ନଦୀ ଗର୍ଭରେ ପ୍ରଭୂଙ୍କ ପୀଠ। କେହି ଗଢ଼ି ନାହାନ୍ତି, ଲୋକେ କହୁଛନ୍ତି ନଦୀ ବାଲିରେ ଆପେ ଆପେ ତିଆରି ହୋଇଛି। ଶହ ଶହ ବର୍ଷ ତଳର ଏ ମୂର୍ତ୍ତି ସେମିତି ରହିଛି। ଏ ସରକାର ନା ଦାୟିତ୍ୱ ନେଉଛି ନା ଏ ପୀଠକୁ ବିକଶିତ କରୁଛି?
୭୦ ବର୍ଷରେ ନୃତ୍ୟ ଗୁରୁ । ଦିନେ ନିଜେ ଶିଖୁଥିଲେ ଏବେ ଅନ୍ୟଙ୍କୁ ଶିଖାଉଛନ୍ତି । ଉତ୍କଳ ସଙ୍ଗୀତ ମହା ବିଦ୍ୟାଳୟରୁ ମାଷ୍ଟର ଡିଗ୍ରୀ ପାସ୍ ପରେ ଘରକୁ ଫେରିଥିଲେ । ଏହାପରେ ରକ୍ଷଣଶୀଳ ପରିବାରର କଟକଣା ଭିତରେ ଛନ୍ଦି ହୋଇଯାଇଥିଲେ ସେ । ତଥାପି ମରିନାହିଁ ତାଙ୍କରି ମନରୁ ନୃତ୍ୟ ସାଧନା ନିଶା । ହେଲେ ଗୋଡ଼ରେ ବେଢ଼ି ସାଜିଛି ଆଥିକ ଅନଟନ । ଦେଖନ୍ତୁ ଏହି ରିପୋର୍ଟ।
ସଙ୍ଗୀତ ମହାବିଦ୍ୟାଳୟରୁ ମାଷ୍ଟର ଡିଗ୍ରୀ ପାସ୍ କରିଥିଲେ । ଘର କଟକଣା ଯୋଗୁଁ ବାହାରେ ପ୍ରଦର୍ଶନ କରିପାରିନଥିଲେ ।
କରୋନା ବିଗାଡିଦେଇଛି ଜନ ଜୀବନର ପ୍ରାକୃତିକ ଚଳଣି। ବିଶ୍ୱ ହୋଇଯାଇଛି ଓଲଟ ପାଲଟ। କେଉଁଠି ସଧବା ମଥାରୁ ଲିଭିଯାଇଛି ସିନ୍ଦୂର ତ ପୁଣି କେଉଁଠି ଅନାଥ ହୋଇଯାଇଛି ଦୁନିଆକୁ ନ ଜାଣିଥିବା ଅବୋଧ ଶିଶୁ। ଅନେକଙ୍କ ମାନସିକ ଅବସ୍ଥା ମଧ୍ୟ ଅସନ୍ତୁଳିତ ହୋଇପଡିଛି। ରୋଜଗାର ହରେଇ କିଏ ଦାଣ୍ଡର ଭିକାରୀ ହୋଇଛି ତ କିଏ ଜୀବନରୁ ଆଶା ହରେଇ ବସିଛି। ଏ ସଂପର୍କରେ ଲେଖିକା ସୁକାନ୍ତି ରାଉତଙ୍କ ପ୍ରତିବେଦନ।
