• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବ୍ରହ୍ମପୁର, (ରିପୋର୍ଟ-ଜଗନ୍ନାଥ ସାହୁ): ସାରା ଦେଶରେ ଏବେ ଓଡ଼ିଶାର ଲୋକକଳା ରଣପାକୁ ନେଇ ଚର୍ଚ୍ଚା । ଓଡ଼ିଶାର ଏହି ପାରମ୍ପରିକ ନୃତ୍ୟ କରି ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସ ସ୍ଥାନ ପାଇଛନ୍ତି ଓଡ଼ିଶାର ଜଣେ କୁନି ପୁଅ । ରଣପା ନୃତ୍ୟ ଓଡ଼ିଶାର ଏକ ପୁରାତନ ଲୋକକଳା । ଯାହା ଏବେ ବିଲୁପ୍ତ ପ୍ରାୟ । ଆଜି କାଲିର ଡିଜେ ଓ ଫ୍ୟୁଜନ୍‌ ମ୍ୟୁଜିକ୍‌ ଭିତରେ ରଣପା ହଜିଯାଇଥିବା ବେଳେ ଏବେ ସାରା ଦେଶରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଓଡ଼ିଶାର ଜଣେ କୁନି ପୁଅର ରଣପା ନୃତ୍ୟୁ ପାଇଁ ଆଜି ସାରା ଦେଶରେ ଓଡ଼ିଶା ଗର୍ବିତ ହୋଇଛି ।

ଦୀର୍ଘ ୧୩ ମିନିଟ ଧରି ରଣପା ନୃତ୍ୟ କରିି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ ସୃଷ୍ଟି କରିଛନ୍ତି ଗଞ୍ଜାମ ବ୍ରହ୍ମପୁର ଉପକଣ୍ଠ ବଡ଼କୁଶସ୍ଥଳୀ ଅଞ୍ଚଳର ୭ବର୍ଷର ବାଳକ ବିଭାସ ସାହୁ । ରଣପା ନୃତ୍ୟକୁ କ୍ୟାରିୟର କରି ବଞ୍ଚିବା ସମ୍ଭବପର ହେଉନଥିବା ବେଳେ ଏହି କଳାକୁ ବଞ୍ଚାଇ ରଖିବା ସହ ଏଥିପ୍ରତି ଅନ୍ୟମାନଙ୍କ ଆଗ୍ରହ ବଢ଼ିବ ବୋଲି ଆଶା ।

ବଡ଼ କୁଶସ୍ଥଳୀ ହେଉଛି ଓଡ଼ିଶାର ଲୋକକଳା ରଣପା ନୃତ୍ୟର ଆଦ୍ୟପୀଠ । ଏଠାରୁ ରଣପା ନୃତ୍ୟ ଶିକ୍ଷା ଦେଇ ସାରା ଦେଶରେ ନାଁ କମାଇଛନ୍ତି ରଣପାର ନୃତ୍ୟଗୁରୁ ପଦ୍ମଶ୍ରୀ ଭଗବାନ ସାହୁ । ତାଙ୍କ ଅବର୍ତ୍ତମାନରେ ଧୀରେ ଧୀରେ ଲୋପ ପାଉଛି ଏହି ନୃତ୍ୟ । ଦୁଇ ଖଣ୍ଡ ବାଉଁଶ ବାଡ଼ି ଉପରେ କରାଯାଏ ଏହି ନୃତ୍ୟ । ଅତି କମ୍ ବୟସରେ ଲଗାତାର ପ୍ରାୟ ୧୩ ମିନିଟ ନୃତ୍ୟ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ପାଇଛନ୍ତି ଏହି ଗାଁର ୨ୟ ଶ୍ରେଣୀର ବାଳକ ବିଭାସ ସାହୁ । ବିଭାସ ପିଲା ବେଳୁ ବାପା ଭଗବାନ ସାହୁ ଓ ତାଙ୍କ ବଡ଼ ଭାଇଙ୍କ ନୃତ୍ୟ ଦେଖି ଏହି ନୃତ୍ୟ ପାଇଁ ଇଚ୍ଛା ପ୍ରକାଶ କରିଥିଲେ । ତେବେ ଏହି ନୃତ୍ୟକୁ କରିବା ଅତି କଷ୍ଟକର ।

