କେନ୍ଦୁଝର: ରାଜସ୍ୱ ମନ୍ତ୍ରୀ ସୁଦାମ ମାରଣ୍ଡିଙ୍କ କାରକେଡକୁ ଅଣ୍ଡାମାଡ଼ ହୋଇଛି । ଟାଉନ ଥାନା କାଶୀପୁର ନିକଟରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଅଣ୍ଡାମାଡ଼ ହୋଇଛି ।
ଗାଧୋଉ ଥିବାବେଳେ ପୋଖରୀରେ ବୁଡ଼ି ଜଣେ ମହିଳା ଓ ତାଙ୍କ ୭ ବର୍ଷର ପୁଅ ମୃତ୍ୟୁ ଘଟିଛି। ଆଜି ସକାଳେ କଟକ ନିଆଳି ଅଞ୍ଚଳରେ ଏହି ଦୁଃଖଦ ଘଟଣା ଘଟିଛି। ମୃତକ ଦ୍ୱୟ ହେଲେ ରୀତା ମିଶ୍ର ଓ ତାଙ୍କ ୭ ବର୍ଷର ପୁଅ।
ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ସମ୍ପୃକ୍ତି ଅଭିଯୋଗ ଆସିବା ପରେ ମନ୍ତ୍ରୀଙ୍କ ବହିଷ୍କାର ଦାବି ଜୋର ଧରିଛି। ସେପଟେ ଏହି ମାମଲାରେ ମନ୍ତ୍ରୀଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ହାଇକୋର୍ଟରେ ଆବେଦନ ହୋଇଛି।
ଭଦ୍ରକ ଟାଉନ ଥାନା ଅନ୍ତର୍ଗତ ଚାରିଘାରିଆ ଗ୍ରାମରେ ପେଟ୍ରୋଲିଂ କରୁଥିବା ବେଳେ ଗୋଟିଏ ଟାଟା ଇଣ୍ଡିଗୋ କାରରୁ ୫୦୦ ଲିଟର ଦେଶୀ ରନ୍ଧା ମଦ ଜବତ କରିବା ସହିତ ଭଦ୍ରକ ଟାଉନ ଥାନା ଅନ୍ତର୍ଗତ ବାଗୁରାଇ ଗ୍ରାମର ଜୀବନଧର ଦାସ ଓରଫ ଚଗୁଲୁଙ୍କୁ ଗିରଫ କରିଛି ଅବକାରୀ ବିଭାଗ.. ସେହିପରି ପୁରୁଣାବଜାର ଥାନା ଅନ୍ତର୍ଗତ ମିର୍ଜାପୁର ଗ୍ରାମରେ ଚଢାଉ କରି ଏକ ହୋଣ୍ଡା ଆକ୍ଟିଭା ସ୍କୁଟି ସହିତ ୪୦୦ ଲିଟର ଦେଶୀ ରନ୍ଧା ମଦ ଜବତ ହୋଇଛି.. ସମୁଦାୟ ୯୦୦ ଲିଟର ଦେଶୀ ରନ୍ଧା ମଦ ଜବତ କରିଛି ଅବକାରୀ ବିଭାଗ..
କରୋନା ପାଇଁ କାର୍ତ୍ତିକ ପୂର୍ଣ୍ଣମୀ ଅବସରରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣା ଜାରି ହୋଇଛି। ସମୁଦ୍ର ବେଳାଭୂମୀକୁ ପର୍ଯ୍ୟଟକ ଓ ସାଧାରଣ ଲୋକଙ୍କୁ ବାରଣ କରାଯାଇଛି ।
ଜଗନ୍ନାଥଙ୍କ ଜମିକୁ ନିଜ ନାଁରେ କରି ସେଥିରେ ତିଆରି କରିଦେଇଛନ୍ତି କୋଠାଘର, ପୋଖରୀ ଓ ଦୋକାନ। ସାମ୍ନାକୁ ଆସିଲା ଜମି ଜାଲିଆତିର ସଙ୍ଗୀନ ମାମଲା...
