• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଭୁବନେଶ୍ୱର : ମମିତା ହତ୍ୟାକାଣ୍ଡ ବିବାଦ ମଧ୍ୟରେ ସରକାରଙ୍କୁ ଷ୍ଟାଟସ ରିପୋର୍ଟ ମାଗିଲେ ହାଇକୋର୍ଟ । ଦୁଇ ଦିନ ପୂର୍ବରୁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ମମିତାଙ୍କ ପରିବାର ସଦସ୍ୟ । ଆଉ ଏ ପ୍ରସଙ୍ଗରେ ତଦନ୍ତ କେତେ ଦୂର ଆଗେଇଛି ସେ ନେଇ ରିପୋର୍ଟ ମାଗିଲେ ହାଇକୋର୍ଟ । ଡିସେମ୍ବର ୩ରେ ମାମଲାର ପରବର୍ତ୍ତୀ ଶୁଣାଣି ଧାର୍ଯ୍ୟ କରାଯାଇଛି । ଏ ମାମଲାରେ ତ୍ୱରିତ ଶୁଣାଣି ଓ ଫାଷ୍ଟଟ୍ରାକ୍ ବିଚାର ପାଇଁ ଅପିଲ କରିଥିଲେ ପରିବାର ।

ଦୁଇ ଦିନ ପୂର୍ବରୁ ମମିତା ହତ୍ୟା ମାମଲା ହାଇକୋର୍ଟରେ ପହଞ୍ଚିଥିଲା । ନିର୍ଦ୍ଦିଷ୍ଟ ସମୟ ଭିତରେ ତଦନ୍ତ ଶେଷ କରିବାକୁ ଆବେଦନ କରିଥିଲେ ପରିବାର ସଦସ୍ୟ । ଗୃହ ସଚିବ, ଡିଜିପି, ବଲାଙ୍ଗିର ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ପକ୍ଷଭୁକ୍ତ ପାଇଁ ଆବେଦନ କରାଯାଇଥିଲା । ଏହାସହ ସିନ୍ଧେକେଲା IICଙ୍କୁ ମଧ୍ୟ ପକ୍ଷଭୁକ୍ତ କରିବାକୁ ଆବେଦନ କରିଥିଲେ ମମିତାଙ୍କ ପରିବାର ଲୋକ ।

ସେପଟେ ମମିତା ମାମଲାରେ ମନ୍ତ୍ରୀମାନଙ୍କୁ ବିରୋଧ ଜାରି ରହିଛି । ଆଜି ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କ କାରକେଡଙ୍କୁ ଅଣ୍ଡାମାଡ଼ କରାଯାଇଛି । କେନ୍ଦୁଝର ଟାଉନ ଥାନା କାଶୀପୁର ନିକଟରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଅଣ୍ଡାମାଡ଼ ହୋଇଥିବା ସୂଚନା ମିଳିଛି । ଶିକ୍ଷୟିତ୍ରୀ ମମିତା ହତ୍ୟାକାଣ୍ଡ ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ଅଣ୍ଡାମାଡ଼ ହୋଇଛି । ଏହି ଘଟଣାରେ ବିଜେପି ଯୁବମୋର୍ଚ୍ଚା ଜିଲ୍ଲା ସଭାପତିଙ୍କୁ ଥାନାରେ ଅଟକ ରଖିଛି ପୋଲିସ ।