ସେ ନଟନଟିଙ୍କ ମାଧ୍ୟମରେ ସମାଜ ସଂସ୍କାର କଥା ହେଉ ଅଥବା ମହାଭାରତ, ରାମାୟଣ ପରି ପବିତ୍ର ଗ୍ରନ୍ଥର ବିଷୟବସ୍ତୁକୁ ନେଇ ନାଟକ ମାଧ୍ୟମରେ ନୃତ୍ୟ ଗୀତର ପରିବେଷଣ ହେଉ; ଏକାଧାରରେ ସେ ଥିଲେ କବି, ଲେଖକ, ସାହିତ୍ୟିକ, ସମାଜ ସଂସ୍କାରକ, ନାଟ୍ୟ ନିର୍ଦ୍ଦେଶକ, ଅଭିନେତା ଓ ସର୍ବୋପରି ଓଡ଼ିଆ ଗୀତିନାଟ୍ୟ ଜଗତର ମୁକୁଟ ବିହିନ ସମ୍ରାଟ। ତାଙ୍କ ସହଜ ସରଳ ଭାଷା ମାଧ୍ୟମରେ ମଞ୍ଚରେ ଗୀତିନାଟ୍ୟ ଏକା ଥରକେ ଲୋକଙ୍କ ମନକୁ ଛୁଇଁ ପାରୁଥିଲା। ସେଇଥି ପାଇଁ ତ ସେ ଗଣମାନସର କବି, ଗଣକବି ବୈଷ୍ଣବ ପାଣି।
ବିଶିଷ୍ଟ ଲେଖିକା ତଥା ‘ସମାଜ’ ଖବର କାଗଜର ପୂର୍ବତନ କାର୍ଯ୍ଯନିର୍ବାହୀ ସମ୍ପାଦିକା ମନୋରମା ମହାପାତ୍ର ଆଉ ନାହାଁନ୍ତି। ଆଜି ହେଉଛି ତାଙ୍କର ଦ୍ୱାଦଶାହ। ତେବେ ତାଙ୍କ ଦେହାନ୍ତର ମାତ୍ର କିଛିଦିନ ଆଗରୁ, ଅଗଷ୍ଟ ୨୯ ତାରିଖରେ ତାଙ୍କୁ ଭେଟିଥିଲେ #OTVର ଡିଜିଟାଲ୍ ଏଡିଟର ଅମରେଶ ବିଶ୍ୱାଳ। ଏହି ସାକ୍ଷତାକର ସମୟରେ ମନୋରମା ତାଙ୍କ ବାପା ରାଧାନାଥ ରଥ, ନିଜର ପିଲାଦିନ ଓ ନାରୀଶିକ୍ଷା ସଂପର୍କରେ ତାଙ୍କର ମତ ପ୍ରଦାନ କରିଥିଲେ।
ଘସିପୁରା ବ୍ଳକ ଅଳତୀ ଗ୍ରାମର ଶ୍ରୀନିବାସ ବରାଳ ଓ ମାତା ନିର୍ମଳାଙ୍କ ବଡ଼ ପୁଅ ପ୍ରମୋଦ। ତାଙ୍କ ହାତ ପରଶରେ ମାଟି ଓ କାନଭାସରେ ଗଢିଉଠେ ଅନନ୍ୟ ପ୍ରତିମା । କାଠ, ପଥର ,ସିମେଣ୍ଟ ଏବଂ ଫାଇବରରେ ତିଆରି ହୁଏ ଆର୍କଷଣୀୟ କାରୁକାର୍ଯ୍ୟ ଓ ଦେବାଦେବୀ ମୂର୍ତ୍ତୀ । ଗାଁ ସ୍କୁଲରୁ ମାଟ୍ରିକ ପାସ୍ ପରେ ସରକାରୀ ମହାବିଦ୍ୟାଳୟ ଖଲିକୋଟରୁ କଳାରେ ଡିଗ୍ରୀ ହାସଲ କରି ନିଜକୁ ଜଣେ ସଫଳ କାରିଗର ଭାବେ ପ୍ରତିଷ୍ଠିତ କରିପାରିଛନ୍ତି ।
