Advertisment

୧୩୫ ବର୍ଷରେ ମୃତ୍ୟୁ; ଖାଉଥିଲେ ଚକୋଲେଟ୍, ମଦ ଓ ସିଗାରେଟ୍

ଦୀର୍ଘ ୧୩୫ ବର୍ଷ ବଞ୍ଚିବା ପରେ ବୃଦ୍ଧାଙ୍କ ମୃତ୍ୟୁ ହୋଇଛି। ଜୀବିତ ଅବସ୍ଥାରେ ସେ ସପ୍ତାହରେ ଏକ କିଲୋ ଚକୋଲେଟ୍ ଖାଉଥିଲେ। ଏହା ବ୍ୟତୀତ ସେ ମୃତ୍ୟୁ ପର୍ଯ୍ୟନ୍ତ ସିଗାରେଟ୍ ଏବଂ ମଦ ମଧ୍ୟ ପିଉଥିଲେ।

author-image
Pramod Behera
ଅଦ୍ୟତନ ହୋଇଛି
Oldest person ever recorded died aged 135

Oldest person ever recorded died aged 135

ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡ ସଠିକ ପ୍ରମାଣକୁ ଆଧାର କରି ରେକର୍ଡଗୁଡିକ ଗ୍ରହଣ କରେ। ଏଥିରେ ଅନେକ ରେକର୍ଡ ରହିଥିବା ବେଳେ ଦୁନିଆର ସବୁଠାରୁ ବୟସ୍କ ବ୍ୟକ୍ତିଙ୍କ ରେକର୍ଡ ମଧ୍ୟ ରହିଛି। ବର୍ତ୍ତମାନ ଏହି ରେକର୍ଡ ଜାପାନର କେନ୍‌ ତାନାକାଙ୍କ ନାମରେ ରହିଛି।

Advertisment

ଏଠାରେ ଯେଉଁ ମହିଳାଙ୍କ ବିଷୟରେ କୁହାଯାଉଛି ତାଙ୍କୁ ପ୍ରାୟ ୧୩୫ ବର୍ଷ ବୟସ ହୋଇଥିଲା। ସେ ଗତ ସପ୍ତାହରେ ମୃତ୍ୟୁ ବରଣ କରିଥିଲେ। ଚାଇନାର ଅଧିକାରୀଙ୍କ ଅନୁଯାୟୀ ଏହି ମହିଳା ଦୁନିଆର ସବୁଠାରୁ ବୟସ୍କା ମହିଳା ଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ, ବିଶ୍ୱର ସବୁଠାରୁ ବୟସ୍କ ଜୀବନ୍ତ ମହିଳାଙ୍କ ବୟସ ୧୧୮ ବର୍ଷ ରହିଛି।

ଚାଇନାର ଅଧିକାରୀଙ୍କ କହିବାନୁସାରେ, ଆଲମିହାନ୍ ସୀଇଟିଙ୍କ ଜନ୍ମ ୧୮୮୬ ମସିହା ଜୁନ୍ ୨୫ରେ ହୋଇଥିଲା। ସେତେବେଳେ ଚାଇନାରେ ରାଜବଂଶ ପରମ୍ପରା ଚାଲିଥିଲା। ଗତ ସପ୍ତାହରେ ଆଲମିହାନ୍ ସୀଇଟି ନିଜ ପରିବାର ସଦସ୍ୟଙ୍କ ଗହଣରେ ଶେଷ ନିଶ୍ୱାସ ତ୍ୟାଗ କଲେ। ଯଦି ଚାଇନାର ଅଧିକାରୀମାନଙ୍କୁ ବିଶ୍ୱାସ କରାଯାଏ, ତେବେ ଆଲମିହାନ୍ ଦୁନିଆର ସବୁଠାରୁ ବୟସ୍କ ମହିଳା ହେବେ।

Advertisment

ସବୁଠାରୁ ବଡ କଥା ହେଉଛି ମୃତ୍ୟୁ ପର୍ଯ୍ୟନ୍ତ ସେ ପ୍ରତି ସପ୍ତାହରେ ଏକ କିଲୋ ଚକୋଲେଟ୍ ଖାଉଥିଲେ। ଏହା ବ୍ୟତୀତ ସେ ମୃତ୍ୟୁ ପର୍ଯ୍ୟନ୍ତ ସିଗାରେଟ୍ ଏବଂ ମଦ ମଧ୍ୟ ଖାଉଥିଲେ। ତେବେ ଏପର୍ଯ୍ୟନ୍ତ ତାଙ୍କ ପରିବାର କିମ୍ବା ଚୀନ୍ କର୍ତ୍ତୃପକ୍ଷ ତାଙ୍କ ବୟସ ବିଷୟରେ କୌଣସି ଦୃଢ ପ୍ରମାଣ ଦେଇପାରି ନାହାନ୍ତି।

