• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ବାହାରେ ଦେଖିଲେ ଘର ଭଳି, ଭିତରକୁ ଜଣାପଡେ ଦୁର୍ଗ ଭଳି 

ରଙ୍ଗୀନ ଦୁନିଆର ବିଚିତ୍ର ଦୃଶ୍ୟପଟ । ଏହା ହିଁ ଆମ ବିଚିତ୍ର ବ୍ରହ୍ମାଣ୍ଡର ପରିଚୟ । ଚୀନର ପୂର୍ବାଞ୍ଚଳରେ ରହିଛି ସେହିଭଳି ଏକ ବିଚିତ୍ର । ପୂର୍ବାଞ୍ଚଳର ଫୁଜିୟାନ ପ୍ରାନ୍ତରେ ଲୁଚି ରହିଛି ଏହି ଆଶ୍ଚର୍ଯ୍ୟ ଜଙ୍ଗଲ ଓ ପାହାଡ ମଧ୍ୟରେ । ଏଠାରେ ରହିଛି ମାଟି ନିର୍ମିତ ଦୁର୍ଗ । ଯାହାକୁ ସ୍ଥାନୀୟ ଭାଷାରେ କୁହାଯାଏ, ଟୁଲୋ । ଟୁଲୋର ଅର୍ଥ ମାଟି ନିର୍ମିତ ଘର । ଏହା କୌଣସି ସାଧାରଣ ଘର ନୁହେଁ । ବାସ୍ତବରେ ଏହା ବିଶାଳକାୟ ଦୁର୍ଗ । ଯାହା ଭିତରେ ଅନେକ ବସ୍ତି ରହିଛି । ଏହା ଭିତରେ ଅନେକ ଛୋଟ ଛୋଟ ସାହି ମଧ୍ୟ ନିର୍ମିତ ହୋଇଉଠିଛି । କିନ୍ତୁ ବାହାରେ ଦେଖିଲେ ଏହା କୌଣସି ସାଧାରଣ ଘର ଭଳି ହିଁ ଜଣାପଡେ । କିନ୍ତୁ ଭିତରକୁ ଯିବା ମାତ୍ରେ ଜଣାପଡେ ଏହା ଦୁର୍ଗ ଭଳି ।

ଏଠାରେ ରହୁଥିବା ଲୋକମାନଙ୍କର ପୂରା ଜୀବନ ଏହାରି ଭିତରେ ବିତିଥାଏ । ସାଧାରଣ ଭାବେ ଏହି ଟୁଲୋ ଏକ ଅଗଣାର ଆଖପାଖରେ ନିର୍ମିତ ହୋଇଛି । ଏହାର ଚାରିପାଖରେ ଘେରି ରହିଛି ୨-୩ ମହଲା ବିଶିଷ୍ଟ ଘର । ବାହାରୁ ଏହା ବେଶ୍‌ ଶକ୍ତ । କୌଣସି ବିପଦଜ୍ଜନକ ପରିସ୍ଥିତିରେ ଏହି ମଜବୁତ ଘର ଗୁଡିକ ଭିତରେ ଥିବା ଲୋକମାନଙ୍କୁ ସୁରକ୍ଷା ଦେଇଥାଏ । ଏହି ଭିତରେ ରହୁଥିବା ଲୋକମାନେ ନିଜକୁ ଓ ନିଜ ପରମ୍ପରାକୁ ସୁରକ୍ଷିତ ରଖିଥାଆନ୍ତି ।