ଇମ୍ଫା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଇଲା-ବଂଶୀଧର ପଣ୍ଡା କଳା ସମ୍ମାନ ଘୋଷିତ ହୋଇଛି। ଅକ୍ଟୋବର ମାସରେ ଅନୁଷ୍ଠିତ ହେବ ଶାରଳା ପୁରସ୍କାର ପ୍ରଦାନ ଉତ୍ସବ। ଶାରଳା ପୁରସ୍କାର ପ୍ରଦାନ ଉତ୍ସବରେ ଏହି ସମ୍ମାନ ପ୍ରଦାନ କରାଯିବ। ଇମ୍ଫା ଦ୍ୱାରା ପରିଚାଳିତ ଇମ୍ପା ଆନୁକୂଲ୍ୟରେ ୧୯୮୦ ମସିହାରୁ ପ୍ରତିବର୍ଷ ଶାରଳା ପୁରସ୍କାର ପ୍ରଦାନ କରାଯାଇ ଆସୁଛି।
‘ଯଦା ଯଦା ହି ଧର୍ମସ୍ୟ ଗ୍ଲାନିର୍ଭବତି ଭାରତ ଅଭ୍ୟୁତ୍ଥାନମଧର୍ମସ୍ୟ ତଦାତ୍ମାନଂ ସୃଜାମ୍ୟହମ ପରିତ୍ରାଣାୟ ସାଧୁନାଂ ବିନାଶାୟ ଚ ଦୁଷ୍କୃତାମ ଧର୍ମସଂସ୍ଥାପନାର୍ଥାୟ ସମ୍ଭବାମି ଯୁଗେ ଯୁଗେ।’
ଅନୁଷ୍ଠିତ ହୋଇଛି କଳିଙ୍ଗ ଏଚ୍ଆର୍ ନ୍ୟାସ୍ନାଲ୍ ଏଚ୍ଆର ଲିଡରସିଫ୍ ଆୱାର୍ଡ ୨୦୨୧ । ସମର ମହାପାତ୍ରଙ୍କ ଦ୍ୱାରା ଗତ ଦୁଇ ବର୍ଷରୁ କଳିଙ୍କ ଏଚ୍ଆର୍ର ଆରମ୍ଭ ହୋଇଥିଲା । ଓଡିଶାର ବିକାଶ ପଥରେ ଏକ ଶକ୍ତିଶାଳୀ ଏଚ୍ଆର୍ ସମ୍ପ୍ରଦାୟ ନିର୍ମାଣ ଉଦ୍ଦେଶ୍ୟରେ ଏହାର ଆରମ୍ଭ କରାଯାଇଥିଲା । ଓଡିଶାର ବିକାଶକୁ ଶକ୍ତିଶାଳୀ, ଜଗନ୍ନାଥ ସଂସ୍କୃତି, ଓଡିଆ ଭାଷା, ଓଡିଆ ଖାଦ୍ୟକୁ ବିକଶିତ କରି ଓଡିଶାକୁ ମଜବୁତ କରିବା ସହ ଓଡିଶାର ଜନସାଧାରଣଙ୍କୁ ଚାକିରିର ସୁଯୋଗ ଦେବା ଆଦି ଏହାର ଲକ୍ଷ୍ୟ ବୋଲି କୁହାଯାଇଛି ।
୨୦ ଦଶକରେ ବ୍ରିଟିଶ କବଳରୁ ମୁକ୍ତି ହେବା ପରଠାରୁ ଆଫଗାନିସ୍ତାନରେ ମହିଳା ସ୍ୱାଧୀନତା ଏବଂ ସମାନତା ପାଇଁ ଆନ୍ଦୋଳନ ଆରମ୍ଭ ହେବାକୁ ଲାଗିଲା। ମହିଳାମାନେ ପ୍ରଥମେ ସେଠାରେ ସେମାନଙ୍କର ଅଧିକାର ପାଇଁ ଲଢିଥିଲେ। ତାଲିବାନର ଆଭିମୁଖ୍ୟ ସଂପୂର୍ଣ୍ଣ ମହିଳା ବିରୋଧୀ ମନେହୁଏ, ଯେଉଁମାନେ ସାଧାରଣତଃ ମହିଳାମାନଙ୍କୁ ଘରର ଚାରିକାନ୍ଥ ଭିତରେ ସୀମିତ ରଖିବାକୁ ଚାହାଁନ୍ତି ଏବଂ ସେମାନଙ୍କ ଅଧିକାରକୁ ନଷ୍ଟ କରିବାକୁ ଇଚ୍ଛା କରନ୍ତି। ତେବେ ଆଫଗାନିସ୍ତାନ ଇତିହାସରେ କାଳକ୍ରମେ ଏମିତି ପାଞ୍ଚଜଣ ମହିଳା ସାମ୍ନାକୁ ଆସିଛନ୍ତି ଯେଉଁମାନେ ମହିଳାମାନଙ୍କ ପାଇଁ ବହୁତ ଭଲ କାମ କରିଛନ୍ତି।
ଜୀବନ ଓ ମୃତ୍ୟୁର ପଛର ରହସ୍ୟ ଜାଣିବା ପାଇଁ ପ୍ରାୟ ସମସ୍ତେ ଆଗ୍ରହୀ ଥାଆନ୍ତି । ଅନେକ ପ୍ରଶ୍ନ ରହିଛି ଯାହାର କିଛି ପ୍ରାମାଣିକ ଉତ୍ତର ନାହିଁ । ଏହି ସମ୍ପର୍କରେ ବୈଜ୍ଞାନିକମାନଙ୍କର ନିଜସ୍ୱ ଧାରା ଅଛି । ଯେଉଁଥିରେ ସେମାନେ ଏହାକୁ ଦର୍ଶାଇ ଥାଆନ୍ତି । ବିଶ୍ୱରେ ଏପରି ଅନେକ ମାମଲା ଅଛି ଯେଉଁଥିରେ ମଣିଷ ମୃତ୍ୟୁ ପରେ ବି ଜୀବିତ ହୋଇଯାଇଥାଏ । ଏମିତିକି ମେଡିକାଲ ରିପୋର୍ଟରେ ବି ପୂର୍ବରୁ ସେମାନଙ୍କ ମୃତ୍ୟୁ ଘୋଷଣା କରାଯାଇଥିଲା । କିନ୍ତୁ ଏହି ଘଟଣାର କେତେ ସତ୍ୟାସତ୍ୟ ରହିଛି ତାହାକୁ ନେଇ ତର୍କ ବିତର୍କ ମଧ୍ୟ ହୋଇଥାଏ ।
ପଚସ୍ତରୀ ବୟସ ତାତିପାରୁଛି ପଚିଶ୍ ବର୍ଷ ମାତିପାରୁନି? ସବୁ ବିପଦରୁ ବିପ୍ଲବ। ବିବାଦ ଭିତରୁ ବିପ୍ଲବ। ବିପ୍ଲବରୁ ଏଇ ଧରାରେ ମହାମହା ରଥୀ ମହାରଥୀଙ୍କର ଆବିର୍ଭାବ। ଇତିହାସର ସେମାନେ ସ୍ୱର୍ଣ୍ଣାକ୍ଷରରେ ବର୍ଣ୍ଣିତ। ଆମେ ସବୁ ଯୁଗଯୁଗ ଧରି ହେଉଛେ ଉତ୍ସାହିତ। ଗାଉଛେ ବିପ୍ଲବର ଜୟଗାନ। ବିପ୍ଲବ ଦୀର୍ଘାୟୁ ହେଉ। ଏଇ ଭାରତରେ ଦଳଭିତ୍ତିକ ରାଜନୀତି ଦେଶ ପାଇଁ ଅମଙ୍ଗଳ ହୋଇପଡିଛି। ଏବେ ବ୍ୟକ୍ତିତ୍ୱଭିତ୍ତିକ ରାଜନୀତିର ଆବାହନ। ଗାନ୍ଧୀ, ଜୟପ୍ରକାଶ, ଆନ୍ନା ଏମାନେ ବ୍ୟକ୍ତି, କୌଣସି ଦଳ ଏମାନଙ୍କୁ ବାନ୍ଧି ରଖିପାରିନି।
