/odishatv-khabar/media/post_attachments/uploadimage/library/16_9/16_9_0/IMAGE_1741790735.jpg)
Wedding Fever Grips Odisha
ଚାଲିଛି ନେତାଙ୍କ ମ୍ୟାରେଜ୍ ସିଜିନ୍। କାହାର ପ୍ରଥମ ତ କିଏ କରିଛନ୍ତି ଦ୍ବିତୀୟ ବିବାହ। ମାସକ ଭିତରେ ଚାରି ଚାରି ଜଣ ନେତା ବାନ୍ଧି ହେଲେଣି ବିବାହ ବନ୍ଧନରେ। କିଏ ଗୋଆରେ ତ କିଏ ଜୟପୁର, ପରିବାର ଓ ଅଳ୍ପ ବନ୍ଧୁବାନ୍ଧବଙ୍କ ଗହଣରେ ହାତରୁ ଦି ହାତ ହୋଇଛନ୍ତି ନେତା। ଖାଲି ବିବାହ କରିନାହାନ୍ତି, ଜମିଛି ହଲଦି ଓ ମେହେନ୍ଦି ସେରିମୋନି।
ବରବେଶରେ ପ୍ରଦୀପ ମାଝୀ। ଧଳା ସେରୱାନୀକୁ ଯୁତି, ମୁଣ୍ଡରେ ପଗଡି। ଲଙ୍ଗ ଟାଇମ୍ ବ୍ୟାଚେଲରରୁ ମ୍ୟାରେଡ୍ ମ୍ୟାନ୍। ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ନବରଙ୍ଗପୁରର ପୂର୍ବତନ ସାଂସଦ, ବର୍ତ୍ତମାନର ବିଜେଡି ନେତା ପ୍ରଦୀପ ମାଝୀ। ମ୍ୟାରେଜ ଡେଷ୍ଟିନେସନ୍ ଗୋଆର ପାଞ୍ଜିମରେ ପଡିଛି ହାତଗଣ୍ଠି। କେନ୍ଦ୍ରାପଡାର ଝିଅ ସୁଶ୍ରୀ ସଙ୍ଗୀତାଙ୍କ ହାତ ଧରିଛନ୍ତି ପ୍ରଦୀପ। ଯାହାର ସାକ୍ଷୀ ବନିଥିଲେ ପରିବାର ଓ କିଛି ଅନ୍ତରଙ୍ଗ ବନ୍ଧୁ। ଆଉ ବିବାହ ପୂର୍ବରୁ ହଳଦୀ ସେଲିବ୍ରେସନ୍। ଡାନ୍ସ ବିଟରେ ବେଶ୍ ନାଚିଥିଲେ ବର-କନିଆ। ଜମିଥିଲା ଫଟୋ ସୁଟ୍। ଓଟିଭିକୁ ପ୍ରଦୀପ କହିଥିଲେ, ବିବାହ ବନ୍ଧନରେ ବାନ୍ଧି ହେଲେ ବୋଧହୁଏ ତାଙ୍କ ଜୀବନରେ କିଛି ପରିବର୍ତ୍ତନ ଆସିବ।
ଅଧିକ ପଢ଼ନ୍ତୁ: ପଡ଼ିଲା ହାତଗଣ୍ଠି: ଜାଗୃତିଙ୍କ ହାତ ଧରିଲେ ଅନୁଭବ
ପ୍ରଦୀପଙ୍କ ପ୍ରଥମ ହେଲେ ବିବାହର ସେକେଣ୍ଡ ଇନିଂସ ଖେଳିଛନ୍ତି ପୂର୍ବତନ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି। ବର୍ଷାଙ୍କ ସହ ଛାଡପତ୍ର ପରେ ତୁରନ୍ତ ବାନ୍ଧି ହୋଇଛନ୍ତି ଆଉ ଏକ ବିବାହ ବନ୍ଧନରେ। ଅନୁଭବଙ୍କ ପତ୍ନୀ ସାଜିଛନ୍ତି ଦୀର୍ଘଦିନର ବାନ୍ଧବୀ ଜାଗ୍ରତି ଶୁକ୍ଲା। ଦିଲ୍ଲୀର ତ୍ୟାଗରାଜ ନିକଟ ଜଗନ୍ନାଥ ମନ୍ଦିରରେ ପରିବାର ଓ ଅଳ୍ପ କିଛି ବନ୍ଧୁ ବାନ୍ଧବଙ୍କ ଉପସ୍ଥିତିରେ ସରିଛି ବିବାହ। ଏହା ପୂର୍ବରୁ ବେଶ ଜମିଥିଲା ହଲଦୀ ଏବଂ ମେହନ୍ଦୀ ସେଲିବ୍ରେସନ୍। ସାମ୍ବାଦିକ ପତ୍ନୀ ଜାଗ୍ରତି କିଛି ଦିନ ତଳେ ଅନୁଭବଙ୍କ ଉପରେ ବ୍ଲକ୍ ବଷ୍ଟରରୁ ବାଲାଟ ବକ୍ସ ନାମକ ପୁସ୍ତକ ଲେଖିଥିଲେ।
ମାର୍ଚ୍ଚ ୩ ତାରିଖ। ମନ୍ମଥଙ୍କୁ ମିଳିଲା ମନର ମଣିଷ। ବାଜା ରୋଷଣୀ ବଜାଇ ହାତରେ ଖଣ୍ଡା ଧରି ଜୀବନର ଦ୍ବିତୀୟ ଇନିଂସ ଆରମ୍ଭ କରିଥିଲେ ବିଜେଡି ନେତା ମନ୍ମଥ ରାଉତରାୟ। ଭୁବନେଶ୍ବର ଉପକଣ୍ଠ ଡେରାସରେ ଥିବା ଚନ୍ଦକା ରିସର୍ଟରେ ଅତି ଗୁପ୍ତ ଭାବେ ବିବାହ କରିଥିଲେ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟଙ୍କ ସାନ ପୁଅ। ମୁମ୍ବାଇର ଏକ ବ୍ୟାଙ୍କରେ ଚାକିରି କରୁଥିବା ପଟିଆ ଅଞ୍ଚଳର ରୋଜାଲିନଙ୍କୁ ସାତ ଜନ୍ମର ସାଥୀ କରିଛନ୍ତି ମନ୍ମଥ। ବିବାହ ଉତ୍ସବରେ ସାମିଲ ହୋଇଥିଲେ ହାତଗଣତି ସମ୍ପର୍କିୟ ଓ ବନ୍ଧୁ ବାନ୍ଧବ।
୨ ଫେବ୍ରୁଆରୀ ୨୦୨୫। ଏଇ ମାସକ ତଳେ ହାତକୁ ଦୁଇ ହାତ ହୋଇଛନ୍ତି ମାହାଙ୍ଗା ବିଧାୟକ ଶାରଦା ପ୍ରସାଦ ପ୍ରଧାନ। କେନ୍ଦ୍ରାପଡା ଡେରାବିଶ ବ୍ଲକ ବାରିମୂଳ ଗାଁର ସିପ୍ରା ପ୍ରିୟଦର୍ଶିନୀଙ୍କ ସହ ପଡିଥିଲା ୪୭ ବର୍ଷୀୟ ଶାରଦାଙ୍କ ହାତଗଣ୍ଠି। ରାଜସ୍ଥାନର ଜୟପୁରରେ ହୋଇଥିଲା ମ୍ୟାରେଜ୍ ସେରିମୋନି। ସିପ୍ରା ଓଏଏସ୍ ପାଇ ଏବେ ଟ୍ରେନିଂରେ ଅଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)