Advertisment

ଗୋଟିଏ ଦେହ, ଦୁଇଟି ମୁଣ୍ଡ; ତଥାପି ହାରିନି ଜୀବନ

ତାଙ୍କ ବିଚିତ୍ର ଦୁନିଆରେ ଅନେକ ଅଦ୍ଭୁତ ରହିଛି ଯାହାକୁ ସାଧାରଣ ମଣିଷ ବୁଝିବା କଷ୍ଟକର। ଏହି ବିଚିତ୍ରତା ଭିତରେ ଏବେ ସାମ୍ନାକୁ ଆସିଛି ଏମିତି ଏକ ଘଟଣା ଯାହା ସାରା ଦୁନିଆ ପାଇଁ ଉଦାହରଣ ପାଲଟିଛି।

author-image
Pramod Behera
ଅଦ୍ୟତନ ହୋଇଛି
Conjoined twin got Govt. Job

Conjoined twin got Govt. Job

ଅମୃତସର: ଈଶ୍ୱରଙ୍କ ସୃଷ୍ଟିକୁ କିଏ ବା ବୁଝିଛି। ଋଷି, ମୁନୀ, ମହାନ ପଣ୍ଡିତମାନେ ସତ ଚେଷ୍ଟାକରି ବି ବିଚିତ୍ର ବ୍ରହ୍ମାଣ୍ଡର ଥଳ କୂଳ ପାଇନାହାନ୍ତି। ଈଶ୍ୱର କାହାକୁ କେମିତି ରଖନ୍ତି ଏହା କେବଳ ତାଙ୍କୁ ହିଁ ଜଣା। ତାଙ୍କ ବିଚିତ୍ରତାରେ ଅନେକ ଅଦ୍ଭୁତ ଜିନିଷ ରହିଛି ଯାହାକୁ ସାଧାରଣ ମଣିଷ ବୁଝିବା କଷ୍ଟକର। ଏହି ବିଚିତ୍ରତା ଭିତରେ ଏବେ ସାମ୍ନାକୁ ଆସିଛି ଏମିତି କିଛି ଘଟଣା ଯାହା ସାରା ଦୁନିଆ ପାଇଁ ଉଦାହରଣ ପାଲଟିଛି।

Advertisment

ଈଶ୍ୱର କାହାକୁ କେମିତି ଗଢ଼ନ୍ତି ତାହା କେହି ଜାଣନ୍ତି ନାହିଁ। ଆମେ କହୁଛୁ ଏମିତି ଏକ ସୃଷ୍ଟି ବିଷୟରେ ଯେଉଁଠି ରହିଛି ଦୁଇଟି ମଣିଷ କିନ୍ତୁ ଗୋଟିଏ ଦେହ। ଗୋଟିଏ ଶରୀର ଉପରେ ଦୁଇଟି ମୁଣ୍ଡ ଆଉ ଚାରୋଟି ହାତ। ପଞ୍ଜାବର ଏହି ଦୁଇ ଯୋଡ଼ା ଯମଜ ଭାଇ ସୋନା ସିଂ ଆଉ ମୋନା ସିଂଙ୍କୁ ଥରେ ଦେଖିଲେ ଈଶ୍ୱରଙ୍କ ବିଚିତ୍ର ସଂସାରକୁ ସହଜରେ ଅନୁମାନ କରିହୁଏ।

ଏ ଦୁଇ ଭାଇଙ୍କୁ ଦେଖିଲେ ଆପଣ ଭାବୁଥିବେ ଜୀବନ ଏମାନଙ୍କ ପାଇଁ ହୁଏତ ଖୁବ୍ କଷ୍ଟକର ହୋଇଥିବ। ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏମାନଙ୍କ ପାଖରେ ଜୀବନ ଜିତିଯାଇଛି। ଏ ଦୁଇ ଭାଇ ପାଠସାଠ ପଢ଼ିଛନ୍ତି ତା’ ସହିତ ଚାକିରି ବି କରିଛନ୍ତି। ପିଲାଟି ଦିନରୁ ଆଜି ଯାଏ ଦୁହେଁ ଦୁହିଁଙ୍କ ପାଇଁ ଯତ୍ନବାନ ହୋଇଛନ୍ତି। ଏବେ ଏମାନେ ପଞ୍ଜାବ ରାଜ୍ୟ ବିଦ୍ୟୁତ୍ ନିଗମରେ ଚାକିରି କରିଛନ୍ତି। ଦୁହେଁ ମାସିକ ୨୦ ହଜାର ଟଙ୍କା ଦରମା ପାଇବେ।