କାର୍ତିକ ମାସ ପରି ପୁଣ୍ୟ ମାସରେ ଏପରି ଘଟଣାକୁ ନେଇ ଘରେ ସ୍ୱୟଂ ନାଗଦେବତା ଆବିର୍ଭାବ ହୋଇଥିବା ନେଇ ଆଶା କରି ପୂରା ପରିବାର ପୂଜାର୍ଚନାରେ ଲାଗିଥିଲେ। ଏହି ଖବର ପାଇବା ପରେ ଆଖ ପାଖ ଲୋକଙ୍କ ଭିଡ଼ ଏବେ ଦର୍ଶନ ପାଇଁ ଲାଗିଛି
ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ରଣପୁର ଆର୍ଡି ଡିଭିଜନର ଆସିଷ୍ଟାଣ୍ଟ ଇଞ୍ଜିନିୟର ରୁଷିନାଥ ବରାଳଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି। ଚଢାଉ ସମୟରେ ଗୋଟିଏ ପ୍ଲଟ୍, କାର, ନଗଦ ୧ ଲକ୍ଷ ୩୦ ହଜାର ଟଙ୍କା ଠାବ କରିଛି ଭିଜିଲାନ୍ସ ଟିମ୍।
ଶୀତ ଆସିଲେ ବଦଳିଯାଏ କୋରାପୁଟର ଚିତ୍ର । ବଦଳିଯାଏ ପ୍ରକୃତିରାଣୀର ରୂପ । ଫୁଟି ଉଠେ ଅଳସୀ ଓ ସୋରିଷ ଫୁଲ
ଭଦ୍ରକ ବାସୁଦେବପୁର ବ୍ଲକ ନୂଆଗାଁ ପଞ୍ଚାୟତ ଉହାଡ଼ ଗାଁର ଶନି ଜେନା। ଚମ ଧୁଡୁଧୁଡୁ ହେଲାଣି, ଅଣ୍ଟା ବି ନଇଁଗଲାଣି । ପାଦ ବି ଆଉ ବୋଲ ମାନୁନି କି ଆଖିକୁ ଆଉ ଭଲରେ ଦେଖାଯାଉନି । ହାତରେ ବାଡ଼ି ଧରି ବାଟ ଚାଲୁଥିବା ୭୫ ବର୍ଷର ବିଧବା ବୃଦ୍ଧା ଦୁଃଖ କଷ୍ଟରେ ଦିନ କାଟୁଥିବା ବେଳେ ଗତ ଦୁଇବର୍ଷ ଧରି ମିଳୁଥିବା ରାସନ ବନ୍ଦ ହୋଇ ଯାଇଛି ।
ଦୁଃଖ ପାଲଟିଛି ସଞ୍ଜ ନଦୀ। ଜୀବନକୁ ବାଜି ଲଗାଇ ଲୋକମାନେ ଏହି ନଦୀ ଦେଇ ଯା’ଆସ କରିଥାନ୍ତି। ହେଲେ ବର୍ଷା ଦିନ ଆସିଲେ , ଲୋକଙ୍କ ଚିନ୍ତା ଆହୁରି ବଢିଯାଏ।
ଗାଧୋଉ ଥିବାବେଳେ ପୋଖରୀରେ ବୁଡ଼ି ଜଣେ ମହିଳା ଓ ତାଙ୍କ ୭ ବର୍ଷର ପୁଅ ମୃତ୍ୟୁ ଘଟିଛି। ଆଜି ସକାଳେ ଏହି ଦୁଃଖଦ ଘଟଣା ଘଟିଛି।
ନର୍ସ ଜ୍ୟୋତିଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା। ନିଜ ଚାକିରି ସମୟରେ ୫ ହଜାର ପିଲା ଜନ୍ମ କରାଇଛନ୍ତି। କିନ୍ତୁ ନିଜ ଡେଲିଭରି ସମୟରେ ଆଖି ବୁଜିଲେ ଜ୍ୟୋତି। ଡାକ୍ତର କହିଲେ...