ବିଭାସ ଅତି କମ୍ ବୟସରେ ରେକର୍ଡ ହାସଲ କରି ନିଜ ଅଞ୍ଚଳ ପାଇଁ ଆଣିଛନ୍ତି ଗୌରବ । ନାଚ ଶିଖିବା ବେଳେ ପାଦରେ ବିଣ୍ଡି ବସିବା ସହ ଆରମ୍ଭ ବେଳେ କଷ୍ଟ ଅନୁଭବ କରିଥିଲେ । କିନ୍ତୁ ମନରେ ରହିଥିବା ଅଦମ୍ୟ ଇଚ୍ଛା ଆଜି ତାଙ୍କୁ ଏହି ସଫଳତା ଆଣି ଦେଇଛି । ଅନ୍ୟପକ୍ଷରେ ତାଙ୍କ ପାଇଁ ତାଙ୍କ ବଡ଼ ଭାଇ ଥିଲେ ଉତ୍ସାହ ପ୍ରଦାନକାରୀ । ସେ ମଧ୍ୟ ଏହି ନୃତ୍ୟ କରି କେନ୍ଦ୍ରୀୟ ସାଂସ୍କୃତିକ ବିଭାଗ ପକ୍ଷରୁ ବୃତ୍ତି ପାଉଛନ୍ତି ।

ସ୍ୱର୍ଗତ ପଦ୍ମଶ୍ରୀ ଭଗବାନ ସାହୁଙ୍କ ସମ୍ପର୍କୀୟ ନାତି ବିଭାସଙ୍କ ବାପା ଭଗବାନ ସାହୁ । ପଦ୍ମଶ୍ରୀ ଭଗବାନ ସାହୁ ତଥା ଜେଜେଙ୍କ ସୃଷ୍ଟ ରଣପା ଧୀରେ ଧୀରେ ଲୋପ ପାଇବାରେ ଲାଗୁଛି । ବିଭାସକୁ ଏହି ନୃତ୍ୟ ଶିଖାଇ ରେକର୍ଡ କରିବା କେବଳ ନୃତ୍ୟ ଶୈଳୀକୁ ବଞ୍ଚାଇ ରଖିବା ଓ ସାରା ଦେଶର ଏହି ନୃତ୍ୟ ପ୍ରତି ଦୃଷ୍ଟି ନିବିଦ୍ଧ କରିବାକୁ ଚେଷ୍ଟା ବୋଲି କହିଛନ୍ତି ଭଗବାନ । ନିଜ ବଂଶଧରଙ୍କ କଳାକୁ ବିଭାସ ପିଲା ବେଳୁ ବାପା ଭଗବାନ ସାହୁ ଓ ତାଙ୍କ ବଡ଼ ଭାଇ ନୃତ୍ୟ ଦେଖି ଏହି ନୃତ୍ୟ କରିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ ।

ପ୍ରଥମ ଶ୍ରେଣୀ ବେଳେ ବିଭାସ ନୃତ୍ୟ ଶିଖିବା ଆରମ୍ଭ କରି ଆଜି ଏହି ସଫଳତା ପାଇଛନ୍ତି । ବଡ଼ କୁଶସ୍ଥଳୀରେ ଏହି ନୃତ୍ୟ କୌଶଳ ଆରମ୍ଭ ହୋଇଥିବା ବେଳେ ପୂର୍ବେ ଗ୍ରାମର ୫୦ରୁ ଉର୍ଦ୍ଧ୍ୱ ବ୍ୟକ୍ତି ଏହା ଶିଖି ନୃତ୍ୟ କରୁଥିଲେ । କିନ୍ତୁ ବର୍ତ୍ତମାନ ଆଉ କେହି ଶିଖୁନାହାନ୍ତି । କାରଣ ଏଥିରେ ପ୍ରୋତ୍ସାହନ ନାହିଁ କି କ୍ୟାରିୟର ଗଢ଼ିବାର ସୁଯୋଗ ବି ନାହିଁ । ଦୁଇଟି ବାଉଁଶକୁ ବାଲାନ୍ସ କରି ନାଚିବା ବି କଷ୍ଟକର ହେଉଥିବାରୁ ଆଉ କେହି ଶିଖୁନାହାନ୍ତି ।

ଙ୍କ ରେକର୍ଡ

 

RANAPA_DANCE_AVO_SAHARA