ ଟ୍ୟାକ୍ସ ଦେଉଥିବାରୁ ଅଳିଆ ପାଇଁ ପୁନଃ ୟୁଜର୍ସ ଫି’ ଦେବାକୁ ପଡିବ । ଏହାକୁ ପୁରୀର ବିଭିନ୍ନ ସାମାଜିକ ଅନୁଷ୍ଠାନ ତୀବ୍ର ବିରୋଧ କରିଛନ୍ତି । ନିଷ୍ପତ୍ତିର ପୁନର୍ବିଚାର ନହେଲେ ଏକ ଲକ୍ଷ୍ୟ ଦସ୍ତଖତ ସମ୍ବଳିତ ସ୍ମାରକପତ୍ର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ ସହ ରାଜରାସ୍ତାରେ ଆନ୍ଦୋଳନ କରିବାକୁ ଚେତାବନୀ ଦିଆଯାଇଛି ।