Advertisment

ଯୋଡ଼ା ଶରୀର ଥିବା ଏହି ଦୁଇ ଭାଇ ସୋନା ଓ ମୋନା ଆଇଟିଆଇ ପାସ୍ କରିଥିଲେ। ଏହାପରେ ଦୁହେଁ ଆତ୍ମନିର୍ଭର ହେବାକୁ ଉଦ୍ୟମ ଜାରି ରଖିଥିଲେ। ଏମିତି କି ଇଲେକ୍ଟିରେ ଡିପ୍ଲୋମା କରି ଓ୍ୱାର୍କସପ୍ ମଧ୍ୟ କରି ଜୀବନଯାପନ କରୁଥିଲେ। ସେମାନଙ୍କ ସାଧନା ଓ ଦୃଢ ଇଛାଶକ୍ତି ତାଙ୍କୁ ଆଗକୁ ନେଇଥିଲା। ପରେ ସେମାନେ ରାଜ୍ୟ ସରକାରଙ୍କ ଚାକିରୀ ପାଇ ଆବେଦନ କରିଥିଲେ। ପ୍ରବେଶିକା ପରୀକ୍ଷା ଓ ସାକ୍ଷାତକାରରେ ସଫଳ ହେବା ପରେ ଦୁହିଁଙ୍କୁ ନିଯୁକ୍ତି ଦେଇଛନ୍ତି ସରକାର।

ଏହି ଦୁଇ ଭାଇଙ୍କୁ ଅମୃତସରର ଡେଣ୍ଟାଲ କଲେଜ ପାଖ ସବ୍‌ ଷ୍ଟେସନରେ ନିୟମିତ ଟିମେଟ୍ ଭାବେ ନିଯୁକ୍ତି ମିଳିଛି। ଦୁହେଁ ଏବେ ଇଲେକ୍ଟ୍ରି ସପ୍ଲାଇ ରୁମ୍‌ରେ ନିରୀକ୍ଷକ ଭାବେ କାମ କରୁଛନ୍ତି। ତେବେ ଦୁହିଁଙ୍କର ୨ଟି ହାର୍ଟ, ୨ ଯୋଡ଼ା ବାହୁ ଥିବାବେଳେ ସ୍ୱାଭାବିକ ଭାବେ ୨ ଯୋଡ଼ା କିଡ୍‌ନି ଓ ୨ଟି ସ୍ପାଇନାଲ୍ କଡ୍ ରହିଛି। ହେଲେ ଗୋଟିଏ ଲିଭର୍‌ ଓ ଯୋଡ଼େ ଗୋଡ଼ ରହିଛି। ଦୁହେଁ ୨୦୦୩ରେ ଦିଲ୍ଲୀର ସୁଚେତା କ୍ରିପାଳିନୀ ହସ୍ପିଟାଲରେ ଜନ୍ମଗ୍ରହଣ କରିଥିଲେ।

ତେବେ ସୋନା ଓ ମୋନାଙ୍କ ଜୀବନ ସେତିକି ସହଜ ନଥିଲା। ଜୀବନରେ ଭରି ରହିଛି ଦୁଃଖ । ଜନ୍ମବେଳେ ବାପା ମାଆ ଛାଡ଼ି ଚାଲିଯାଇଥିଲେ। ପରେ ଦିଲ୍ଲୀ ଏମ୍ସରେ ଏ ଦୁହିଁଙ୍କୁ ଅଲଗା କରିବା ପାଇଁ ବିଚାର ଚାଲିଥିଲା। କିନ୍ତୁ ଜୀବନ ପ୍ରତି ବିପଦ ଥିବା ଆଶଙ୍କାରେ ଡାକ୍ତରୀ ଦଳ ସେ ନିଷ୍ପତ୍ତିରୁ ଓହରି ଯାଇଥିଲେ। ଆଉ ଏବେ ଏ ଦୁଇ ଭାଇ ସାରା ଦେଶରେ ଚର୍ଚ୍ଚିତ। ଆଜି ତାଙ୍କ ବାପା ମାଆ ଯେଉଁଠି ବି ଥାଆନ୍ତୁ ତାଙ୍କୁ ଦୁଇ ପୁଅଙ୍କୁ ଟିଭି ଓ ଖବର କାଗଜରେ ଦେଖୁଥିବେ ନିଶ୍ଚୟ ଆଉ ଖୁସି ମଧ୍ୟ ହେଉଥିବେ।

Ajab Gajab
Advertisment
Advertisment