ଆମ ଦେଶ ଅନେକ ବୀରଙ୍କର ପବିତ୍ର ରକ୍ତରେ ସ୍ୱାଧୀନତା ହାସଲ କରିଛି । ବର୍ଷ ବର୍ଷ ଧରି ଦାସତ୍ୱର ଶିକୁଳିରେ ବନ୍ଧା ହୋଇଥିବା ଭାରତ ୧୯୪୭ ମସିହାରେ ମୁକ୍ତ ହୋଇଛି। ଭାରତର ଏହି ମୁକ୍ତି ସଂଗ୍ରାମରେ ଝାସ ଦେଇ ଅନେକ ବୀର କାଳ କାଳ ପାଇଁ ଅମର ହୋଇ ରହିଯାଇଛନ୍ତି । ମାତୃଭୂମିର ସ୍ୱାଧୀନତା ପାଇଁ ହସି ହସି ପ୍ରାଣ ବଳୀ ଦେଇଛନ୍ତି । ଆଉ ଏହା ମଧ୍ୟରୁ ଆମେ ବି ଗର୍ବ କରୁ କାରଣ ଅନେକ ଓଡିଆ ସ୍ୱାଧୀନତା ସଂଗ୍ରାମୀ ଏଥିରେ ସାମିଲ ରହିଥିଲେ । ସ୍ୱାଧୀନତା ସଂଗ୍ରାମରେ କେବଳ ପୁରୁଷ ଯେ ସାମିଲ ହୋଇଥିଲେ ତାହା ନୁହେଁ ବରଂ ଅନେକ ମହିଳା ମଧ୍ୟ ସ୍ୱାଧୀନତା ସଂଗ୍ରାମୀ ଥିଲେ ଯେଉଁମାନେ ଦେଶର ସ୍ୱାଧୀନତାରେ ଯୋଗ ଦେଇ ଥିଲେ । ଓଡିଶାର ସେହି ମହିଳା ସ୍ୱାଧୀନତା ସଂଗ୍ରାମୀଙ୍କୁ ଶତକୋଟି ପ୍ରଣାମ, ଯେଉଁମାନେ ଏଥିରେ ସାମିଲ ହୋଇଥିଲେ ।
ବ୍ଲାକ୍ ଇଗଲ୍ ବୁକ୍ସ ପ୍ରକାସନ ପକ୍ଷରୁ ଦିନିକିଆ ଓଡିଆ ପୁସ୍ତକ ମେଳା ଆୟୋଜିତ ହୋଇଯାଇଛି। ଆମେରିକାର ଓହିଓ ରାଷ୍ଟ୍ରସ୍ଥିତ କଲମ୍ବସ ମେଟ୍ରୋପଲିଟାନ୍ ଲାଇବ୍ରେରୀରେ ଏହା ଅନୁଷ୍ଠିତ ହୋଇଥିଲା। ଏଥିରେ ୨ଶହରୁ ଅଧିକ ଓଡିଆ ପୁସ୍ତକ ପ୍ରଦର୍ଶିତ ହୋଇଥିଲା ଏବଂ ବିଶିଷ୍ଟ କଥାଶିଳ୍ପୀ ଡ. ପ୍ରତିଭା ରାୟଙ୍କ ଉପନ୍ୟାସର ଇଂରାଜୀ ଅନୁବାଦ ଉନ୍ମୋଚିତ ହୋଇଥିଲା। ଆରମ୍ଭରେ ଅନୁଷ୍ଠାନ ନିର୍ଦ୍ଦେଶକ ସତ୍ୟ ପଟ୍ଟନାୟକ ସ୍ୱାଗତ ଭାଷଣ ଦେଇ ପୁସ୍ତକ ମେଳା ସାହିତ୍ୟର ପର୍ବ ଓ ଜ୍ଞାନ-ସୂଚନାର ଉତ୍ସବ ବୋଲି ମତ ଦେଇଥିଲେ।
