କୋରାପୁଟ-ଦାମନଯୋଡ଼ି ରାସ୍ତାରେ ନକଲି ଗୁଟଖା କାରଖାନା ଠାବ..କାରଖାନା ପରିସରରୁ ପ୍ରାୟ ୫୦ ଲକ୍ଷ ଟଙ୍କାର ନକଲି ଗୁଟଖା ଜବତ ହୋଇଛି
ଅଦିନିଆ ବର୍ଷାରେ ଉଜୁଡି ଯାଇଛି ଚାଷୀଙ୍କ ପାଚିଲା ଧାନ କ୍ଷେତ.. ପ୍ରଥମେ ବର୍ଷା ଅଭାବ ପରେ ବନ୍ୟା, ଆଉ ଏବେ ଫସଲ ଅମଳ ପୂର୍ବରୁ ଅଦିନିଆ ବର୍ଷା ଚାଷୀଙ୍କ ମୁଣ୍ଡ ବିନ୍ଧାର କାରଣ ହୋଇଛି
ଦେଢ଼ ବର୍ଷର ଶିଶୁ ରାଜଭିରର ଚିକିତ୍ସା ପାଇଁ ଖର୍ଚ୍ଚ ହେବ ୧୬ କୋଟି ଟଙ୍କା.. ଏଥିପାଇଁ ଓଡ଼ିଶାବାସୀଙ୍କଠାରୁ ଆର୍ଥିକ ସହାୟତା ଲୋଡ଼ିଛନ୍ତି ଶିଶୁର ବାପା-ମାଆ..ଫୋନ ପେ' କିମ୍ବା ଗୁଗୁଲ ପେ' ଜରିଆରେ ଆପଣ ଟଙ୍କା ପଠାଇପାରିବେ
ଆଫ୍ରିକାର ଉଚ୍ଚତମ ଶୃଙ୍ଗ କିଲିମଞ୍ଜାରୋରେ ତ୍ରିରଙ୍ଗା ଉଡ଼ାଇଲେ ମୁରିକୀ ପୁଲକିତା.. ମାତ୍ର ୧୩ ବର୍ଷ ବୟସରେ ମୁରିକୀ କିଲିମଞ୍ଜାରୋ ଚଢ଼ି ଏବେ ଚର୍ଚ୍ଚା ସାଉଁଟୁଛନ୍ତି..
ମମିତାଙ୍କ ପାଇଁ ନ୍ୟାୟ ଦାବି କରୁଥିଲେ କିନ୍ତୁ ସେହି ନ୍ୟାୟ ଶବ୍ଦ ଜମାରୁ ପାଟିରେ ପଶିଲା ନାହିଁ। ଖାଲି ସ୍ଲିପ୍ ଅଫ୍ ଟଙ୍ଗ ହେଲା...ଆଉ ତା’ପରେ ଯାହା ହେଲାରେ ନାରଣ, ଦେଖନ୍ତୁ ଏହି ଭିଡ଼ିଓ
ପହିଲି ଶୀତ ଆରମ୍ଭ ହୋଇସାରିଛି।କୋରାପୁଟରେ ଶୀତକୁ ସ୍ୱାଗତ କରି ଅଳସୀ ଫୁଲର ପସରା ମେଲିଛି ।
ବାଲିକୁଦାର ପୂର୍ବତନ ବିଧାୟକ ଉମେଶ ସ୍ୱାଇଁଙ୍କ ପରଲୋକ । ଭୁବନେଶ୍ୱର ସ୍ଥିତ ବାସଭବନରେ ହୃଦ୍ଘାତରେ ଉମେଶ ସ୍ୱାଇଁଙ୍କ ପରଲୋକ ହୋଇଛି । ବାଲିକୁଦାରୁ ୪ ଥର ବିଧାୟକ ଭାବେ ସେ ନିର୍ବାଚିତ ହୋଇଥିଲେ ।
ହଜାର ହଜାର ଟଙ୍କା ଧାର କରଜ କରି ଚାଷୀ କରିଥିଲା ଚାଷ ହେଲେ ଅମଳ ପୂର୍ବରୁ ସବୁ ଧାନ ନଷ୍ଟ ହୋଇଗଲା । କେଉଁଠି ଧାନ ଖେତରେ ଆଣ୍ଠୁଏ ଆଣ୍ଠୁଏ ପାଣି ତ ଆଉ କେଉଁଠି କଟାଯାଇଥିବା ଧାନ ଉପରେ ପାଣି ଜମି ରହିଛି ।
ବବଲୁ ଭିନ୍ନକ୍ଷମ ହେଲେ ସୁଦ୍ଧା ଅନ୍ୟ ମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । କେବେ ସାହାଯ୍ୟ ଆଶା କରିନାହାନ୍ତି, ବରଂ ଲୋକଙ୍କୁ ସାହାଯ୍ୟ କରୁଛନ୍ତି ।
