କୋଣାର୍କରେ ଏବେ ତିଆରି ଚାଲିଛି ଦ୍ୱିତୀୟ ସୂର୍ଯ୍ୟ ମନ୍ଦିର । ଏହି ମନ୍ଦିର ତିଆରିକୁ ନେଇ ଦେଖାଦେଇଛି ବିବାଦ । ଏହାକୁ ବନ୍ଦ କରିବା ପାଇଁ ବିଭିନ୍ନ ମହଲରୁ ଦାବି କରାଗଲାଣି । ନୂତନ ମନ୍ଦିର ତିଆରି ହୋଇଥିବା ଜମିର ମାପଚୁପ କରି ତଦନ୍ତ ରିପୋର୍ଟ ଦେବାକୁ ପୁରୀ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।
ମହିଳାଙ୍କ ମଦ ବିରୋଧୀ ଆନ୍ଦୋଳନ I ସରକାରୀ ମଦ ଦୋକାନରେ ବ୍ୟାପକ ଭଙ୍ଗାରୁଜା I କେନ୍ଦୁଝର ଜିଲ୍ଲା ହାଟପଦାରେ ତାତିଲେ ମହିଳା
ନାସିକରେ ଖୋଲିଲା ଫ୍ଲାୱାର ପାର୍କ । ଏବେ ଛୁଟୁଛି ପର୍ଯ୍ୟଟକଙ୍କ ଭିଡ । ରଙ୍ଗବେରଙ୍ଗର ଫୁଲରେ ବଗିଚା ସୁନ୍ଦର ଦେଖାଯାଉଥିବାରୁ ଲୋକଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛୁ । ଶୁଣନ୍ତୁ ଏହାକୁ ନେଇ କଣ ରହିଛି ବୁଲିବାକୁ ଆସୁଥିବା ଲୋକଙ୍କ ପ୍ରତିକ୍ରିୟା
ଗାଁ ଲୋକଙ୍କୁ ରୋଜଗାର ଯୋଗାଇଦେବାକୁ ସରକାର କରିଛନ୍ତି MGNREG ଯୋଜନା.. ଏ ଯୋଜନାରେ ଗରିବ ଲୋକଙ୍କୁ କର୍ମନିଯୁକ୍ତି ମିଳିବା କଥା..ଖଟଣୀ ହିସାବରେ ପାଉଣା ଦିଆଯିବା କଥା..ହେଲେ ସମ୍ବଲପୁରରେ ସରକାରୀ ଯୋଜନାର ଅସଲ ଚେହେରା କଣ ନିଜେ ଦେଖନ୍ତୁ..
ସିଧା ଆସିଲେ ଜିଲ୍ଲାପାଳଙ୍କ ଦୁଆରବନ୍ଧରେ ଶୋଇଲେ। କଥା ହେଲା ମତେ ନ୍ୟାୟ ନମିଳିଲା ଯାଏଁ ଏଇଠି ଶୋଇବି। ଦର୍ଶକ ବନ୍ଧୁ ଏ ହେଉଛି ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖର ଦୃଶ୍ୟ
ଏମାନଙ୍କ ସହାୟତାରେ ସୀମାରେ ପ୍ରଜାମେଳିର ଆୟୋଜନ କରାଯାଇ ଆଦିବାସୀଙ୍କୁ ସରକାର ବିରୋଧୀ ସ୍ଲୋଗାନ ଦିଆଯିବାସହ ମାଓ ସାମିଲ ହେବାପାଇଁ ପ୍ରୋତ୍ସାହିତ କରାଯାଉଥିଲା । ୪ ବର୍ଷ ଧରି ଆନ୍ଧ୍ରପ୍ରଦେଶ ଏବଂ ଓଡିଶା ପୋଲିସ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଥିଲେ ।
ଜଣେ ସ୍ତ୍ରୀର ବିଶ୍ୱାସ ଓ ନିରୋଳା ଭଲପାଇବା ଆଗରେ ହାର ମାନିଛନ୍ତି ମାଓବାଦୀ । ଅପହରଣ କରି ନେବାର ଦୀର୍ଘ ୭ ଦିନ ପରେ ଇଞ୍ଜିନିୟରଙ୍କୁ ମୁକ୍ତ କରିଛନ୍ତି
'କଂଗ୍ରେସ ନେତା ସୁର ରାଉତରାୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତଥାପି ସେ ଦୁର୍ବଳ ନ ହୋଇ କହୁଛନ୍ତି ମୁଁ ରେଡି… ଟିକା ନେଇଛି ଏମିତି, ଆଉ ବଢ଼ିବନି କି ମତେ ଛାଡ଼ିବେନି ନହେଲେ ବିଧାନସଭା ପଳାନ୍ତି'
ମୋ ଚାକିରି ମୋତେ ଫେରାଇ ଦିଅ, ନହେଲେ ଏଇଠି ଶୋଇକି ରହିବି । ମହିଳା କର୍ମଚାରୀଙ୍କ ଅଭିନବ ପ୍ରତିବାଦ । ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ ଅଫିସ ଆଗରେ ଶୋଇ ପଡ଼ିଲେ ମହିଳା କର୍ମଚାରୀ ପିରୋ କିଷାନ ।
ଧାର୍ମିକ ବିଶ୍ୱାସ ଅନୁସାରେ, ଗ୍ରହଣକୁ ଅଶୁଭ ବୋଲି କୁହାଯାଇ ଥାଏ। ଏଥିପାଇଁ ଗ୍ରହଣ ସମୟରେ କୌଣସି ଶୁଭ କାର୍ଯ୍ୟ ହୁଏ ନାହିଁ।