ଓଡ଼ିଆ ସିନେମା ଜଗତରେ ଶରତ ଯେବେ ଆବିର୍ଭାବ ହେଲେ, ରୂପେଲି ପରଦା ଇନ୍ଦ୍ରଧନୁର ସାତ ରଙ୍ଗରେ ରଙ୍ଗୀନ ହୋଇଗଲା। ତାଙ୍କ ଆଗମନ ପରେ ଲାଇଟ୍ କ୍ୟାମେରା ଆକ୍ସନ ଦୁନିଆ ଚମକି ଉଠିଲା। ଚିକିମିକି ସିତାରା ହୋଇ ସିନେମାରେ ସେ ନିଜେ ଚମକିଲେ, ଆଉ ତାଙ୍କ ଚମକ ଦେଖି ବିମୁଗ୍ଧ ହୋଇଗଲେ ଅଗଣିତ ସିନେପ୍ରେମୀ । ଟିକେଟ୍ କାଉଣ୍ଟରରେ ଜମିଗଲା ଭିଡ଼। ରୂପେଲି ପରଦାରେ ତାଙ୍କର ଗୋଟିଏ ଝଲକ ଦେଖିବା ପାଇଁ କାହିଁ କେତେ ଦୂରରୁ ଦଉଡିଆସି ସିନେମା ହଲ୍ ଆଗରେ ଧାଡି ଲଗାଇଲେ ସିନେମାପ୍ରେମୀ। ଯାହାଙ୍କ ପାଇଁ ଏତେ ଉପମା ଆଉ ଏତେ ଅଳଙ୍କାର ସିଏ ହେଉଛନ୍ତି ଓଡିଆ ସିନେମାର ସର୍ବକାଳୀନ ରୋମାଣ୍ଟିକ ହିରୋ ଶରତ ପୂଜାରୀ।
କୋଭିଡ କଟକଣାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ କୌଣସି ସମାରୋହ ଆୟୋଜନ କରାନଯାଇ ବ୍ୟକ୍ତିଗତ ଭାବେ ପୁରସ୍କାର ପ୍ରଦାନ କରାଯିବ। ଇମ୍ଫା ଦ୍ୱାରା ପରିଚାଳିତ ଇମ୍ପା ପକ୍ଷରୁ ଶାରଳା ପୁରସ୍କାର ପ୍ରଦାନ କରାଯାଉଛି।
ଶେଷରେ ବିଶାଳ ବ୍ରିଟିଶ ବାହିନୀ ବିଦ୍ରୋହ ଦମନ କରିବାରେ ସଫଳ ହୋଇଥିଲେ ବି ବିଦ୍ରୋହୀ ନେତାମାନଙ୍କ ସହ ସନ୍ଧି କରିବାକୁ ବାଧ୍ୟ ହୋଇଥିଲେ। ତାହା ଥିଲା ଭାରତୀୟ ସ୍ୱାଧୀନତା ସଂଗ୍ରାମର ପ୍ରଥମ ସ୍ଫୁଲିଙ୍ଗ, ଯାହା ଭାରତର ବିଭିନ୍ନ ପ୍ରାନ୍ତରେ ବ୍ରିଟିଶ ବିରୋଧୀ ସଶସ୍ତ୍ର ସଂଗ୍ରାମ ଚଳାଇବାକୁ ବିଦ୍ରୋହୀମାନଙ୍କୁ ଦେଇଥିଲା ଅଗ୍ନିବର୍ଷୀ ପ୍ରେରଣା।
