• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  •  ଭୂତର ସହର- ଆକରମାରା ଘୋଷ୍ଟ ସିଟି

ଆମ ବିଶ୍ୱରେ ଏଭଳି ଅନେକ ସ୍ଥାନ ରହିଛି ଯାହା ପରିତ୍ୟକ୍ତ ଅବସ୍ଥାରେ । ଆଉ ଅନେକ ଲୋକ ଏହାକୁ ଭୂତିଆ ବା ଭୂତଙ୍କ ସହରର ଆଖ୍ୟା ଦେଇଥାଆନ୍ତି । କାରଣ ଏହି ସ୍ଥାନ ଗୁଡିକର ଇତିହାସ ବାସ୍ତବରେ ଡରାଇ ଦେବା ଭଳି । କିଛି ଗବେଷଣା ଯାହା ସମ୍ପୂର୍ଣ୍ଣ ଭାବେ ଫେଲ ହୋଇଛି । ସେହିଭଳି ଏଭଳି କିଛି ସହର ଯାହା ଏଭଳି ସ୍ଥାନରେ ନିର୍ମାଣ କରାଯାଇଛି ଯେଉଁଠାରେ କୌଣସି ମଣିଷ ରହିପାରେନାହିଁ । ସେହିଭଳି ଏକ ସହର ଆବଖାଜିଆ ଦେଶର ‘ଆକରମାରା ଘୋଷ୍ଟ ସିଟି’ । ଯେଭଳି ଏହି ଆବଖାଜିଆ ଦେଶ ପରିତ୍ୟକ୍ତ ଓ ଜନଶୂନ୍ୟ । ଠିକ୍‌ ସେହିଭଳି ଏହି ଆକରମରା ସହର ମଧ୍ୟ ପରିତ୍ୟକ୍ତ ଓ ଜନଶୂନ୍ୟ ।

ଏପରି ଗୋଟେ ସମୟ ଥିଲା ଏଠାରେ ଲୋକମାନଙ୍କ ଭିଡ ଦେଖିବାକୁ ମିଳୁଥିଲା । କିନ୍ତୁ ଆଜି ଏ ସହର ଖାଲି । ଦୂର ଦୂର ପର୍ଯ୍ୟନ୍ତ କେହି ମଧ୍ୟ ନଜର ଆସନ୍ତି ନାହିଁ । ଲୋକମାନେ ଏହି ସହରକୁ ଯିବାକୁ ମଧ୍ୟ ଭୟ କରିଥାଆନ୍ତି । ଅନେକ ବର୍ଷ ତଳେ ଏଠାରେ ଏକ ଯୁଦ୍ଧ କାରଣରୁ ଅନେକ ଲୋକମାନଙ୍କର ମୃତ୍ୟୁ ହୋଇଥିଲା । ତେଣୁ ଲୋକମାନେ ବିଶ୍ୱାସ କରନ୍ତି ଯେ, ଏଠାରେ ସେହି ମୃତ ଲୋକମାନଙ୍କର ଆତ୍ମା ବିଚରଣ କରିଥାଆନ୍ତି । ତେଣୁ ଏ ସହର ଭୂତର ସହର ନାଁରେ ପରିଚିତ ହେଲା ।

୧୯୯୦ରୁ ଆବଖାଜିଆ ନିଜକୁ ସ୍ୱାଧୀନ ଦେଶ ବୋଲି ଘୋଷଣା କରିସାରିଛି । କିନ୍ତୁ ଏହି ଦେଶକୁ ଅନ୍ୟ ଦେଶମାନେ ସ୍ୱାଧୀନ ଦେଶର ମାନ୍ୟତା ଦେଇ ନଥିଲେ । ଏହି ଦେଶକୁ ନେଇ ଅନେକ ବାଦବିବାଦ ପରେ ଏହି ଦେଶରେ ଯୁଦ୍ଧ ଲାଗିରହିଥିଲା । ଆଉ ଯୁଦ୍ଧରେ ଏହି ଦେଶର ଅନେକ କ୍ଷତି ହୋଇଥିଲା । ଆଉ ଯୁଦ୍ଧ ପରେ ଏହି ସ୍ଥାନର ରୂପରେଖ ବଦଳିଗଲା । ଆକରମରାରେ ଅନେକ ଘର ଜନଶୂନ୍ୟ ହୋଇଗଲା । କାରଣ ଏଠାରେ ରହୁଥିବା ହଜାର ହଜାର ଲୋକ ଏହି ଯୁଦ୍ଧରେ ପ୍ରାଣ ହରାଇଥିଲେ । ଏହି ସହର ଖାଲି ହେବା ପରେ ଏହାକୁ ପ୍ରକୃତି କୋଳାଇ ନେଲା ।

ବର୍ତ୍ତତ୍ମାନ ଦେଖିବାକୁ ଏହି ସ୍ଥାନ ବେଶ୍‌ ଆକର୍ଷଣୀୟ ଓ ସୁନ୍ଦର ଲାଗେ । ଆଉ ସେଥିପାଇଁ ଏଠାରେ ପର୍ଯ୍ୟଟକମାନଙ୍କର ଭିଡ ମଧ୍ୟ ଦେଖିବାକୁ ମିଳେ । କିନ୍ତୁ ଆଜି ମଧ୍ୟ ରାତି ସମୟରେ ଏହି ସ୍ଥାନ ସୁରକ୍ଷିତ ନୁହେଁ ବୋଲି କୁହାଯାଏ । କେବଳ ସେତିକି ନୁହେଁ ଏହି ସ୍ଥାନର କିଛି ଦୃଶ୍ୟ ଏହାର ଭୟାନକ ଇତିହାସ ସମ୍ପର୍କରେ ବୟାନ କରେ ।

AKARMARA GHOST CITYAKARMARA GHOST CITY

ଏହି ସହର ଏକ ପୋଲାର ବିପରୀତ ସହର । ଏହା ଏକ ଖଣିର ସହର ଥିଲା । ପାଖାପାଖି ୪୦ ହଜାର ଲୋକମାନେ ଏଠାରେ ବସବାସ କରୁଥିଲେ । କିନ୍ତୁ ୧୯୭୦-୮୦ ଯୁଦ୍ଧ ସମୟରେ ଅର୍ଥନୈତିକ ସଙ୍କଟ ସମୟରେ ଖଣି ସବୁ ବନ୍ଦ ହୋଇଯିବା ସହ ଏହା ଧୀରେ ଧୀରେ ଜନଶୂନ୍ୟ ହେବାକୁ ଲାଗିଲା । ପରବର୍ତ୍ତୀ ସମୟରେ ଜନଶୂନ୍ୟ ହେବା କାରଣରୁ ଏହା ବାହ୍ୟ ଜଗତରୁ ମଧ୍ୟ ବିଚ୍ଛିନ୍ନ ହୋଇଗଲା । ତଥାପି ଏହି ସ୍ଥାନକୁ ‌ଆଜି ବି ପର୍ଯ୍ୟଟକ ଆସିଥାଆନ୍ତି । ଆଉ ଏଠାରେ ଠିଆ ହୋଇ ରହିଥିବା ବଡ ବଡ ଘର, ଅଟ୍ଟାଳିକା ଇତ୍ୟାଦି ଏହି ସହରର ଇତିହାସ ସମ୍ପର୍କରେ ବଖାଣୁଥିବା ଭଳି ମନେ ହୁଏ ।