Advertisment

କରୋନା କଟକଣା ଭୁଲି ନାଚ ଗୀତରେ ମସଗୁଲ୍ ରେଭେନ୍ସା ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ

ରାଜ୍ୟରେ ୪ ଓମିକ୍ରନ୍ ଚିହ୍ନଟ ହେବା ପରେ ଏବେ ସଜାଗ ହୋଇଛନ୍ତି ରାଜ୍ୟ ସରକାର । ତେବେ ଏହାରି ମଧ୍ୟରେ କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ଆସିଛି ଏକ ସାଂଘାତିକ ଚିତ୍ର । ୟୁନିଭରସିଟିର ଖେଳ ପଡିଆରେ ନାଚ ଗୀତରେ ମସଗୁଲ୍ ହୋଇଛନ୍ତି ଛାତ୍ରଛାତ୍ରୀ ।

author-image
Otv Khabar Bureau
ଅଦ୍ୟତନ ହୋଇଛି
Ravenshaw University

Ravenshaw University

କଟକ: ରାଜ୍ୟରେ ୪ ଓମିକ୍ରନ୍ ଚିହ୍ନଟ ହେବା ପରେ ଏବେ ସଜାଗ ହୋଇଛନ୍ତି ରାଜ୍ୟ ସରକାର । ତେବେ ଏହାରି ମଧ୍ୟରେ କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ଆସିଛି ଏକ ସାଂଘାତିକ ଚିତ୍ର । ୟୁନିଭରସିଟିର ଖେଳ ପଡିଆରେ ନାଚ ଗୀତରେ ମସଗୁଲ୍ ହୋଇଛନ୍ତି ଛାତ୍ରଛାତ୍ରୀ । ତା ପୁଣି ଅଧ୍ୟାପକ ଓ ଅଧ୍ୟାପିକାଙ୍କ ଉପସ୍ଥିତିରେ ହୋଇଥିବାର ଦେଖିବାକୁ ମିଳିଛି । ସତେ ଯେମିତି ସମସ୍ତେ କରୋନାକୁ ଭୁଲି ଯାଇଥିବାର ଜଣାପଡୁଛି ।

Advertisment

ଆନୁଆଲ ଆଥଲେଟିକ ମିଟ୍ ଅବସରରେ ଏହି କାର୍ଯ୍ୟକ୍ରମ ହୋଇଥିଲା । ବୁଧବାର ଦିନ ଏହି ନାଚ ଗୀତ କାର୍ଯ୍ୟକ୍ରମ ହୋଇଛି । ଏହି କାର୍ଯ୍ୟକ୍ରମରେ ୟୁନିଭରସିଟିର କୁଳପତିଙ୍କ ସହିତ ଅନ୍ୟ ଅଧ୍ୟାପକ ଅଧ୍ୟାପିକା ମଧ୍ୟ ଉପସ୍ଥିତ ଥିଲେ ।

ଏତେ ସଂଖ୍ୟାରେ ପିଲାଙ୍କୁ ଏକାଠି କାହିଁକି କରାଗଲା ତାହା ଏବେ ବଡ଼ ପ୍ରଶ୍ନବାଚୀ ହୋଇଛି । ଘଟଣା ସମୟର ଭିଡିଓଟି ଏବେ ବେଶ ଭାଇରାଲ୍ ହେବାରେ ଲାଗିଛି । ସେପଟେ ଏହାକୁ ନେଇ ରେଭେନ୍ସା କର୍ତ୍ତୃପକ୍ଷଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

Advertisment

ଏପଟେ ଆଉ ଏକ ସାଂଘାତିକ ଦୃଶ୍ୟ ସମସ୍ତଙ୍କ ସାମ୍ନାକୁ ଆସିଛି । ବ୍ରହ୍ମପୁରରେ ଆୟୋଜିତ ହୋଇଥିବା ରାଜ୍ୟସ୍ତରୀୟ ପଲ୍ଲିଶ୍ରୀ ମେଳାରେ ଖୁନ୍ଦା ଖୁନ୍ଦି ହୋଇ ସମସ୍ତେ ନାଚିବାରେ ବ୍ୟସ୍ତ ଥିବାର ଚିତ୍ର ଏବେ ଭାଇରାଲ ହେବାରେ ଲାଗିଛି। ଏହି ମେଳାରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଲୋକମାନେ ଏହି ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ଭରପୁର ମଜା ଉଠାଇଥିଲେ। କୌଣସି ସାମାଜିକ ଦୂରତା ନ ରଖି କାର୍ଯ୍ୟକ୍ରମ ଦେଖିବା ସହ ନାଚଗୀତରେ ମସଗୁଲ ଥିଲେ। ଏହାସହ ମେଳା ପଡ଼ିଆରେ ପଡ଼ିଥିବା ଫୁଡ୍‌ ଷ୍ଟଲରେ ଶହଶହ ଲୋକଙ୍କ ଭିଡ ଦେଖିବାକୁ ମିଳିଥିଲା।ଏହି ମେଳାରେ ଅଧିକ ଲୋକଙ୍କ ସମାଗମ ଥିବା ବେଳେ କାହା ମୁହଁରେ ମାସ୍କ ନଥିଲା। ଏହି ମେଳାରେ ଲୋକେ ଏତେ ମସଗୁଲ ଥିଲେ ଯେ, କରୋନା କଟକଣାକୁ ଯେପରି କାହାରି ନିଘା ନଥିଲା ।

Ravenshaw University Covid Norms
Advertisment
Advertisment