ବାହାର ଦୁନିଆର ଲୋକମାନଙ୍କୁ ଏହା ଭିତରକୁ ଯିବାକୁ ଅନୁମତି ନାହିଁ । ଏହି ଟୁଲୋ ଭିତରେ ଆପଣଙ୍କୁ ଏକ ରୋ ରେ କାଠରେ ନିର୍ମିତ ଘର ଗୁଡିକ ଦେଖିବାକୁ ମିଳିବ । ଏଠାରେ ଗ୍ରାଉଣ୍ଡ ଫ୍ଲୋରରେ  କିଚେନ ନିର୍ମିତ ହୋଇଥିବା ବେଳେ ଉପରେ ଷ୍ଟୋର ରୁମ୍‌ ବନାଯାଇଥାଏ । ଏହା ଉପର ମହଲାକୁ ବେଡରୁମ୍‌ ଭଳି ବ୍ୟବହାର କରାଯାଏ । ଶହ ଶହ ବର୍ଷ ଧରି ଏଠାରେ ଲୋକମାନେ ରହିଆସୁଛନ୍ତି ।

Tulao house, chinaTulao house, china

ଶୀତଳ ଯୁଦ୍ଧ ସମୟରେ ଏହି ଦୁର୍ଗକୁ ଆମେରିକା ମିଜାଇଲ୍‌ ସିଲୋ ବା ମିଜାଇଲ୍‌ ଗୋଦାମ ବୋଲି ଭାବିନେଇଥିଲା । ଯେଉଁଠାରେ ମିଜାଇଲ୍‌ ଲୁଚାଇ ରଖାଯାଏ । ପରବର୍ତ୍ତୀ ସମୟରେ ଏହାର ସତ୍ୟତା ସାମ୍ନାକୁ ‌ଆସିଥିଲା । ଏହି ଟୁଲୋ ଗୁଡିକୁ ଷୋଡଶରୁ ବିଂଶ ଶତାବ୍ଦୀ ମଧ୍ୟରେ ନିର୍ମିତ ହୋଇଥିଲା । ୨୦୦୮ରେ ୟୁନେସେ୍କା ଏହାକୁ ବିଶ୍ୱ ଐତିହ୍ୟର ମାନ୍ୟତା ଦେଇଥିଲା ।

ଯେତେବେଳେ ଚୀନରେ ‌ଆଥିର୍କ ସୁଧାର ‌ଆରମ୍ଭ କରାଯାଇଥିଲା । ସେତେବେଳେ ଏହି ଟୁଲୋରେ ରହୁଥିବା ଲୋକମାନଙ୍କ ମଧ୍ୟରୁ ଅନେକ ଲୋକ ସହରରେ ରହିବାକୁ ଲାଗିଥିଲେ । ଫଳରେ ଏହି ଭବ୍ୟ ଟୁଲୋ ଜନଶୂନ୍ୟ ହେବାକୁ ଲାଗିଥିଲା । କିନ୍ତୁ ବିକାଶ ଓ ଉନ୍ନତି ହେବା ସହ ଏଠାରେ ପୁଣିଥରେ ଲୋକମାନେ ‌ଆସିବାକୁ ଆରମ୍ଭ କରିଥିଲେ ।

ପର୍ଯ୍ୟଟକମାନଙ୍କର ମଧ୍ୟ ଭିଡ ଏଠାରେ ହେବାକୁ ଲାଗିଲା । ୨୦୦୮ ପରେ ଏଠାରେ ପର୍ଯ୍ୟଟନର ବିସ୍ତାର କରାଗଲା । ଏଠାରେ ଲୋକମାନେ ବାହାର ଲୋକମାନଙ୍କ ସହ ମିଳାମିଶା କରିବା ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ ଜଣାପଡିଲା ଯେ ଏହା ଭିତରେ ଏକ ସମ୍ପୂର୍ଣ୍ଣ ଦୁନିଆ ରହିଛି । ତେଣୁ ଧୀରେ ଧୀରେ ଏହା ବିକଶିତ ହେବାରେ ଲାଗିଲା । ସ୍ଥାନୀୟ ଲୋକମାନେ ମଧ୍ୟ ବାଣିଜ୍ୟ ବ୍ୟବସାୟ କରିବାକୁ ଲାଗିଲେ । ଆଉ ଏହା ଦେଶ ବିଦେଶରେ ପରିଚିତ ହେବାକୁ ଲାଗିଲା ।