Advertisment

ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ହାଇକୋର୍ଟରେ ଆବେଦନ

ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ସମ୍ପୃକ୍ତି ଅଭିଯୋଗ ଆସିବା ପରେ ମନ୍ତ୍ରୀଙ୍କ ବହିଷ୍କାର ଦାବି ଜୋର ଧରିଛି। ସେପଟେ ଏହି ମାମଲାରେ ମନ୍ତ୍ରୀଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ହାଇକୋର୍ଟରେ ଆବେଦନ ହୋଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
ଗୋଟିଏ ପରେ ଗୋଟିଏ ମୋଡ଼ ନେଉଛି ନୟାଗଡ଼ ନାବାଳିକା ହତ୍ୟା ମାମଲା, ସାମ୍ନାକୁ ଆସିଲା ନୂଆ ତଥ୍ୟ

Highcourt

ଭୁବନେଶ୍ୱର: ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ହାଇକୋର୍ଟରେ ଆବେଦନ ହୋଇଛି। ଏନେଇ ଭାରତୀୟ ବିକାଶ ପରିଷଦ ଇଣ୍ଟରିମ୍ ଆପ୍ଲିକେସନ ଦେଇଛି। ମୂଳ ମାମଲାରେ ଏହି ସଂଗଠନ ସାନି ଆବେଦନ ଯୋଡ଼ିଛି।

Advertisment

ଭାରତୀୟ ବିକାଶ ପରିଷଦ ପକ୍ଷରୁ କୁହାଯାଇଛି, ହାଇକୋର୍ଟରେ ମାମଲା ଦାୟର ପରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ମନ୍ତ୍ରୀଙ୍କ ସମ୍ପୃକ୍ତି ନେଇ ପୀଡ଼ିତାଙ୍କ ବାପା ମଧ୍ୟ ଅଭିଯୋଗ କରିଛନ୍ତି। ତେଣୁ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ ବୋଲି ପରିଷଦ ଦାବି କରିଛି।  

ଏହାସହ ଡିଆଇଜି, ବଲାଙ୍ଗିର ଏସ୍‌ପିଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ ପାଇଁ ଅନୁରୋଧ କରାଯାଇଛି। ଅପରାଧୀଙ୍କୁ ଖସାଇବା ପାଇଁ ଉଭୟ ଷଡ଼ଯନ୍ତ୍ରରେ ସାମିଲ ଥିବାର ଅଭିଯୋଗ ହୋଇଛି ବୋଲି ଭାରତୀୟ ବିକାଶ ପରିଷଦ କହିଛି।  ତେଣୁ ଉଭୟଙ୍କ ନାଁରେ ମାମଲା ସହ ତଦନ୍ତ ପରିସରଭୁକ୍ତ କରିବାକୁ ପରିଷଦ ଅପିଲ କରିଛି।   

Advertisment

ଅନ୍ୟପକ୍ଷେ, କେନ୍ଦୁଝର ଟାଉନ ଥାନା କାଶୀପୁର ନିକଟରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ରାଜସ୍ୱ ମନ୍ତ୍ରୀ ସୁଦାମ ମାରଣ୍ଡିଙ୍କ କାର୍‌କେଡ୍‌କୁ ଅଣ୍ଡାମାଡ଼ ହୋଇଛି। ମମିତା ମେହେର ହତ୍ୟା ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ଏହି ଅଣ୍ଡାମାଡ଼ ହୋଇଛି।

Orissa High Court Minister Dibya Shankar Mishra Mamita Meher Murder Case Mamita Murder Case
Advertisment
Advertisment