• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ପୁରୀ: କୋଣାର୍କ-କାକଟପୁର ରାସ୍ତା ବଢେଇ ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ଭାରସାମ୍ୟ ହରାଇ ମଣ୍ଡପକୁ ବାଇକ ଧକ୍କା ଦେଇଛି । ଏଥିରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣଙ୍କର ଜୀବନ ଯାଇଛି । ମୃତକ ଦୁହେଁ ଦୁଇ ବନ୍ଧୁ ବୋଲି ସୂଚନା ମିଳିଛି ।

ବିଳମ୍ବିତ ରାତିରେ ଦୁଇ ବାଇକ ଆରୋହୀ କୋଣାର୍କରୁ କାକଟପୁର ଫେରୁଥିବା ବେଳେ ବଢେଇଛକ ବୁଲାଣି ନିକଟରେ ମଣ୍ଡପକୁ ଧକ୍କା ଦେଇଥିଲେ । ଗୁରୁତର ଆହତଙ୍କୁ ଉଦ୍ଧାର କରି ସ୍ଥାନୀୟ ଅଗ୍ନିସମ ବିଭାଗର କର୍ମଚାରୀ ଚିକିତ୍ସା ପାଇଁ ଗୋପ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତକମାନେ କାକଟପୁରର ଅଂଚଳର ବୋଲି ସୂଚନା ମିଳିଛି ।