ଅପାରଗତା ଓ ଦୁର୍ନୀତି କାରବାର ପାଇଁ ରାଜ୍ୟ ସରକାର ରାଜ୍ୟ ପୋଲିସ ହାଉସିଂ ଆଣ୍ଡ୍ ୱେଲ୍ଫେୟାର କର୍ପୋରେସନର ପୂର୍ବତନ ଡେପୁଟି ମ୍ୟାନେଜର ପ୍ରତାପ ସାମଲଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି।
ମମିତା ହତ୍ୟା ମାମଲାରେ ତଦନ୍ତ କେତେ ଦୂର ଆଗେଇଛି ସେ ନେଇ ରିପୋର୍ଟ ମାଗିଲେ ହାଇକୋର୍ଟ ।
ନିର୍ମାଣର ୭ ବର୍ଷ ପରେ ବି କୃଷକଙ୍କ ସେବାରେ ଲାଗୁନି ଆଡିବନ୍ଧ । ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ବାରିବଟା ନିକଟରେ ନିର୍ମାଣ ହୋଇଥିବା କଲ୍ୟାଣି ଆଡିବନ୍ଧ ଚାଷୀଙ୍କ ପାଇଁ ଦୁଃଖ ପାଲଟିଛି ।
ପରିବା ବଜାରରେ ନିଆଁ ଲାଗିଛି । ହାତ ମାରିହେଉନି ପରିବା ଉପରେ ।
ପୃଥିବୀର ଆଖି ଦେଖିଛନ୍ତି । କଳ୍ପନା କରନ୍ତୁ କିଭଳି ଦେଖାଯିବ । ସାଧାରଣ ଭାବେ ଆମ ଆଖି ଭଳି । ମୁଁ ଯଦି କହିବି ଏହା ଚମତ୍କାର ଭଳି ଦୃଶ୍ୟମାନ ହୁଏ, ତେବେ ଆପଣଙ୍କ କଳ୍ପନା କେତେ ଆଗକୁ ଯାଇପାରିବ । ତେବେ ଚାଲନ୍ତୁ ଜାଣିବା ବାସ୍ତବରେ କଣ ଏହି ସ୍ଥାନ । ଯାହାକୁ ଚମତ୍କାରୀ ଆଖି ସହ ତୁଳନା କରିବା ସହ ପୃଥିବୀର ଆଖି ବୋଲି କୁହାଯାଏ ।
କେନ୍ଦୁଝର: ରାଜସ୍ୱ ମନ୍ତ୍ରୀ ସୁଦାମ ମାରଣ୍ଡିଙ୍କ କାରକେଡକୁ ଅଣ୍ଡାମାଡ଼ ହୋଇଛି । ଟାଉନ ଥାନା କାଶୀପୁର ନିକଟରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଅଣ୍ଡାମାଡ଼ ହୋଇଛି ।
ଗାଧୋଉ ଥିବାବେଳେ ପୋଖରୀରେ ବୁଡ଼ି ଜଣେ ମହିଳା ଓ ତାଙ୍କ ୭ ବର୍ଷର ପୁଅ ମୃତ୍ୟୁ ଘଟିଛି। ଆଜି ସକାଳେ କଟକ ନିଆଳି ଅଞ୍ଚଳରେ ଏହି ଦୁଃଖଦ ଘଟଣା ଘଟିଛି। ମୃତକ ଦ୍ୱୟ ହେଲେ ରୀତା ମିଶ୍ର ଓ ତାଙ୍କ ୭ ବର୍ଷର ପୁଅ।
ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ସମ୍ପୃକ୍ତି ଅଭିଯୋଗ ଆସିବା ପରେ ମନ୍ତ୍ରୀଙ୍କ ବହିଷ୍କାର ଦାବି ଜୋର ଧରିଛି। ସେପଟେ ଏହି ମାମଲାରେ ମନ୍ତ୍ରୀଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ହାଇକୋର୍ଟରେ ଆବେଦନ ହୋଇଛି।
ଭଦ୍ରକ ଟାଉନ ଥାନା ଅନ୍ତର୍ଗତ ଚାରିଘାରିଆ ଗ୍ରାମରେ ପେଟ୍ରୋଲିଂ କରୁଥିବା ବେଳେ ଗୋଟିଏ ଟାଟା ଇଣ୍ଡିଗୋ କାରରୁ ୫୦୦ ଲିଟର ଦେଶୀ ରନ୍ଧା ମଦ ଜବତ କରିବା ସହିତ ଭଦ୍ରକ ଟାଉନ ଥାନା ଅନ୍ତର୍ଗତ ବାଗୁରାଇ ଗ୍ରାମର ଜୀବନଧର ଦାସ ଓରଫ ଚଗୁଲୁଙ୍କୁ ଗିରଫ କରିଛି ଅବକାରୀ ବିଭାଗ.. ସେହିପରି ପୁରୁଣାବଜାର ଥାନା ଅନ୍ତର୍ଗତ ମିର୍ଜାପୁର ଗ୍ରାମରେ ଚଢାଉ କରି ଏକ ହୋଣ୍ଡା ଆକ୍ଟିଭା ସ୍କୁଟି ସହିତ ୪୦୦ ଲିଟର ଦେଶୀ ରନ୍ଧା ମଦ ଜବତ ହୋଇଛି.. ସମୁଦାୟ ୯୦୦ ଲିଟର ଦେଶୀ ରନ୍ଧା ମଦ ଜବତ କରିଛି ଅବକାରୀ ବିଭାଗ..
