Advertisment

ଈଶ୍ୱର ରକ୍ଷା କରିଦେଲେ ନବଜାତ କନ୍ୟାକୁ

ଦୁଇଦିନ ଧରି ଜଙ୍ଗଲ ଭିତରେ ପଡି ରହିଥିଲା ଶିଶୁକନ୍ୟା। ନାଗ, ଅଜଗର ଆଉ ଅନ୍ୟାନ୍ୟ ଭୟଙ୍କର ଜୀବଙ୍କର ଏହା ଥିଲା ଚରାଭୂଇଁ। ତଥାପି ଜୀବିତ ଅବସ୍ଥାରେ ଉଦ୍ଧାର ହେଲା ଜବଜାତ।

author-image
Pramod Behera
ଅଦ୍ୟତନ ହୋଇଛି
Newborn baby is found alive after 2 days in forest

Newborn baby is found alive after 2 days in forest

କଥାରେ ଅଛି “ଯାହାକୁ ରଖିବେ ଅନନ୍ତ, କେ କରି ପାରେ ବଳମନ୍ତ”। ଦେଖିବାକୁ ଗଲେ ଏହି ଲୋକ କଥାଟି ସେହିମାନଙ୍କ ପାଇଁ ସମ୍ପୂର୍ଣ୍ଣ ଉପଯୁକ୍ତ ଯେଉଁମାନେ ପ୍ରକୃତରେ ଭାଗ୍ୟବାନ। ଆଜିକାଲି ଏକ ନବଜାତ ଶିଶୁକନ୍ୟା ହିଁ ଏହି ପ୍ରବାଦକୁ ପ୍ରମାଣ କରିଦେଇଛି। ମୃତ୍ୟୁର ସଇତାନ ଜାଲରୁ ଭଗବାନ ତାକୁ ରକ୍ଷା କରି ପ୍ରମାଣ କରିଦେଇଛନ୍ତି ଯେ ବାସ୍ତବରେ ଈଶ୍ୱର ଅଛନ୍ତି।

Advertisment

ସୂଚନା ମୁତାବକ ଥାଇଲ୍ୟାଣ୍ଡର ଜଙ୍ଗଲରୁ ଲୋକମାନେ ଏକ ନବଜାତ ଶିଶୁକୁ ପାଇଥିଏଲେ। ଏହି ଶିଶୁଟି ପ୍ରାୟ ୪୮ ଘଣ୍ଟା ଧରି ଜଙ୍ଗଲରେ ଏକାକୀ ପଡିରହିଥିଲା। ତେବେ ସବୁଠାରୁ ବଡ କଥା ହେଲା ବିପଜ୍ଜନକ ଜଙ୍ଗଲରେ ୨ ଦିନ ଧରି ଏକୁଟିଆ ପଡି ରହିବା ପରେ ମଧ୍ୟ ନବଜାତ ଶିଶୁଟି ଜୀବନ୍ତ ଥିଲା, ଯାହା ସମସ୍ତଙ୍କୁ ଚକିତ କରିଛି।

ଏକ ରିପୋର୍ଟ ଅନୁଯାୟୀ, କ୍ରାବି ପ୍ରଦେଶର ସ୍ଥାନୀୟ ଲୋକମାନେ ଜଙ୍ଗଲକୁ ଯାଇ ଗଛରୁ ରବର ସଂଗ୍ରହରେ ବ୍ୟସ୍ତ ଥିଲେ। ଠିକ୍ ଏହି ସମୟରେ ସେମାନେ ଏକ ନବଜାତକ କନ୍ୟାକୁ ଦେଖିଥିଲେ। ଶିଶୁ କନ୍ୟାଟି ବିନା ପୋଷାକରେ ବିନା ଘଞ୍ଚ ଜଙ୍ଗଲରେ ପଡି ରହିଥିଲା। ଯେତେବେଳେ ଲୋକମାନେ ଏହି କନ୍ୟାଟିକୁ ଦେଖିଲେ, ତା’ ମୁହଁରେ ଅନେକ କଟା ଦାଗ ମିଳିଥିଲା। ଏହା ସହିତ ତା’ ଶରୀରରେ କିଛି ପୋକଜୋକ ମଧ୍ୟ ଚଢିଥିଲେ। ଏହି ନବଜାତକୁ ଦେଖି ଅନୁମାନ କରାଯାଇପାରେ ଯେ ସେ ଦୀର୍ଘ ସମୟ ଧରି ଏପରି ଅବସ୍ଥାରେ ଜଙ୍ଗଲରେ ପଡ଼ି ରହିଥିଲା। ଏହା ପରେ ଲୋକମାନେ ତୁରନ୍ତ ପୋଲିସ ଟିମ୍ ଓ ଆମ୍ବୁଲାନ୍ସକୁ ଡାକିଥିଲେ।