ନେତା ହେବ ତ ଏମିତି। ଭୋଟ୍ ନାହିଁ କିନ୍ତୁ ହଠାତ୍ ଭୋଟରଙ୍କ ପାଖରେ ପହଞ୍ଚିଲେ ନେତା...କହିଲେ, ମାଉସୀ ଖାଲି ଆଶୀର୍ବାଦ ଦିଅ।
କୁନି ପୁଅର ଜୀବନ ବନ୍ଧା ପଡ଼ିଛି ଏକ ଇଂଜେକ୍ସନ୍ ପାଖରେ। ଯେଉଁ ଇଂଜେକ୍ସନର ଦାମ୍ ଶୁଣିଲେ ଆପଣଙ୍କ ଛାତି ଦବିଯିବ। ମାତ୍ର ଗୋଟିଏ ଇଂଜେକ୍ସନର ଦାମ୍ ହେଲା ୧୬ କୋଟି ଟଙ୍କା। ଏହି ଇଂଜେକ୍ସନଟି ନହେଲେ କୁନି ପୁଅଟିର ଜୀବନ ପ୍ରତି ବିପଦ ଅଛି ବୋଲି ଡାକ୍ତର କହିଛନ୍ତି। ତେଣୁ ଗରିବ ମାଆ ବାପା ଆକୁଳ ନିବେଦନ କରି ଭିଡିଓ ଛାଡ଼ିଛନ୍ତି।
ସ୍ୱାମୀର ଦୀର୍ଘ ଜୀବନ ପାଇଁ ମହିଳାମାନେ ସିନ୍ଥିରେ ଲମ୍ବା ସିନ୍ଦୁର ପିନ୍ଧନ୍ତି, ହାତରେ ଚୁଡି ଲଗାନ୍ତି ଏବଂ ନିଜକୁ ଷୋହଳ ଶୃଙ୍ଗାରରେ ସଜ୍ଜିତ କରନ୍ତି। କିନ୍ତୁ ଭାରତରେ ଏମିତି ଏକ ସମ୍ପ୍ରଦାୟ ଅଛି ଯେଉଁ ମହିଳାମାନେ ସ୍ୱାମୀଙ୍କ ଦୀର୍ଘ ଜୀବନ ନେଇ ବିଧବାଙ୍କ ଭଳି ରୁହନ୍ତି।
ପାଣି ବଦଳରେ ପରିସ୍ରା ପିଉଛନ୍ତି ଆମେରିକାର ଜଣେ ମହିଳା। ଦୀର୍ଘ ୪ ବର୍ଷ ଧରି ସେ ଏହି ଅଭ୍ୟାସରେ ଥିବାବେଳେ ସେ ଏଥିରୁ ବିଭିନ୍ନ ପ୍ରକାର ଖାଦ୍ୟର ସ୍ୱାଦ ପାଇଥାନ୍ତି ବୋଲି କୁହନ୍ତି।
କେହି କିଛି ଭାବିବା ଆଗରୁ ହଠାତ ଲିଭିଯାଏ ଜୀବନ ଦୀପ । ଆପଣାର ଲୋକଙ୍କୁ ଆଖି ସାମ୍ନାରେ ହାତ ଧରି ଡାକି ନେଇଯାଏ କାଳ ଯମ ।
ସୁଧାଂଶୁ ଷଢ଼ଙ୍ଗୀଙ୍କୁ କିଛି ଦିନ ପୂର୍ବେ, ପୋଲିସ କମିଶନର ପଦବୀରୁ ବଦଳୀ କରାଯାଇ ପୋଲିସ ଗୃହ ନିର୍ମାଣର ସିଏମ୍ଡି କରାଯାଇଥିଲା । ଏହାପରେ ତାଙ୍କୁ ଗୃହ ବିଭାଗର ଓଏସ୍ଡି ଭାବେ ନିଯୁକ୍ତି ଦିଆଯାଇଥିଲା । ଏବେ ତାଙ୍କର ପୁଣି ରେଳବାଇ ପୋଲିସକୁ ବଦଳୀ ହୋଇଛି ।
ଶେଷ ଟ୍ରିପ୍ ଅର୍ଥାତ୍ ୪ଟା ବେଳେ ଥିବା ଟ୍ରିପ୍ରେ ପର୍ଯ୍ୟଟକ ଜଙ୍ଗଲ ଭିତରକୁ ଯାଇଥିବା ବେଳେ ଅଧାରେ ଅଟକି ଥିଲା ଟ୍ରେନ୍ । ଯାନ୍ତ୍ରିକ ତ୍ରୁଟି ପାଇଁ ଟୟ ଟ୍ରେନ୍ଟି ଅଧାରେ ଅଟକିଥିବା କୁହାଯାଉଛି ।