ଯେଉଁମାନେ ଲେଖକ, ସେମାନେ ଉପନ୍ୟାସ ଲେଖିବା ପୂର୍ବରୁ ଓ ପରେ ଏଇ ଜୀବନ ନିକଟରେ ହିଁ ଋଣ ସ୍ୱୀକାର କରିବାକୁ ବାଧ୍ୟ। କିଏ କିପରି ଭାବରେ ଜୀବନକୁ ଅନୁଭବ କରିଛନ୍ତି, ସେ ଅନୁଭବକୁ ଉପନ୍ୟାସ ରୂପେ ଫୁଟାଇବାକୁ ଯାଇ କାହାଣୀର କାୟାରେ ଛନ୍ଦି ହୋଇଛନ୍ତି କି ଚରିତ୍ରମାନଙ୍କ ମାୟାରେ ବାନ୍ଧି ହୋଇଛନ୍ତି - ବିଭିନ୍ନ ସାକ୍ଷାତକାରରେ ଏ ବାବଦରେ ଭିନ୍ନ ଭିନ୍ନ ଲେଖକୀୟ ବୟାନ ଆମକୁ ବେଳେବେଳେ ଶୁଣିବାକୁ ମିଳିଥାଏ। ଏବେ ପୁଣି ଆହୁରି ଗୋଟିଏ ନୂଆ କଥାର ଚଳଣି ଆରମ୍ଭ ହୋଇସାରିଲାଣି - ଗୋଟିଏ ଗୋଟିଏ ଉପନ୍ୟାସର ସୁବର୍ଣ୍ଣ ଜୟନ୍ତୀ ପାଳନ।
ବନ୍ଧୁତ୍ୱର ସଂପର୍କ ବହୁତ ସୁନ୍ଦର ଓ ଖାସ୍ ହୋଇଥାଏ । ଜାତି,ଧର୍ମ, ବର୍ଣ୍ଣ ସର୍ବପରେ ଅଟେ ବନ୍ଧୁତ୍ୱର ସଂପର୍କ। ବନ୍ଧୁତ୍ୱ ଏପରି ଏକ ସଂପର୍କ ଯାହା କୈଣସି ସର୍ତ୍ତରେ ହୋଇ ନ ଥାଏ ଆଉ ହୃଦୟର ସହିତ ଏହି ସଂପର୍କ ଗଢି ଉଠିଥାଏ । ବନ୍ଧୁତା ହେଉଛି ସେହି ସୁନ୍ଦର ଅନୁଭବ ଯାହା ସମୟର ଗତି ସହିତ ଆହୁରି ନୀବିଡ ହୋଇଯାଏ । ଜଣେ ଭଲ ଏବଂ ପ୍ରକୃତ ସାଙ୍ଗ ସହିତ ଆମେ ଆମ ହୃଦୟରେ ସବୁକିଛି ବାଣ୍ଟିପାରିବା,ତାଙ୍କ ସହିତ ସମୟ ବିତାଇବା, ତାଙ୍କ ଭଲ ଏବଂ ଖରାପ ସମୟରେ ଏକାଠି ଠିଆ ହେବା ହିଁ ପ୍ରକୃତ ବନ୍ଧୁ କୁହାଯାଇଥାଏ ।
ମାନବ କିନ୍ତୁ ଦେବତା ପକ୍ଷରେ ରହି ଦାନବର ପ୍ରତିପକ୍ଷ ପାଲଟିଲା - ଯେତେବେଳେ ଜନ୍ମ ହୋଇନଥିଲା ଇତିହାସ। ପୁରାଣ ସୂଚନା ଦେଇଛି ଯେ, ଶେଷଯୁଦ୍ଧରେ ଦେବ-ମାନବ ମିଳିତ ପକ୍ଷ ନିକଟରେ ପରାଜୟପ୍ରାପ୍ତ ଦାନବ ଯାଇ ଆଶ୍ରୟ ନେଇଛି ଅତଳ ପାତାଳରେ!
ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ୨୦୨୦ ମସିହା ନିମନ୍ତେ ଏକାଡେମୀର ସର୍ବୋଚ୍ଚ ସାରସ୍ୱତ ସମ୍ମାନ ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର ଓ ସାରସ୍ୱତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଓଡ଼ିଆ ସାହିତ୍ୟର ପ୍ରଖ୍ୟାତ ଔପନ୍ୟାସିକ ଶ୍ରୀଯୁକ୍ତ ରାମଚନ୍ଦ୍ର ବେହେରାଙ୍କୁ ତାଙ୍କର ଜୀବନବ୍ୟାପୀ ସାରସ୍ୱତ ସାଧନା ନିମନ୍ତେ ସମ୍ମାନଜନକ ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର ପ୍ରଦାନ କରାଯାଇଛି।
ଗତ ଜୁନ୍ରେ ମାଷ୍ଟରକ୍ୟାଣ୍ଟିନ ଛକ ଦେଇ ମଲ୍ଟିମୋଡାଲ ହବ୍ ନିର୍ମାଣ ଲାଗି ଯୋଜନା କରାଯାଇଥିଲା। ତେବେ ସ୍ମାର୍ଟ ଜନପଥର ବିକାଶ ପାଇଁ ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ଛକରେ ଥିବା ଘୋଡା ଏବଂ ଯୋଦ୍ଧା ମୂର୍ତ୍ତି ରାଜଭବନ ସାମନାକୁ ଘୁଞ୍ଚାଇବା ପାଇଁ ନିଷ୍ପତ୍ତି ନିଆଯାଇଥିଲା।
କରୋନା ପରେ ସମଗ୍ର ବିଶ୍ୱର ଅର୍ଥନୀତି ଭାଙ୍ଗିପଡ଼ିବ। ଆମକୁ ଏବେ କିଛି ଜଣାପଡୁନି। କିଛିଦିନ ପରେ ଏହାର ଅନୁଭବ ଆପଣ କରିପାରିବେ। କିନ୍ତୁ ଦିନ ଥିଲା ଓଡ଼ିଶାର ଅର୍ଥନୀତି ବିଶ୍ୱ ଦ୍ୱାରା ଆଦୌ ପ୍ରଭାବିତ ହେଉନଥିଲା। କେମିତି ଆମ ଅର୍ଥନୀତିର ଦିଗ ବଦଳେଇ ଆମକୁ ଏକ ଭୟଙ୍କର ଛକରେ ଠିଆ କରାଯାଇଛି, ସେ ସଂପର୍କରେ ଅମରେଶ ବିଶ୍ୱାଳଙ୍କ ବିଶ୍ଳେଷଣ ପଢନ୍ତୁ ବିଗତ ଦିନରେ ଯେତେ ବିପତ୍ତି ଆସିଥିଲେ ମଧ୍ୟ, ଓଡ଼ିଶା ଓ ଆନ୍ଧ୍ର ପରି କୃଷିପ୍ରଧାନ ରାଜ୍ୟ […]
କଟକ: ବିଶିଷ୍ଟ ସାହିତ୍ୟିକ, ନାଟ୍ୟକାର, ଗାଳ୍ପିକ ଓ ଔପନ୍ୟାସିକ, ଅଧ୍ୟାପକ ତଥା ସମାଲୋଚକ ଓ ଉତ୍କଳ ସାହିତ୍ୟର ସମାଜର ପୂର୍ବତନ ସଭାପତି ଡ. ରତ୍ନାକର ଚଇନିଙ୍କ ପରଲୋକ ହୋଇଛି। କଟକ ସ୍ଥିତ ତାଙ୍କ ବାସ ଭବନ ଶ୍ରୀ ନିକେତନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଓଡ଼ିଆ ସାହିତ୍ୟର ଏହି ଉଜ୍ଜ୍ୱଳ ଜ୍ୟୋତିଷ୍କ। ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା। ତାଙ୍କ ବିୟୋଗରେ ଓଡ଼ିଆ ସାହିତ୍ୟ ଜଗତରେ ଅପୂରଣୀୟ କ୍ଷତିଘଟିଛି। ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ତାଙ୍କର […]