କରୋନା ପାଇଁ କାର୍ତ୍ତିକ ପୂର୍ଣ୍ଣମୀ ଅବସରରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣା ଜାରି ହୋଇଛି। ସମୁଦ୍ର ବେଳାଭୂମୀକୁ ପର୍ଯ୍ୟଟକ ଓ ସାଧାରଣ ଲୋକଙ୍କୁ ବାରଣ କରାଯାଇଛି ।
ଜଗନ୍ନାଥଙ୍କ ଜମିକୁ ନିଜ ନାଁରେ କରି ସେଥିରେ ତିଆରି କରିଦେଇଛନ୍ତି କୋଠାଘର, ପୋଖରୀ ଓ ଦୋକାନ। ସାମ୍ନାକୁ ଆସିଲା ଜମି ଜାଲିଆତିର ସଙ୍ଗୀନ ମାମଲା...
କାର୍ତିକ ମାସ ପରି ପୁଣ୍ୟ ମାସରେ ଏପରି ଘଟଣାକୁ ନେଇ ଘରେ ସ୍ୱୟଂ ନାଗଦେବତା ଆବିର୍ଭାବ ହୋଇଥିବା ନେଇ ଆଶା କରି ପୂରା ପରିବାର ପୂଜାର୍ଚନାରେ ଲାଗିଥିଲେ। ଏହି ଖବର ପାଇବା ପରେ ଆଖ ପାଖ ଲୋକଙ୍କ ଭିଡ଼ ଏବେ ଦର୍ଶନ ପାଇଁ ଲାଗିଛି
ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ରଣପୁର ଆର୍ଡି ଡିଭିଜନର ଆସିଷ୍ଟାଣ୍ଟ ଇଞ୍ଜିନିୟର ରୁଷିନାଥ ବରାଳଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି। ଚଢାଉ ସମୟରେ ଗୋଟିଏ ପ୍ଲଟ୍, କାର, ନଗଦ ୧ ଲକ୍ଷ ୩୦ ହଜାର ଟଙ୍କା ଠାବ କରିଛି ଭିଜିଲାନ୍ସ ଟିମ୍।
ଶୀତ ଆସିଲେ ବଦଳିଯାଏ କୋରାପୁଟର ଚିତ୍ର । ବଦଳିଯାଏ ପ୍ରକୃତିରାଣୀର ରୂପ । ଫୁଟି ଉଠେ ଅଳସୀ ଓ ସୋରିଷ ଫୁଲ
ଭଦ୍ରକ ବାସୁଦେବପୁର ବ୍ଲକ ନୂଆଗାଁ ପଞ୍ଚାୟତ ଉହାଡ଼ ଗାଁର ଶନି ଜେନା। ଚମ ଧୁଡୁଧୁଡୁ ହେଲାଣି, ଅଣ୍ଟା ବି ନଇଁଗଲାଣି । ପାଦ ବି ଆଉ ବୋଲ ମାନୁନି କି ଆଖିକୁ ଆଉ ଭଲରେ ଦେଖାଯାଉନି । ହାତରେ ବାଡ଼ି ଧରି ବାଟ ଚାଲୁଥିବା ୭୫ ବର୍ଷର ବିଧବା ବୃଦ୍ଧା ଦୁଃଖ କଷ୍ଟରେ ଦିନ କାଟୁଥିବା ବେଳେ ଗତ ଦୁଇବର୍ଷ ଧରି ମିଳୁଥିବା ରାସନ ବନ୍ଦ ହୋଇ ଯାଇଛି ।