Advertisment

ଏହା ପରେ ଶିଶୁକନ୍ୟାର ଚିକିତ୍ସା ଆରମ୍ଭ ହୋଇଥିଲା। ବର୍ତ୍ତମାନ ଶିଶୁଟିକୁ ଡାକ୍ତରଙ୍କ ତତ୍ତ୍ୱାବଧାନରେ ରଖାଯାଇଛି ଏବଂ ତା’ ଅବସ୍ଥା ଭଲ ମଧ୍ୟ ଅଛି। ଏପରି ଅବସ୍ଥା କନ୍ୟାଟି ଜୀବିତ ଥିବା ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। କାରଣ ଯେଉଁ ଜାଗାରୁ ଶିଶୁକନ୍ୟାକୁ ଉଦ୍ଧାର କରାଯାଇଥିଲା ତାହା ଥିଲା ନାଗ, ଅଜଗର ଓ ଅନେକ ଭୟଙ୍କର ପ୍ରାଣୀଙ୍କ ବାସସ୍ଥାନ। କେବଳ ଏତିକି ନୁହେଁ, ଦିନରେ ସେହି ସ୍ଥାନର ତାପମାତ୍ରା ୩୫ ଡିଗ୍ରୀ ସେଲ୍‌ସିୟସ ପର୍ଯ୍ୟନ୍ତ ଚାଲିଆସିଥାଏ। ଏପରି ପରିସ୍ଥିତିରେ, ନବଜାତକୁ ସେହି ସ୍ଥାନରୁ ଜୀବନ୍ତ ଉଦ୍ଧାର କରିବା ଏକ ଚମତ୍କାର ଛଡା ଆଉ କିଛି ନୁହେଁ।

ଏହି ମାମଲାରେ ପୋଲିସ କହିଛି ଯେ ସେମାନେ କନ୍ୟାସନ୍ତାନର ମାଆଙ୍କୁ ଖୋଜୁଛନ୍ତି ଏବଂ ତାଙ୍କ ବିରୋଧରେ ଏକ ମାମଲା ହେବ। କିଛି ଲୋକଙ୍କ କୁହନ୍ତି ଯେ ଏହି କନ୍ୟାଟି ଜଙ୍ଗଲ ଭିତରେ ଦୁ‍ଇଦିନ ଧରି ଶୀତ ରାତିରେ ଏକୁଟିଆ ପଡି ରହିବା ପରେ ମଧ୍ୟ ବଞ୍ଚି ରହିଛି, ଯାହା ନିହାତି ଆଶ୍ଚର୍ଯ୍ୟର କଥା। ବର୍ତ୍ତମାନ ଏହି ଶିଶୁକନ୍ୟାକୁ ସ୍ୱାସ୍ଥ୍ୟ ମନିଟରିଂ ପାଇଁ ଖାଓ ଫାନୋମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏଠାରେ ଡାକ୍ତର ଶିଶୁର ଯତ୍ନ ନେଉଛନ୍ତି। ଏହା ପରେ ତାକୁ କ୍ରାବି ପ୍ରାଦେଶିକ ପ୍ରଶାସନକୁ ହସ୍ତାନ୍ତର କରାଯିବ ଓ ଚାଇଲ୍ଡ କେୟାରରେ ରଖାଯିବ।

Ajab Gajab
Advertisment
Advertisment