/odishatv-khabar/media/post_attachments/uploadimage/library/16_9/16_9_0/IMAGE_1637221410.jpg)
AGIC EYE OF THE EARTH
କେ୍ରାଏଶିଆର ପ୍ରାକୃତିକ ସୁନ୍ଦରତା ଓ ଅଦ୍ଭୁତ ଦୃଶ୍ୟପଟରେ ଭରପୁର । ଏଠାରେ ଥିବା ଡାଲମାଟିଆର ଦୀର୍ଘତମ ନଦୀ ସେଟିନା । ଆଡ୍ରିଏଟିକ୍ ସାଗରକୁ ଯିବା ପୂର୍ବରୁ ଏହା ପ୍ରାୟ ୬୫ ମାଇଲ ପର୍ଯ୍ୟନ୍ତ ବ୍ୟାପିଛି । ଏହାର ଜଳ କେ୍ରାଏସିଆର ସର୍ବୋଚ୍ଚ ପର୍ବତ ମାଳା ଦିନାର ପାଦଦେଶରେ ପ୍ରବାହିତ ହେଉଛି । ନୀଳ ଓ ସବୁଜ ରଙ୍ଗର ଜଳ ଏହି ନଦୀର ସୁନ୍ଦରତାକୁ ଦୁଇଗୁଣିତ କରିଦିଏ । ତେବେ ଏହି ପର୍ବତ ମାଳାରେ ଏହି ନଦୀର ଜଳର ଏକ ଛୋଟ ପୋଖରୀ ଆକୃତିର ସ୍ଥାନ ସୃଷ୍ଟି କରିଛି । ଯାହା ଡେ୍ରାନ ଭିଉରେ ଆଖି ଭଳି ଦୃଶ୍ୟମାନ ହୁଏ । ତେଣୁ ଏହାକୁ ପୃଥିବୀର ଆଖି ବୋଲି କୁହାଯାଏ ।
ଏହି ସ୍ଥାନ ବେଳେ ପର୍ଯ୍ୟଟକଙ୍କୁ ଆଉ ଏକ ଡେଷ୍ଟିନେସନ ଦେଇଯାଏ, ପ୍ରକୃତିକୁ ଉପଭୋଗ କରିବା ପାଇଁ । ତେବେ ଏହି ପୋଖରୀରେ ଏକ ବିଶାଳ ଗତ୍ର ମଧ୍ୟ ରହିଛି । ଯାହା ଏକ ଅଜ୍ଞାତ ଗଭୀରତାକୁ ରାସ୍ତା ବୋଲି କୁହାଯାଏ । ସ୍କୁବା ଡାଇଭର ମାନଙ୍କ ମତରେ ଏହା ପାଖାପାଖି ୧୨୦ ମିଟର ଗଭୀର । ଦିନାର ଏହି ସ୍ଥାନକୁ ଏହି ଜଳାଶୟ କାରଣରୁ ଏକ ସ୍ୱତନ୍ତ୍ର ପରିଚୟ ମିଳିପାରିଛି । ପର୍ଯ୍ୟଟକ ଏହାକୁ ଦେଖି ଆଶ୍ଚର୍ଯ୍ୟ ହେବା ହି ସାର । ସେଟିନାର ଏକ ଛୋଟ ଗାଁ ମିଲାସେଭୋରେ ଏହି ଜଳାଶୟଟି ଅବସ୍ଥିତ । ସ୍ଥାନଟି ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟରେ ଭରପୁର । ଏହି ଜଳାଶୟରେ ପାଣିର ତାପମାତ୍ରା ମାତ୍ର ୮ ଡିଗ୍ରୀ ସେଲସିୟସ୍ । ଏହି ସ୍ଥାନକୁ ଦେଖିଲେ ଏହା କୌଣସି ହଲିଉଡ ମୁଭିର ଡେଷ୍ଟିନେସନ ଭଳି ମନେହୁଏ ।
AGIC EYE OF THE EARTHଶାନ୍ତ ସୁନ୍ଦର ପରିବେଶ ଯେ କୌଣସି ବ୍ୟକ୍ତିକୁ ମଧ୍ୟ ନିଜ ଆଡକୁ ଆକର୍ଷିତ କରିବାରେ ସକ୍ଷମ । ଏହି ସ୍ଥାନର ଜନସଂଖ୍ୟା ମଧ୍ୟ ବେଶ୍ କମ୍ । ତେଣୁ ଏହି ସ୍ଥାନଟି ସବୁବେଳେ ସ୍ୱଚ୍ଛ । ଏହି ଜଳାଶୟର ପାଣି ମଧ୍ୟ ବେଶ୍ ସ୍ୱଚ୍ଛ ଓ ଥଣ୍ଡା । ଏଥିରେ ଆପଣ ବେଶ୍ ସହଜରେ ପହଁରିବି ପାରିବେ । କିନ୍ତୁ ଗଭୀରତାକୁ ଯିବାକୁ ହେଲେ ନିର୍ଦେଶର ଆବଶ୍ୟକତା ପଡିଥାଏ । ତେବେ ଏହାର ଗଠନ ଆଜି ବି ରହସ୍ୟ ଘେରରେ । କେବେ ଆଉ କିଭଳି ଏହି ସ୍ଥାନ ନିର୍ମିତ ହେଲା ଏହା ଅସ୍ପଷ୍ଟ । ତେଣୁ ଏହାକୁ ନେଇ ଗବେଷଣା ଜାରି ରହିଛି । ତେବେ ଏହାକୁ ପ୍ରକୃତିର ନିଆରା ଅବଦାନ କହିଲେ କିଛି ଭୁଲ୍ ହେବନାହିଁ । କାରଣ ଏହା ପ୍ରମାଣିତ କରେ ଯେ, ପ୍ରକୃତି ବାସ୍ତବରେ କେତେ ବଡ କଳାକାର ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)