ଚଳିତ ବର୍ଷ ଡିସେମ୍ବରରେ ୧୬ରେ ଆଲମିହାନ୍ ସିଇଟିଙ୍କର ମୃତ୍ୟୁ ହୋଇଥିଲା। ସେ ତାଙ୍କ ଜୀବନରେ ଦୁଇଥର କର୍କଟ ଭଳି ବିନାଶକାରୀ ରୋଗକୁ ମଧ୍ୟ ପରାସ୍ତ କରିଥିଲେ। ଆଲମିହାନ ସିଇଟି ମାତ୍ର ୧୭ ବର୍ଷ ବୟସରେ ବିବାହ କରିଥିଲେ। ଗଣମାଧ୍ୟମ ଅନୁଯାୟୀ, ୧୯୭୬ ମସିହାରେ ତାଙ୍କ ସ୍ୱାମୀଙ୍କର ମୃତ୍ୟୁ ହୋଇଥିଲା। ଆଲମିହାନ୍ ଗୀତ ଗାଇବାକୁ ବହୁତ ଭଲ ପାଉଥିଲେ। ଏହା ବ୍ୟତୀତ ସେ ଅନେକ ପ୍ରକାର ବାଦ୍ୟଯନ୍ତ୍ର ବଜାଇବାରେ ମଧ୍ୟ ସିଦ୍ଧହସ୍ତ ଥିଲେ। ତାଙ୍କ ସମ୍ପର୍କୀୟଙ୍କ କହିବା ଅନୁଯାୟୀ, ମୃତ୍ୟୁ ପର୍ଯ୍ୟନ୍ତ ସେ ଭଲ ଭାବେ ଦେଖିପାରୁଥିଲେ ଆଇ ଶୁଣିବାରେ ମଧ୍ୟ ସକ୍ଷମ ଥିଲେ। କିନ୍ତୁ କେବଳ ଚାଲିବାରେ ଅସୁବିଧାର ସମ୍ମୁଖୀନ ହେଉଥିଲେ।

ସୂଚନା ମୁତାବକ ଯଦି ଆଲମିହାନ ସିଇଟିଙ୍କର ବୟସକୁ ନେଇ ସଠିକ ପ୍ରମାଣପତ୍ର ଦିଆଯାଏ ତେବେ ସେ ସେ ଗିନିଜ ବୁକ୍ ଅଫ୍ ରେକର୍ଡରେ ଦୁନିଆର ସବୁଠାରୁ ବୟସ୍କ ମହିଳା ଭାବରେ ଅନ୍ତର୍ଭୁକ୍ତ ଥିବା କେନ ତାନାକାଙ୍କ ଠାରୁ ୧୭ ବର୍ଷ ବଡ। କିନ୍ତୁ ଆଲମିହାନଙ୍କ ପରିବାର ତାଙ୍କ ବୟସକୁ ନେଇ ଗିନିଜ ୱାର୍ଲ୍ଡ ରେକର୍ଡରେ ତାଙ୍କ ନାମକୁ ପଞ୍ଜିକରଣ କରି ନ ଥିଲେ। ଏହି କାରଣରୁ ତାଙ୍କ ନାମ ରେକର୍ଡ ବୁକ୍‌ରେ ପ୍ରବେଶ ହୋଇପାରିଲା ନାହିଁ।

ଜାପାନର କେନ୍ ତାନାକା ବର୍ତ୍ତମାନ ଜୀବିତ ଅଛନ୍ତି। କିନ୍ତୁ ଆମେ ଯଦି ସବୁଠାରୁ ବୟସ୍କ ମହିଳାଙ୍କ ରେକର୍ଡକୁ ନେବା ତେବେ ଏହି ରେକର୍ଡ ଜିନି ଲୁଇସ୍ କମେଣ୍ଟଙ୍କ ନାମରେ ଅଛି, ଯିଏ ୧୯୯୭ରେ ୧୨୨ବର୍ଷ ବୟସରେ ମୃତ୍ୟୁ ବରଣ କରିଥିଲେ।

Ajab Gajab
Advertisment
Advertisment