ବିଜେପି ପକ୍ଷରୁ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବିରୋଧରେ ଆରମ୍ଭ ହୋଇଛି, ଦସ୍ତଖତ ଅଭିଯାନ । ଯାହାକୁ ଦେଖିବା ପରେ ଏବେ ସ୍ପଷ୍ଟ ହେଉଛି ଯେ, ମନ୍ତ୍ରୀଙ୍କ ଅଡ଼ୁଆ ଦିନକୁ ଦିନ ବଢ଼ିବାରରେ ଲାଗିଛି ।
ପଢାରେ ସେ ଜଣେ ଇଂଜିନିୟର, ବାଙ୍ଗାଲୋରରେ ଚାକିରୀ ମଧ୍ୟ କରିଥିଲେ । ହେଲେ କରୋନା କାଳରେ ଚାକିରୀ ଛାଡି ଓଡିଶା ଫେରିଆସିଥିଲେ l ଆଉ ଏହାପରେ ଆରମ୍ଭ କରିଥିଲେ ଏକ ତନ୍ଦୁରୀ ଚା ଦୋକାନ । ନିଜେ ସ୍ୱାବାଲମ୍ବୀ ହେବା ସହିତ ସ୍ଥାନୀୟ ଯୁବକକୁ ମଧ୍ୟ ରୋଜଗାର ଦେଇ ପାରିଛନ୍ତି ।
ଆଧାର କାର୍ଡ଼ରେ ଟିପ ଚିହ୍ନ ଉଠୁନାହିଁ ବୋଲି ୭୫ ବର୍ଷିୟାଙ୍କ ବନ୍ଦ ହୋଇଗଲା ରାସନ ସାମଗ୍ରୀ। ବାରମ୍ବାର ଗୁହାରି କଲେ ବି ଶୁଣିଲେ ନାହିଁ ଡିଲର। ଉପାୟ ଶୂନ୍ୟ ହୋଇ ବଡ଼ବାବୁଙ୍କୁ ଅଭିଯୋଗ କରିବା ପାଇଁ ୧୪ କିମି ରାସ୍ତାରେ ଟ୍ରଲିରେ ବୁହା ହେଲେ ୭୫ ବର୍ଷିୟା ବୃଦ୍ଧା ଶନି ଜେନା।
ବାତ୍ସଲ୍ୟ ମମତାର ଏକ ନିଆରା ଦୃଶ୍ୟ। କୁକୁର ଠାରୁ ଦୁଇଟି ଛେଳି ଛୁଆ କ୍ଷୀର ପିଉଥିବା ଦେଖିବାକୁ ମିଳିଛି | ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି | କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ମୁଣ୍ଡିଗଡ ଠାରେ ଏ ଦୃଶ୍ୟ ଦେଖିବାକୁ ମିଳିଛି |
ମିଶ୍ର ସଭ୍ୟତାର ପ୍ରାଚୀନତା ସମ୍ପର୍କରେ ଆମେ ସମସ୍ତେ ଉଣା ଅଧିକେ ଜାଣିଛୁ । ଏହି ସଭ୍ୟତା ସବୁଠାରୁ ପ୍ରାଚୀନ ଓ ଭବ୍ୟ । ସେହି କ୍ରମରେ ମିଶ୍ର, ଇଜିପ୍ଟରେ ରହିଛି ବିଶ୍ୱର ସବୁଠାରୁ ବଡ଼ ଓ ପୁରାତନ ମନ୍ଦିର । ଯାହାର ନାଁ 'କର୍ଣ୍ଣାକ' ମନ୍ଦିର ପରିସର । ଏହି ମନ୍ଦିରର ବିଶେଷତ୍ୱ ହେଉଛି ବର୍ଷକୁ କେବଳ ୨ ଥର ହିଁ ସୂର୍ଯ୍ୟକିରଣ ମନ୍ଦିରରେ ପହଞ୍ଚିଥାଏ ।