ମଶାଣିରେ ଶବ ପଡ଼ିଥିବ। କିନ୍ତୁ କେଇଖଣ୍ଡ କାଠ ନଥିବାରୁ ତାହା ପୋଡ଼ା ହୋଇପାରୁ ନଥିବ। ଏହା ସହିପାରନ୍ତି ନାହିଁ ତେଜେଶ୍ୱର। ଲୋକଙ୍କ ସହାୟତା ପାଇଁ ନିଜ ଖର୍ଚ୍ଚରେ ମଶାଣି ପାଖରେ ସେ ଗୋଟିଏ ଛୋଟ ଘରେ ଗଦା କରି ରଖିଲେ କ୍ୱିଣ୍ଟାଲ କ୍ୱିଣ୍ଟାଲ କାଠ।
ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ଘଟଣାରେ ପୁଣି ଥରେ ନିଜ ଉପରକୁ ଆସିଥିବା ସମସ୍ତ ଅଭିଯୋଗକୁ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଖଣ୍ଡନ କରିଛନ୍ତି।
ଆଜି ହେଉଛି ପବିତ୍ର ବଡଓଷା । ବାବା ଧବଳେଶ୍ୱରଙ୍କୁ ଗଜଭୋଗ ଅର୍ପଣ କରାଯାଏ । ଏଇ ପୀଠର ରହିଛି ବହୁତ ମାହାତ୍ମ୍ୟ । ଲୋକକଥା ଅନୁସାରେ ବାବା ଏଇଠି କଳା ବଳଦକୁ ଧଳା କରିଦେଇଥିଲେ ।
୨୦୧୭ରୁ ସେମିଳିଗୁଡା ଶ୍ମଶାନର ଉନ୍ନତି ପାଇଁ ସର୍ବଦା ଉଦ୍ୟମ କରୁଛନ୍ତି ତେଜେଶ୍ୱର । ଶବ ସତ୍କାର କରିବା ପାଇଁ ମାଗଣାରେ ଯୋଗାଇ ଆସୁଛନ୍ତି କାଠ । ଯିଏ ଯେଉଁ ସମୟରେ ଶବ ଦାହ ପାଇଁ ଆସୁଛନ୍ତି, ସେ ସାହାଯ୍ୟ କରୁଛନ୍ତି । ଲୋକଙ୍କ ସହାୟତା ପାଇଁ ନିଜ ଖର୍ଚ୍ଚରେ ମଶାଣି ପାଖରେ ସେ ଗୋଟିଏ ଛୋଟ ଘରେ ଗଦା କରି ରଖିଲେ କ୍ୱିଣ୍ଟାଲ କ୍ୱିଣ୍ଟାଲ କାଠ।
ପ୍ରକୃତିର ସୃଷ୍ଟି ନିଆରା। ଆମେ ବିଭିନ୍ନ ସମୟରେ ଅଜବ ଅଜବ ଜୀବ ଦେଖୁଥିବା ବେଳେ ବର୍ତ୍ତମାନ ସେମିତି ଏକ ଜୀବ ଭାଇରାଲ୍ ହେଉଛି। ଭାଇରାଲ୍ ହେଉଥିବା ଭିଡିଓଟି ହେଉଛି ଏକ ୪ କାନିଆ ବିଲେଇର।
ବୟସ ଚାଲିଗଲେ ମନ ମରିଯାଏ। ଶିକ୍ଷା କଥା ତ ଛାଡ ଉଠିବସିବାକୁ ବି ବଳ ପାଏ ନାହିଁ। କିନ୍ତୁ ୧୦୪ ବର୍ଷର ଜଣେ ଆଇମା’ ଏକ ପରୀକ୍ଷା ଦେଇ ୧୦୦ରୁ ୮୯ ମାର୍କ ରଖି ଉଦାହରଣ ପାଲଟିଛନ୍ତି।
‘ହୀରାକୁଦ୍ ଡ୍ୟାମ କରିବେ କହି ଆମ ଭିଟାମାଟି ଛଡ଼େଇ ନେଲେ। ଆମ ଜମି ଛଡ଼େଇ ନେଲେ। ହେଲେ ଜମି ବଦଳରେ ଜମି କୁଆଡ଼େ ଗଲା? ଆମ ଘର ଡିହ କୁଆଡ଼େ ଗଲା?’
