• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବଲାଙ୍ଗୀର(ଘଟେଶ୍ୱର ମିଶ୍ର ) : ଆପଣ ବ୍ରେଡ କିମ୍ୱା ରୋଲ ଖାଉଛନ୍ତି କି ? ଟିକିଏ ସତର୍କ ରୁହନ୍ତୁ, ଆପଣ ଖାଦ୍ୟ ନାଁରେ ବିଷ ଖାଉନାହାନ୍ତି ତ ? ବଲାଙ୍ଗିର ସହର ଭିତରେ ଘଟିଥିବା ଏକ ଘଟଣା ବିଷୟରେ ଜାଣିଲେ ଆପଣ ହୁଏତ ବ୍ରେଡ୍ ଖାଇବା ଛାଡ଼ିଦେବେ । ଗତକାଲି ବଲାଙ୍ଗିର ସହରର ପ୍ରଦୋଷ କୁମାର ବିଶିଙ୍କ ପରିବାର ଲୋକେ ବିକ୍ରମ ଛକ ନିକଟରେ ଥିବା ଏସ.ଏଲ.ଭି ବ୍ୟାଙ୍ଗଲୋର ବେକରୀରୁ ରୋଲ ଏଵଂ ବ୍ରେଡ କିଣିଥିଲେ । ହେଲେ ପ୍ରଦୋଷ ରୋଲ ଖାଇବା ମାତ୍ରେ ହଠାତ ବାନ୍ତି ହୋଇଥିଲା ।

ବେକରୀ ଦୋକାନରୁ କିଣା ଯାଇଥିବା କେକରେ କଂପାନୀ ନାଁ, ମାନୁଫେକ୍ଚରିଂ ଓ ଏକ୍ସପାୟାରୀ ଡେଟ ଲେଖା ଯାଇନଥିଲା ବୋଲି କୁହାଯାଉଛି । ଏହାସହ ଖାଇବା ଦେଇ ସେମାନେ ବିଲ୍ ମଧ୍ୟ ଦେଇନାହାନ୍ତି । ଏନେଇ ପ୍ରଦୋଷ ସାଙ୍ଗ ମାନଙ୍କ ସହିତ ମିଶି ସିଧାସଳଖ ଫୁଡ ଇନସପେକ୍ଟରଙ୍କ ନିକଟରେ ଅଭିଯୋଗ କରିଥିଲେ । ଖାଦ୍ୟ ସୁରକ୍ଷା ବିଭାଗ ପୋଲିସ ସହାୟତାରେ ଏକ ଟିମ ବେକରୀ ଦୋକାନ ଓ ଫେକ୍ଟ୍ରି ଉପରେ ଚଢଉ କରିଛନ୍ତି । ଦୋକାନର ମାଲିକ ମଧ୍ୟ ବର୍ତ୍ତମାନ ସେଠାରେ ଉପସ୍ଥିତ ଅଛନ୍ତି । ତେବେ ଚଢ଼ାଉ ସମୟରେ ବେକରୀ ଦୋକାନ ପଛପଟେ ସବୁ କିଛି ଖାଦ୍ୟ ସାମଗ୍ରୀ ତିଆରି ହେଉଛି ବୋଲି ଜଣାପଡ଼ିଛି ।

ଅନ୍ୟପଟେ ଦୋକାନର ମାଲିକ କିନ୍ତୁ ଏକଥା ମାନିବାକୁ ଆଦୌ ରାଜି ନୁହଁନ୍ତି । ଅଭିଯୋଗ କାରୀଙ୍କ ନିକଟରେ କୌଣସି ମେଡ଼ିକାଲ ରିସିପ୍ଟ ନାହିଁ ବୋଲି ସେ କହିଛନ୍ତି । ଜାଣିଶୁଣି ଫସାଇବାକୁ ଚେଷ୍ଟା କରାଯାଉଥିବା ସେ କହିଛନ୍ତି । ୨୦୧୮ରେ ଗୋଟିଏ କେସ୍ ହୋଇଥିଲା, ଆଉ ତାହାର ରାଗ ଶୁଝାଇବା ପାଇଁ ବର୍ତ୍ତମାନ ଦୋକାନର ନାଁ ବଦନାମ୍ କରାଯାଉଛି । ଅନ୍ୟପଟେ ତାଙ୍କ ପାଖରେ ଫୁଡ଼୍ ଲାଇସେନ୍ସ ମଧ୍ୟ ନାହିଁ । କୋଭିଡ୍ ସମୟରେ ଅନଲାଇନ୍‌ରେ ବାହାର କରିଥିବା ଟେମ୍ଫୋରାରି ଫୁଡ୍ ଲାଇସେନ୍ସ ସେ ଦେଖାଇଛନ୍ତି ।

ସେହିପରି ଫୁଡ ଇନସପେକ୍ଟର କହିଛନ୍ତି, ବେକରୀ ଦୋକାନୀ ଫୁଡ଼୍ ଲାଇସେନ୍ସ ଦେଖାଇ ନାହାନ୍ତି । ରିନ୍ୟୁ ପାଇଁ ଆପ୍ଲାଇ କରିଥିବା କହୁଛନ୍ତି । କିଛି ସମୟ ଦିଆଯାଇଛି, ଆଉ ସେମାନେ ଡକ୍ୟୁମେଣ୍ଟ୍ ଦେବା ପରେ ଘଟଣାର ତଦାରଖ କରାଯିବ ।