• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ୱାଶିଂଟନ୍:୩୭ ବର୍ଷୀୟ ଜଣେ ପୁରୁଷ ଜନ୍ମ ଦେଇଛନ୍ତି ଗୋଟିଏ ପୁତ୍ର ସନ୍ତାନକୁ । ଆପଣ ଭାବୁଥିବେ ଏହା କିପରି ସମ୍ଭବ ହୋଇପାରିବ । ହେଲେ ଆମେରିକାରେ ଏହି ଘଟଣା ଘଟିଛି । ବ୍ୟକ୍ତି ଜଣକ ତାଙ୍କ ପୁଅକୁ ଜନ୍ମ ଦେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି । ହେଲେ ଲୋକମାନେ ତାଙ୍କୁ ବାପା ବଦଳରେ ମା ବୋଲି କହିବା ଆରମ୍ଭ କଲେ । ଯେଉଁଥିପାଇଁ  ବ୍ୟକ୍ତି ଜଣକ ଦୁଃଖରେ ମର୍ମାହତ ହେବା ସହ ସେଠାକାର ଲୋକମାନଙ୍କ ଉପରେ ବର୍ଷିଛନ୍ତି ।

Transgender man who gave birth slams nurses who called him ‘Mom’

ସୂଚନା ଅନୁସାରେ, ଆମେରିକାର ଲସ୍ ଆଞ୍ଜେଲସରେ ରହୁଥିବା ୩୭ ବର୍ଷୀୟ ବେନେଟ୍ କାସପର୍-ୱିଲିୟମ୍ସ ଜଣେ କିନ୍ନର ପୁରୁଷ ।  ୭ ବର୍ଷ ତଳେ ସେ ଜଣେ ମହିଳା ଥିଲେ । ହେଲେ ସେ ୩ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କରି ନିଜ ସ୍ତନ ଅସ୍ତ୍ରୋପଚାର କରି ପୁରୁଷରେ ପରିବର୍ତ୍ତନ ହୋଇଥିଲେ । କିନ୍ତୁ ବେନେଟ୍ ଜଣେ ମା ହେବାର ଆନନ୍ଦ ଉପଭୋଗ କରିବାକୁ ଚାହୁଁଥିଲେ ତେଣୁ ସେ ତାଙ୍କର ମହିଳା ବ୍ୟକ୍ତିଗତ ଅଙ୍ଗ ପରିବର୍ତ୍ତନ କରିନଥିଲେ । ୨୦୧୭ ମସିହାରେ, ସେ ମଲିକ ନାମକ ଜଣେ ବ୍ୟକ୍ତିଙ୍କୁ ଭେଟିଥିଲେ । ସମୟ ବଢିବା ସହ ଉଭୟ ପରସ୍ପରକୁ ଭଲ ପାଇଲେ ଯାହା ପରେ ସେମାନେ ନିଜ ପରିବାରକୁ ଆଗକୁ ନେବାକୁ ନିଷ୍ପତ୍ତି ନେଲେ ।

୨୦୨୦ ମସିହାରେ ସେ ତାଙ୍କ ପୁଅ ହଡ୍‌ସନ୍‌ଙ୍କୁ ଜନ୍ମ ଦେଇଥିଲେ । ସେହି ସମୟରେ ତାଙ୍କ ସହ ଘଟିଥିବା ଏକ ଅଦ୍ଭୁତ ଅନୁଭୂତି ବିଷୟରେ ସେ ସୋସିଆଲ୍‌ ମିଡିଆରେ ସେୟାର କରିଛନ୍ତି । ଏହା ସହ ଲୋକଙ୍କ ଉପରେ ବିଷୋଦଗାର କରିଛନ୍ତି । 

ଡେଲି ଷ୍ଟାର ନ୍ୟୁଜ୍‌ ଏଜେନ୍ସିର ରିପୋର୍ଟ ଅନୁଯାୟୀ, ବେନେଟ କହିଛନ୍ତି ଯେ, ଡାକ୍ତରଖାନାର ଲୋକମାନେ ତାଙ୍କୁ ଶିଶୁର ପିତାଙ୍କ ବଦଳରେ ଶିଶୁର ମା ବୋଲି କହିବା ଆରମ୍ଭ କରିଥିଲେ । ଯାହାକୁ ନେଇ ସେ ଆପତ୍ତି ଉଠାଇଥିଲେ । କାରଣ ସେ ବିଶ୍ୱାସ କରନ୍ତି ଯେ ମାତୃତ୍ୱର ଭାବନା କେବଳ ମହିଳାମାନଙ୍କଠାରେ ନୁହେଁ ପୁରୁଷମାନଙ୍କଠାରେ ମଧ୍ୟ ଜନ୍ମ ହୋଇପାରେ । ଏହାସହ ସେ କହିଛନ୍ତି, ମାତୃତ୍ୱ ଏବଂ ନାରୀ ମଧ୍ୟରେ ପାର୍ଥକ୍ୟ ଅଛି, ଯାହା ବିଷୟରେ ଲୋକମାନେ ବୁଝିପାରୁନାହାଁନ୍ତି । ବର୍ଷ ବର୍ଷ ଧରି ଲୋକମାନଙ୍କ ଏହା ଚିନ୍ତାଧାରା ରହିଛି ଯେ, ଯେଉଁମାନେ ମାଆ ହୋଇପାରିବେ କେବଳ ସେହିମାନେ ହିଁ ମାତୃତ୍ୱର ଭାବନା ପାଇପାରିବେ ।

ଡେଲି ମେଲ ସହ ଏକ ବାର୍ତ୍ତାଳପରେ ବେନେଟ କହିଛନ୍ତି- “ଆମକୁ ମାତୃଭାଷା ଏବଂ ନାରୀତ୍ୱକୁ ଅଲଗା କରିବାକୁ ପଡ଼ିବ । ଆମକୁ ଏହା ବୁଝିବାକୁ ପଡିବ ଯେ ଯେକୌଣସି ମଣିଷ ନିଜ ସନ୍ତାନ ପ୍ରସବ କରିପାରିବ, ସେ ଜଣେ ମାତା, ତାଙ୍କ ଭିତରେ ମାତୃତ୍ୱ ରହିଛି । କେବଳ ମହିଳାମାନେ ହିଁ ମାଆ ହୋଇନଥାନ୍ତି" । ଇଣ୍ଟାଗ୍ରାମ୍‌ରେ ବେନେଟଙ୍କୁ ପ୍ରାୟ ୨୦ ହଜାର ଲୋକ ଫଲୋ କରିଥିବାବେଳେ ଅନେକ ଲୋକେ ତାଙ୍କୁ ସମର୍ଥନ ମଧ୍ୟ କରୁଛନ୍ତି ।