ଝାରସୁଗୁଡ଼ା ଜିଲ୍ଲାର ଦୁଇ ହଜାର ହୀରାକୁଦ ବିସ୍ଥାପିତଙ୍କ ପରିବାରକୁ ଘରଡିହ ଯୋଗାଇବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ, ହୁଏତ ସେହି ତାଲିକାରେ ସ୍ଥାନ ପାଇପାରନ୍ତି ଲଖନପୁର ବ୍ଲକ ଲମ୍ଫାଲୁଗା ଗାଁର ଜମିହରା ।
CBI ଅଧିକାରୀ ହେଲେ ହଟହଟା। ଢେଙ୍କାନାଳରେ ଜଣେ ଯୁବକଙ୍କୁ ସିବିଆଇ ପଚରାଉଚରା କରିବାକୁ ଯାଇଥିଲା। ହେଲେ ସିବିଆଇ ଅଧିକାରୀଙ୍କୁ ଗାଁର ମହିଳା ଏମିତି ଅବସ୍ଥା କଲେ ଯେ, ସ୍ଥାନୀୟ ପୋଲିସ୍ ନାକେଦମ
ବ୍ରାହ୍ମଣୀ ନଦୀରେ ବିଶାଳକାୟ ବିଷ୍ଣୁମୂର୍ତ୍ତି। ନଦୀ ଗର୍ଭରେ ପ୍ରଭୂଙ୍କ ପୀଠ। କେହି ଗଢ଼ି ନାହାନ୍ତି, ଲୋକେ କହୁଛନ୍ତି ନଦୀ ବାଲିରେ ଆପେ ଆପେ ତିଆରି ହୋଇଛି। ଶହ ଶହ ବର୍ଷ ତଳର ଏ ମୂର୍ତ୍ତି ସେମିତି ରହିଛି। ଏ ସରକାର ନା ଦାୟିତ୍ୱ ନେଉଛି ନା ଏ ପୀଠକୁ ବିକଶିତ କରୁଛି? ଏବେ ଡର ଏ ଐତିହ ପୁଣି ଥରେ ନଦୀ ବାଲିରେ ଲିନ୍ନ ହୋଇ ଯିବନି ତ?
ଶିଶୁଟି ବାକ୍ ଶକ୍ତି ହରାଇବା ସହ ନିଜ ଗୋଡରେ ଛିଡା ହେବାକୁ ଅକ୍ଷମ ହୋଇପଡିଲା । ଆଉ ଏଭଳି ଦୁଃଖ ସମୟରେ ନିଜ ପୁଅକୁ ଛାଡି ଅନ୍ୟ କୁଆଡେ ଚାଲିଗଲା ନିଷ୍ଠୁର ମା’
ଆମ ଦେଶ ଭାରତଠାରୁ ପାଖାପାଖି ୭ହଜାର ୮୦୦ କମି ଦୂରରେ ଏକ ଦ୍ୱୀପ ରହିଛି, ଯାହା ନିଜର ଆକୃତି କାରଣରୁ ସବୁବେଳେ ଚର୍ଚ୍ଚାରେ ରହିଆସିଛି । ଆଉ ଏହି ଦ୍ୱୀପର ଏରିଏଲ ଭିଉ ବା ଆକାଶ ମାର୍ଗରୁ ଦୃଶ୍ୟ କୌଣସି ବ୍ୟକ୍ତିର ଫିଙ୍ଗର ପ୍ରିଣ୍ଟ୍ ବା ଟିପ ଚିହ୍ନ ଆକୃତିର । ଯାହା ବର୍ତ୍ତମାନ ସମୟରେ ଏକ ପର୍ଯ୍ୟଟନ ସ୍ଥଳୀ ହୋଇସାରିଛି ।
ଏଥର ୭ ପଂଚାୟତରେ ହେବନି ନିର୍ବାଚନ, କାରଣ ଏହି ପଂଚାୟତ ଗୁଡ଼ିକ ବିଭିନ୍ନ ଏନ୍ଏସିରେ ବିଲୀନ ହୋଇଥିବାରୁ ସେସବୁରେ ଏଥର ପଞ୍ଚାୟତ ନିର୍ବାଚନ କରାଯିବ ନାହିଁ
ଫୁଲବାଣୀର ଦୁଇ ଭଉଣୀଙ୍କ ଚମତ୍କାରୀ ଶକ୍ତି ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଆଖିରେ ପଟି ବାନ୍ଧି ମଧ୍ୟ ବହିରେ ପାଠ ପଢୁଛନ୍ତି । ଆଶ୍ଚର୍ଯ୍ୟ ଲାଗିଲେ ବି କଥାଟି ସତ ଅଟେ । lତେବେ ଏହା ଏକ ଅଲୌକିକ ଶକ୍ତି ନା ଭଗବାନଙ୍କ ଶୁଭ ଦୃଷ୍ଟି ରହିଛି ଏହି ୨ ଭଉଣୀଙ୍କ ଉପରେ ।
ଦିନେ ଜାତୀୟ ସ୍ତରରେ ଫୁଟବଲ ଖେଳୁଥିଲେ, ଏବେ ପର ଦୁଆରେ ମୂଲ ଲାଗୁଛନ୍ତି । ଆଉ ଏହି ମହିଳା ଜଣକ କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକ ଦେମାଳ ଗ୍ରାମର ଜାତୀୟ ମହିଳା ଫୁଟବଲ ଖେଳାଳି ସୁଜାତା ମଳିକ। ।
ଆଜିଠାରୁ ନନ୍ଦନକାନନରେ ପୁଣି ଗଡ଼ିବ ଟୟ ଟ୍ରେନ। ଦିନକୁ ୬ ଟ୍ରିପ କରାଯିବ। ସକାଳ ୧୦ଟା, ୧୧ଟା ଓ ଅପରାହ୍ନ ୧୨ଟା, ୨ଟା, ୩ଟା ଓ ୪ଟାରେ ଏହି ଟୟ ଟ୍ରେନ ଚାଲିବ।